ETV Bharat / sports

T20 Blind World Cup: ଭାରତର ବୃହତ ବିଜୟ, ଲଗାତାର ତୃତୀୟ ଥର ପାଇଁ ବିଶ୍ୱ ଚମ୍ପିଆନ୍

author img

By

Published : Dec 17, 2022, 4:47 PM IST

ଦୃଷ୍ଟିହୀନ ଟି୨୦ ବିଶ୍ବକପରେ ଭାରତର ବୃହତ ବିଜୟ
ଦୃଷ୍ଟିହୀନ ଟି୨୦ ବିଶ୍ବକପରେ ଭାରତର ବୃହତ ବିଜୟ

ଦୃଷ୍ଟିହୀନ ଟି୨୦ ବିଶ୍ବକପରେ ଭାରତ ଲଗାତାର ତୃତୀୟ ଥର ପାଇଁ ହାତେଇଲା ଟାଇଟଲ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦୃଷ୍ଟିହୀନ ଖେଳାଳି ହାତେଇଲେ ହ୍ୟାଟ୍ରିକ ବିଶ୍ବକପ । ଇତିହାସ ରଚିଲା ଭାରତ । ଦୃଷ୍ଟିହୀନ ଟି୨୦ ବିଶ୍ବକପରେ ଭାରତ ଲଗାତାର ତୃତୀୟ ଥର ପାଇଁ ହାତେଇଲା ଟାଇଟଲ । ଦୃଷ୍ଟିହୀନ ଟି୨୦ ବିଶ୍ବକପ ୨୦୨୨ର ଫାଇନାଲ ମ୍ୟାଚରେ ବାଂଲାଦେଶକୁ ହରାଇ ଭାରତ ତୃତୀୟ ଥର ପାଇଁ ଟ୍ରଫି ହାସଲ କରିଛି ।

ବେଙ୍ଗାଲୁରୁସ୍ଥିତ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦୃଷ୍ଟିହୀନ ଟି୨୦ ବିଶ୍ବକପର ବାଂଲାଦେଶ ଓ ଭାରତ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ୧୨୦ ରନରେ ବାଂଲାଦେଶକୁ ପରାସ୍ତ କରି ବୃହତ୍ ବିଜୟ ହାସଲ କିରିଛି । ଏହା ସହିତ ତୃତୀୟ ଥର ପାଇଁ ଭାରତ ନିଜ ଖାତାରେ ଟି୨୦ ବିଶ୍ବକପ ଟାଇଟଲ ଜିତିବାର ରେକର୍ଡ କରିଛି । ଏହା ପୂର୍ବରୁ ଭାରତ ବର୍ଷ ୨୦୧୨ ଏବଂ ୨୦୧୭ରେ ଭାରତୀୟ ଦୃଷ୍ଟିହୀନ ଖେଳାଳି ଏହି ଟାଇଟଲ ହାତେଇଥିଲେ ।

ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୨ ଟି ୱିକେଟ ହରାଇ ଭାରତ ୨୭୭ ରନ କରିଥିଲା । ସେପଟେ ବାଂଲାଦେଶ ୨୭୮ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା । ଭାରତୀୟ ବୋଲର ଆରମ୍ଭରୁ ମାପି ଚୁପି ବୋଲିଂ କରିଥିଲା । ଫଳରେ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୩ ଟି ୱିକେଟ ହରାଇ ୧୫୭ ରନ କରିପାରିଥିଲା । ଟିମ୍ ଇଣ୍ଡିଆ ତରଫରୁ ଦୁଇ ଜଣ ଶତକୀୟ ଇନିଂସ ଖେଳିଥିଲେ । ସୁନୀଲ ରମେଶ ୬୩ ବଲରୁ ୧୩୬ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଅଧିନାୟକ ଅଜୟ ରେଡ୍ଡୀ ୫୦ ବଲରୁ ୧୦୦ ରନର ଧୂଆଁଧାର ଇନିଂସ ଖେଳିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.