ETV Bharat / sports

IND vs ENG 1st T20: ପାଣ୍ଡ୍ୟାଙ୍କ ପାୱାରଫୁଲ ପ୍ରଦର୍ଶନ, 50 ରନରେ ଜିତିଲା ଭାରତ

author img

By

Published : Jul 8, 2022, 9:49 AM IST

ପାଣ୍ଡ୍ୟାଙ୍କ ପାୱାରଫୁଲ ପ୍ରଦର୍ଶନ, 1-0ରେ ଆଗୁଆ ଭାରତ
ପାଣ୍ଡ୍ୟାଙ୍କ ପାୱାରଫୁଲ ପ୍ରଦର୍ଶନ, 1-0ରେ ଆଗୁଆ ଭାରତ

ଘରୋଇ ଇଂଲଣ୍ଡ ଭାରତ ମଧ୍ୟ ଅନୁଷ୍ଠିତ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ଦମଦାର ବିଜୟ ହାସଲ କରି ନେଇଛି ଭାରତ । 3ଟିକିଆ ମ୍ୟାଚରେ 1-0ରେ ଆଗୁଆ ରହିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ସାଉଥମ୍ପଟନ: ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟି-ଟ୍ବେଣ୍ଟିରେ ଜବରଦସ୍ତ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଅଲରାଉଣ୍ଡର ପାଣ୍ଡ୍ୟାଙ୍କ ପାୱାରଫୁଲ ପ୍ରଦର୍ଶନ ବଳର ପ୍ରଥମ ଟି-ଟ୍ବେଣ୍ଟିରେ ଇଂଲଣ୍ଡକୁ 50 ରନରେ ମାତ ଦେଇଛି ଭାରତ । ଏହା ସହ 3 ଟିକିଆ ମ୍ୟାଚରେ 1-0ରେ ଆଗୁଆ ରହିଛି ଦଳ । ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମ ମ୍ୟାଚରେ ଅର୍ଶଦୀପ ସିଂ ଡେବ୍ୟୁ କରିଥିଲେ । ରୋହିତ ଓ ଇଶାନ ପାଳି ଆରମ୍ଭ କରିଥିଲେ । ରୋହିତ ବେଶି ସମୟ ତିଷ୍ଠି ପାରି ନଥିଲେ । 14 ବଲରେ 24 ରନ କରି ସଅଳ ପାଭିଲିୟନ ଫେରିଥିଲେ ରୋହିତ । ଏହାପରେ ଆସିଥିଲେ ଦୀପକ ହୁଡା । ଆରମ୍ଭରୁ ଆକ୍ରାମଣତ୍ମକ ପ୍ରଦର୍ଶନ କରିଥିଲେ ହୁଡା । ପରେ ପରେ ମୋଇନଙ୍କ ଦ୍ବିତୀୟ ଶିକାର ହୋଇଥିଲେ କିଷନ । ମୋଇନ ଅଲି ଦୁଇ ଓଭରରେ ଦୁଇ ଓପନରଙ୍କୁ ଆଉଟ କରିଥିଲେ । ସୂର୍ଯ୍ୟକୁମାର ଯାଦବ ଓ ହୁଡା ମିଶି ସ୍ଥିତି ସମ୍ଭାଳିଥିଲେ । ହୁଡା 17 ବଲରୁ 33ରନ କରି ଆଉଟ ହୋଇଥିଲେ । ପରେ ପରେ ସୂର୍ଯ୍ୟକୁମାର ମଧ୍ୟ ଆଉଟ ହୋଇଥିଲେ ।

ସ୍ଥିତି ସମ୍ଭାଳିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଦ୍ରୁତ ବୋଲିଂ କରି 30 ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ ପାଣ୍ଡ୍ୟା । ଟି-ଟ୍ବେଣ୍ଟିରେ ଏହା ତାଙ୍କ ପ୍ରଥମ ଅର୍ଦ୍ଧଶତକ । ତାଙ୍କୁ ଯୋଗ ଦେଇଥିଲେ ଅକ୍ଷର ପଟେଲ (17) । ବଡ ସଟ ଖେଳିବାକୁ ଯାଇ ଆଉଟ ହୋଇଥିଲେ ପାଣ୍ଡ୍ୟା । 33 ବଲରେ 51 ରନ କରିଥିଲେ । ଏହାପରେ ରନ ଗତି ଧିମା ହୋଇଥିଲା । କାର୍ତ୍ତିକ 11 ଓ ହର୍ଷଲ ପଟେଲ 3 ରନ କରିଥିଲେ । ଭୁବନେଶ୍ବର କୁମାର 1 ଓ ଅର୍ଶଦୀପ ସିଂ 2 ରନ କରି ଅପରାଜିତ ରହିଥିଲେ । 8 ୱିକେଟ ହରାଇ 198 ରନ କରିଥିଲା ଭାରତ । ଇଂଲଣ୍ଡ ପକ୍ଷରୁ ଜୋର୍ଡାନ ଓ ମୋଇନ ଅଲି 2 ଟି ଲେଖାଏଁ ୱିକେଟ ନେଇଥିଲେ ।

199ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଘରୋଇ ଦଳ । ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା ଦଳ । ଦଳ ପକ୍ଷରୁ ମଲାନ 21, ହ୍ୟାରୀ ବ୍ରୁକ 1, ମୋଇନ ଅଲି 36 ଏବଂ କ୍ରିସ ଜୋର୍ଡାନ ଅପରାଜିତ 6 ରନ କରିଥିଲେ । ପାଣ୍ଡ୍ୟାଙ୍କ ଯାଦୁଗରୀ ବୋଲିଂ ଓ ଭୁବନେଶ୍ବର କୁମାରଙ୍କ ଘାତକ ବୋଲିଂ ଆଗରେ ଟଳମଳ ହୋଇଥିଲେ ଇଂଲଣ୍ଡ ବ୍ୟାଟର । ଭୁବି ଅଧିନାୟକ ଜୋ ବଟଲରଙ୍କୁ ଡକ ଆଉଟ କରିବା ପରେ ଦଳ ଚାପର ଶିକାର ହୋଇଥିଲା । ପ୍ରଥମ ଓଭରରେ ପାଣ୍ଡ୍ୟା ତାଙ୍କ ବୋଲିଂ ଯାଦୁ ଦେଖାଇଥିଲେ । ଦାୱିଦ ମଲାନ ଓ ଲାଏମ ଲିଭିଂଷୋନଙ୍କୁ ଆଉଟ କରି ଶିବିରରେ ଆତଙ୍କ ଖେଳାଇଥିଲେ। ଅର୍ଶଦୀପ,ହର୍ଷଲ ଓ ୟୁଝବେନ୍ଦ୍ରଙ୍କ ଚାପରେ କ୍ରିଜରେ ତିଷ୍ଠିବାର ସୁଯୋଗ ପାଇନଥିଲେ ଇଂଲଣ୍ଡ ବ୍ୟାଟର । ଦଳ 19.3 ଓଭରରେ 10 ୱିକେଟ ହରାଇ 148 ରନ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ପାଣ୍ଡ୍ୟା 4ଟି, ଅର୍ଶଦୀପ 2ଟି ଚହର 2ଟି ଏବଂ ଭୁବନେଶ୍ବର ଓ ହର୍ଷଲ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.