ETV Bharat / sports

India-England 2nd T-20: ସିରିଜ ଜିତିବା ଲକ୍ଷ୍ୟରେ ଭାରତ

author img

By

Published : Jul 9, 2022, 3:40 PM IST

India - England 2nd T-20I, ସିରିଜ ଜିତିବା ଲକ୍ଷ୍ୟରେ ଭାରତ
India - England 2nd T-20I, ସିରିଜ ଜିତିବା ଲକ୍ଷ୍ୟରେ ଭାରତ

ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ଟି-ଟ୍ବେଣ୍ଟି ମ୍ୟାଚର ଆଜି (ଶନିବାର) ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ଏହା ପୂର୍ବରୁ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତ ଇଂଲଣ୍ଡକୁ ହରାଇ ୧-୦ ରେ ଆଗୁଆ ରହିଛି । ତେବେ ରୋହିତ ବାହିନୀ ସିରିଜ ଜିତିବା ଲକ୍ଷ୍ୟରେ ରହିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ଟି-ଟ୍ବେଣ୍ଟି ମ୍ୟାଚର ଆଜି (ଶନିବାର)ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ଏହା ପୂର୍ବରୁ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତ ଇଂଲଣ୍ଡକୁ ହରାଇ ୧-୦ ରେ ଆଗୁଆ ରହିଛି । ତେବେ ରୋହିତ ବାହିନୀ ସିରିଜ ଜିତିବା ଲକ୍ଷ୍ୟରେ ରହିଛି ।

ଆଜିର ଏହି ଟି-ଟ୍ବେଣ୍ଟି ମ୍ୟାଚରେ ଋତୁରାଜ ଗାଏକ୍ବାଡ, ସଞ୍ଜୁ ସାମସନ, ଭେଙ୍କେଟେସ ଆୟାର, ଅର୍ଶଦୀପ ସିଂହ ଓ ରାହୁଲ ତ୍ରୀପାଠି ଖେଳିବେନି । ତାଙ୍କ ବଦଳରେ ବିରାଟ କୋହଲି, ଶ୍ରେୟାସ ଆୟାର, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା ଓ ପେସ ବୋଲର ଜଶପ୍ରିତ ବୁମରା ଖେଳିବେ । ସମସ୍ତଙ୍କର ନଜର ବିରାଟ କୋହଲିଙ୍କ ଉପରେ ରହିବ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଫର୍ମରେ ଅଛନ୍ତି । ତାଙ୍କ ପ୍ରଦର୍ଶନ ଭଲ ରହିଛି । ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତକୁ ଜିତାଇବାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପାଣ୍ଡ୍ୟା ।

ସେପଟେ ଇଂଲଣ୍ଡ ମଧ୍ୟ ଏହି ମ୍ୟାଚ ଜିତିବାକୁ ଚେଷ୍ଟା କରିବ । କାରଣ ପ୍ରଥମ ମ୍ୟାଚ ଜିତିବାରେ ହାତଛଡା କରିଥିଲା ଇଂଲଣ୍ଡ । ପୂର୍ବତନ ଅଧିନାୟକ ଇଅନ ମୋର୍ଗାନ ନେତୃତ୍ବ ଛାଡିବା ପରେ ଅଧିନାୟକ ଦାୟିତ୍ବରେ ଜୋସ ବଟଲର ରହିଛନ୍ତି । ଇଂଲଣ୍ଡ ଉଭୟ ବ୍ୟାଟିଂ ଏବଂ ବୋଲିଂ ଉପରେ ଗୁରୁତ୍ବ ରଖିଛି । ଇଂଲଣ୍ଡର ମୋଇନ ଅଲୀ, ଲିଆମ ଲିଭିଙ୍ଗଷ୍ଟୋନ, ଡାୱିଡ ମଲାନ, ଓ ଜାସଲ ହଲ୍ଡରଙ୍କ ପରି ବ୍ୟାଟର ଏବେ ଭଲ ଫର୍ମରେ ରହିଛନ୍ତି । ସେହି ପରି ବୋଲିଂରେ ସାମ କରାନ, ମ୍ୟାଟ ପିର୍କିନସନ, ଟାଇମଲ ମିଲ୍ସ, ରିସି ଟପଲେ ଓ କ୍ରିସ ଜୋର୍ଡାନ ରହିଛନ୍ତି ।

ସମ୍ଭାବ୍ୟ ଇଂଲଣ୍ଡ ଦଳ: ଜୋସ ବଟଲର (ଅଧିନାୟକ), ଜାସନ ରଏ, ଡାୱିଡ ମଲାନ, ମୋଇନ ଅଲୀ, ଲିଆମ ଲିଭିଙ୍ଗଷ୍ଟୋନ, ହ୍ୟାରୀ ବ୍ରୁକ, ସାମ କରାନ, କ୍ରି୍ସ ଜୋର୍ଡାନ, ଡେଭିଡ ୱିଲି,ରିଚାର୍ଡ ଗ୍ଲେସନ ଓ ମ୍ୟାଟ ପାର୍କିନସନ ।

ସମ୍ଭାବ୍ୟ ଭାରତ ଦଳ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଇଶାନ କିଶାନ, ସୂର୍ଯ୍ୟ କୁମାର ଯାଦବ/ଶ୍ରେୟାସ ଆୟାର/ଦୀପକ ହୁଡ୍ଡା, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ହର୍ଷଲ ପଟେଲ, ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ ଓ ଜଶପ୍ରିତ ବୁମରା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.