ETV Bharat / sports

Eng vs Ind 4th test: ପୁଣି ପଡି଼ଆରେ ପଶିଲେ ଟିମ୍ ଇଣ୍ଡିଆର ଇଂଲିସ ଫ୍ୟାନ ଜାର୍ଭୋ

author img

By

Published : Sep 3, 2021, 8:50 PM IST

Eng vs Ind 4th test: ପୁଣି ପଡି଼ଆରେ ପଶିଲେ ଟିମ୍ ଇଣ୍ଡିଆର ଫ୍ୟାନ ଜାର୍ଭୋ
Eng vs Ind 4th test: ପୁଣି ପଡି଼ଆରେ ପଶିଲେ ଟିମ୍ ଇଣ୍ଡିଆର ଫ୍ୟାନ ଜାର୍ଭୋ

ତୃତୀୟ ଥର ପାଇଁ ଖେଳ ମଝିରେ ପଡ଼ିଆରେ ପଶିଲେ ଟିମ୍ ଇଣ୍ଡିଆର ଇଂଲିସ ଫ୍ୟାନ । ୩୪ତମ ଓଭରରେ ଇଂଲଣ୍ଡ ଖେଳାଳି ବ୍ୟାଟିଂ କରୁଥିବା ବେଳେ, ଓଭାଲ ପଡି଼ଆ ଭିତରକୁ ବେଆଇନ ଭାବରେ ପ୍ରବେଶ କରିଥିଲେ ଜାର୍ଭୋ । ଅଧିକ ପଢ଼ନ୍ତୁ...

ଓଭାଲ: ତୃତୀୟ ଥର ପାଇଁ ଖେଳ ମଝିରେ ପଡ଼ିଆରେ ପଶିଲେ ଟିମ୍ ଇଣ୍ଡିଆର ଇଂଲିସ ଫ୍ୟାନ । ୩୪ତମ ଓଭରରେ ଇଂଲଣ୍ଡ ଖେଳାଳି ବ୍ୟାଟିଂ କରୁଥିବା ବେଳେ, ଓଭାଲ ପଡି଼ଆ ଭିତରକୁ ବେଆଇନ ଭାବରେ ପ୍ରବେଶ କରିଥିଲେ ଜାର୍ଭୋ । ଉମେଶ ଯାଦବ ୩୪ତମ ଓଭରର ତୃତୀୟ ବଲ ପକାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ପଡ଼ିଆ ଭିତରକୁ ଦୌଡ଼ି ଆସିଥିଲେ ଜାର୍ଭୋ ।

ପଡ଼ିଆ ଭିତରକୁ ପ୍ରବେଶ କରିବା ସହ ନନ୍ ଷ୍ଟ୍ରାଇକରରେ ଠିଆ ହୋଇଥିବା ଜନି ବେୟାରଷ୍ଟୋଙ୍କ ଦେହରେ ଧକ୍କା ହୋଇଥିଲେ ଜାର୍ଭୋ । ଏହାପରେ ତାଙ୍କୁ ସିକ୍ୟୁରିଟି କର୍ମୀମାନେ ସେଠାରୁ ନେଇ ଯାଇଥିଲେ । ତେବେ ବାରମ୍ବାର ଏଭଳି ଘଟଣା ଘଟିବା ପରେ ବର୍ତ୍ତମାନ ଖେଳାଳିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

କାରଣ ଏହା ପ୍ରଥମ ଥର ପାଇଁ ହୋଇଛି ତାହା ନୁହେଁ । ଲର୍ଡସ ଟେଷ୍ଟ ବେଳେ ମଧ୍ୟ ସେ ଭାରତ ପାଇଁ ଫିଲ୍ଡିଂ କରିବାକୁ ଓହ୍ଲାଇଥିଲେ । ଏହାପରେ ଲିଡ୍ସ ଟେଷ୍ଟରେ ରୋହିତ ଶର୍ମା ଆଉଟ ହେବାପରେ ବ୍ୟାଟିଂ କରିବାକୁ ଚାଲି ପଡ଼ିଆ ଭିତରକୁ ଚାଲି ଆସିଥିଲେ । ଏଥିପାଇଁ ଲିଡ୍ସରେ ପ୍ରବେଶ ଉପରେ ଆଜୀବନ ବ୍ୟାନ ଲଗାଇଛି ଲିଡ୍ସ ଷ୍ଟାଡିୟମ । ପୁନଃ ଏଭଳି କାଣ୍ଡ କରି ଚର୍ଚ୍ଚାରେ ରହିଛନ୍ତି ଜାର୍ଭୋ ।

ଗତ ଗୁରୁବାର ନିଜକୁ ଭାରତୀୟ ବୋଲି କହିଥିଲେ ଜାର୍ଭୋ । ଏହସହ ବିଶ୍ବକପରେ ସେ ଭାରତକୁ ସେ ସମର୍ଥନ କରିବେ ବୋଲି କହିଥିଲେ । ଲର୍ଡସରେ ଭାରତୀୟ ଖେଳାଳିଙ୍କ ସହ କଥା ହୋଇଥିଲେ ବୋଲି କହିଛନ୍ତି । ତେବେ ଭାରତୀୟ ଖେଳାଳି ତାଙ୍କ ସହ ଭଲରେ କଥା ହୋଇଥିଲେ । କିନ୍ତୁ ଇଂଲଣ୍ଡ ଖେଳାଳି ତାଙ୍କ ପ୍ରତି ଧ୍ୟାନ ଦେଇନଥିଲେ ବୋଲି କହିଛନ୍ତି ଜାର୍ଭୋ । ଏଥିପାଇଁ ଆଗକୁ ସେ ଭାରତକୁ ହିଁ ସମର୍ଥନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.