ETV Bharat / sports

ଜୁଲାଇ ୨୦୨୨ରେ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ

author img

By

Published : Oct 22, 2021, 7:15 PM IST

India, England to conclude Test series next year
ଜୁଲାଇ ୨୦୨୨ରେ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ

ଭାରତ ଓ ଇଂଲଣ୍ଡ ପୁରୁଷ କ୍ରିକେଟ ଟିମ ମଧ୍ୟରେ ଖେଳାଯିବାକୁ ଥିବା ଅସମାପ୍ତ ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ୍‌ ପୁନଃନିର୍ଦ୍ଧାରିତ । ଆସନ୍ତା ବର୍ଷ ଅର୍ଥାତ ୨୦୨୨ ଜୁଲାଇ ମାସରେ ଏହି ମ୍ୟାଚ୍‌ ଖେଳାଯିବ । ଅଧିକ ପଢନ୍ତୁ...

ଲଣ୍ଡନ: ଭାରତ ଓ ଇଂଲଣ୍ଡ ପୁରୁଷ କ୍ରିକେଟ ଟିମ ମଧ୍ୟରେ ଖେଳାଯିବାକୁ ଥିବା ଅସମାପ୍ତ ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ ପୁନଃନିର୍ଦ୍ଧାରିତ ହୋଇଛି । ଆସନ୍ତା ବର୍ଷ ଅର୍ଥାତ ୨୦୨୨ ଜୁଲାଇ ମାସରେ ଏହି ମ୍ୟାଚ୍‌ ଖେଳାଯିବ ।

ଗତ ମାସରେ ଏମିରେଟ୍‌ସ ୱାର୍ଲ୍ଡ ଟ୍ରାଫର୍ଡରେ ଏହି ଟେଷ୍ଟ ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର ଭାରତୀୟ କ୍ୟାମ୍ପରେ ଅଧିକ COVID-୧୯ କେସ୍‌ ବଢିବା ଭୟରେ ଅନ୍ୟ ଏକ ଟିମ ଦେବାକୁ ଅସମର୍ଥ ହୋଇଥିଲା । ଫଳରେ ଏହି ମ୍ୟାଚ୍‌ରୁ ବାତିଲ ଘୋଷଣା କରାଯାଇଥିଲା ।

ସିରିଜରେ ଭାରତ ୨-୧ରେ ଆଗୁଆ ରହିଥିବାବେଳେ ଜୁଲାଇ ୧, ୨୦୨୨ରେ ଏଜବାଷ୍ଟନରେ ଖେଳାଯିବ ସିରିଜର ପଞ୍ଚମ ଟେଷ୍ଟ । ଇଂଲଣ୍ଡ କ୍ରିକେଟ ବୋର୍ଡ(ECB) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ମଧ୍ୟରେ ସହମତି ପରେ ଏହି ଟେଷ୍ଟ ମ୍ୟାଚ୍‌ ପୁନଃନିର୍ଦ୍ଧାରିତ କରାଯାଇଛି ।

ଗତ ମାସରେ ଭାରତୀୟ ଫିଜିଓ ଯୋଗେଶ ପରମାର ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ପୂର୍ବରୁ COVID-୧୯ ସଂକ୍ରମିତ ହୋଇଥିଲେ । BCCI ଓ ECB ମଧ୍ୟରେ ଏକାଧିକ ବାର ଏହି ମ୍ୟାଚ୍‌ ଖେଳାଯିବାକୁ ନେଇ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିସ୍କର୍ସ ବାହାରିନଥିଲା । COVID-୧୯ ପଜିଟିଭ ସଂଖ୍ୟା ଭାରତୀୟ ଟିମରେ ବଢିବାପରେ ଏହି ଟେଷ୍ଟ ମ୍ୟାଚ୍‌କୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ ଉଭୟ ବୋର୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.