ETV Bharat / sports

Omicron Scare: ଆସନ୍ତା 26ରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଟିମ ଇଣ୍ଡିଆ

author img

By

Published : Dec 4, 2021, 4:58 PM IST

India curtails tour of South Africa, T20Is to be played later; departure delayed by one week
ଓମିକ୍ରନ ଭୟ ସତ୍ତ୍ବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଟିମ ଇଣ୍ଡିଆ

ଭାରତୀୟ କ୍ରିକେଟ ଟିମର ଦକ୍ଷିଣ ଆଫ୍ରିକା ଗସ୍ତ ଆଶଙ୍କା ଉପରୁ ହଟିଲା ପରଦା । ସପ୍ତାହେ ବିଳମ୍ବରେ ଉଡାଣ ଭରିବ ଟିମ ଇଣ୍ଡିଆ, ସୂଚୀରୁ ଟି-୨୦ ସିରିଜ ବାଦ୍‌ । ଅଧିକ ପଢନ୍ତୁ

କୋଲକାତା: ଭାରତୀୟ କ୍ରିକେଟ ଟିମର ଦକ୍ଷିଣ ଆଫ୍ରିକା ଗସ୍ତ ଆଶଙ୍କା ଉପରୁ ହଟିଲା ପରଦା । COVID-19ର ନୂଆ ଭାରିଏଣ୍ଟ ଓମିକ୍ରନ ଭୟ ସତ୍ତ୍ବେ ଆସନ୍ତା 26 ତାରିଖରେ ଆଫ୍ରିକୀୟ ଦେଶ ଗସ୍ତ କରିବ ଟିମ ଇଣ୍ଡିଆ । ତେବେ ପୂର୍ବ ନିର୍ଦ୍ଧାରିତ ଗସ୍ତ ସୂଚୀରେ ସାମାନ୍ୟ ପରବର୍ତ୍ତନ ହୋଇଛି । ଭାରତୀୟ ଟିମର ଦକ୍ଷିଣ ଆଫ୍ରିକା ଯାତ୍ରା ତାରିଖ ଗୋଟିଏ ସପ୍ତାହ ଘୁଞ୍ଚାଇ ଦିଆଯାଇଛି । ଏଥିସହ ସୂଚୀରୁ ଟି-୨୦ ସରିଜରୁ ବାଦ୍‌ ଦିଆଯାଇଛି । ଏନେଇ ଶନିବାର ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ବୋର୍ଡ ବୋର୍ଡ ଘୋଷଣା କରିଛନ୍ତି ।

୪ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ପରେ ଖେଳାଯିବା ନେଇ ସ୍ଥିର ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ନୂଆ ସୂଚୀ ପାଇଁ ଭେନ୍ୟୁ ଘୋଷଣା ନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(CSA) ସ୍ପଷ୍ଟ କରିଛି । ପୂର୍ବରୁ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ଅଭିମୁଖେ ଡିସେମ୍ବର ୯ରେ ଉଡାଣ ଭରିବାର ସୂଚୀ ରହିଥିଲା ଓ ପୂର୍ବସୂଚୀ ଅନୁଯାୟୀ ଡିସେମ୍ବର ୧୭ରୁ ଟେଷ୍ଟ ସିରିଜ ଆରମ୍ଭ ହେବାର ଥିଲା ।

ନୂଆ ସୂଚୀ ଅନୁଯାୟୀ, ଏହି ଗସ୍ତରେ ଭାରତୀୟ ଟିମ ୩ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ ।

ଭାରତୀୟ ବୋର୍ଡର ଅଧିକାରୀ ବାର୍ଷିକ ସାଧାରଣ ବୈଠକ(AGM) ପରେ CSA ଓ BCCI ସମ୍ପାଦକ ଜୟ ଶାହାଙ୍କ ବିବୃତି ସାମ୍ନାକୁ ଆସିଥିଲା ।

ଏହାମଧ୍ୟ ପଢନ୍ତୁ: India vs new Zealand Mumbai test: ନ୍ୟୁଜିଲାଣ୍ଡ ୬୨ ରନ୍‌ରେ ଅଲଆଉଟ

BCCI ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଓ ୩ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ । ସିରିଜ ପ୍ରତି BCCIର ପ୍ରତିବଦ୍ଧତାକୁ କ୍ରିକେଟ ଦକ୍ଷିଣ ଆଫ୍ରିକା(CSA) ପ୍ରଶଂସା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.