ETV Bharat / sports

ବେଙ୍ଗାଲୁରୁ ଟେଷ୍ଟରେ ଭାରତର ବୃହତ ବିଜୟ, ୨-୦ରେ ସିରିଜ କ୍ଳିନସୁଇପ୍‌

author img

By

Published : Mar 14, 2022, 6:16 PM IST

Updated : Mar 14, 2022, 7:06 PM IST

India beat Sri Lanka ୨୩୮ runs to sweep series 2-0
ବେଙ୍ଗାଲୁରୁ ଟେଷ୍ଟରେ ଭାରତର ବୃହତ ବିଜୟ, ସିରିଜ ୨-୦ରେ କ୍ଳିନସୁଇପ୍‌

ଦ୍ବିତୀୟ ଟେଷ୍ଟରେ ଶ୍ରୀଲଙ୍କାକୁ ୨୩୮ ରନ୍‌ରେ ହରାଇଲା ଭାରତ । ଦୁଇ ମ୍ୟାଚ୍‌ ଟେଷ୍ଟ ସିରିଜକୁ ୨-୦ରେ କ୍ଳିନସୁଇପ୍‌ କରିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ପିଙ୍କ୍‌ ବଲ ଟେଷ୍ଟ ପୁଣି ଟିମ ଇଣ୍ଡିଆ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟକୁ ୨୩୮ ରନ୍‌ରେ ଜିତିନେଇଛି ଟିମ ଇଣ୍ଡିଆ । ଫଳରେ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ କ୍ଳିନ ସୁଇପ କରିଛି ଭାରତ । ଘରୋଇ ମାଟିରେ ପୂର୍ବରୁ ଖେଳିଥିବା ଦୁଇଟି ପିଙ୍କ୍‌ ବଲ୍‌ ଟେଷ୍ଟରେ ତିନିଦିନ ମଧ୍ୟରେ ବିଜୟୀ ହୋଇଥିଲା ଭାରତୀୟ ଟିମ । ବେଙ୍ଗାଲୁରୁରେ ଏହି ରେକର୍ଡ ମଧ୍ୟ ବଜାୟ ରଖିଛି ରୋହିତ ବାହିନୀ । ଏଥିସହ ଗୁରୁତ୍ବପୂର୍ଣ୍ଣ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ(WTC) ୧୨ ପଏଣ୍ଟ ହାସଲ କରିଛି ।

ଏହାମଧ୍ୟ ପଢନ୍ତୁ: Test Cricket: ଅଶ୍ବିନ ଅଷ୍ଟମ ସର୍ବାଧିକ ଟେଷ୍ଟ ୱିକେଟ ହାସଲକାରୀ ବୋଲର, ଷ୍ଟେନଙ୍କୁ ଟପିଲେ

୪୪୭ ରନ୍‌ର କଷ୍ଟକର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ସିଂହଳ ଟିମ ୫୯.୩ ଓଭରରେ ୨୦୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । କ୍ୟାପଟେନ ଦିମୁଥ କରୁଣାରତ୍ନେ ଲଢୁଆ ଶତକୀୟ ଇଂନିସ ଖେଳିଥିଲେ ମଧ୍ୟ ଅନ୍ୟ କୌଣସି ଖେଳାଳିଙ୍କ ସାଥ୍‌ ମିଳିନଥିଲା । କୁଶଲ ମେଣ୍ଡିସ ୫୪ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଏହା ବ୍ୟତୀତ ଟିମର ୮ଜଣ ଖେଳାଳି ଦୁଇଅଙ୍କ ସ୍କୋର ପାର୍‌ କରିପାରିନଥିଲେ ।

ପ୍ରଥମ ଇଂନିସରେ ଭାରତ ୨୫୨ ରନ୍‌ର ଜବାବରେ ଶ୍ରୀଲଙ୍କା ମାତ୍ର ୧୦୯ ରନ୍‌ରେ ସୀମିତ ରହିଥିଲା । ପରେ ୩୦୩ ରନ୍‌ରେ ଭାରତ ଦ୍ବିତୀୟ ଇଂନିସରେ ଘୋଷଣା କରିବା ପରେ ଶ୍ରୀଲଙ୍କା ସାମ୍ନାରେ ୪୪୭ ରନ୍‌ର ଟାର୍ଗେଟ ରହିଥିଲା ।

IANS

Last Updated :Mar 14, 2022, 7:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.