ETV Bharat / sports

INDvsBAN 2nd Test: ଟସ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି, ଜୟଦେବ ଉନାଉକତ ନୂଆ ମୁହଁ

author img

By

Published : Dec 22, 2022, 8:58 AM IST

Updated : Dec 22, 2022, 9:27 AM IST

INDvsBAN 2nd Test
ଟସ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି

ଆଜିଠୁ ଘରୋଇ ବାଂଲାଦେଶ ଓ ଭାରତ ମଧ୍ୟରେ ଦ୍ବିତୀୟ ଟେଷ୍ଟ ଆରମ୍ଭ ହୋଇଛି ( India Bangladesh second Test )। ପ୍ରଥମ ଟେଷ୍ଚ ଜିତିଥିବା ଟିମ ଇଣ୍ଡିଆ ଦ୍ବିତୀୟ ଟେଷ୍ଟ ଜିିତି ସିରିଜ ମୂଳପୋଛ ଲକ୍ଷ୍ୟରେ ରହିଛି । ଅଧିକ ପଢନ୍ତୁ

ଢାକା: ଆଜିଠୁ ଘରୋଇ ବାଂଲାଦେଶ ଓ ଭ୍ରମଣକାରୀ ଭାରତ ମଧ୍ୟରେ ଦ୍ବିତୀୟ ଟେଷ୍ଟ ଆରମ୍ଭ ହୋଇଛି ( India Bangladesh second Test )। ମୀରପୁରରେ ଖେଳାଯାଉଛି ଦ୍ବିତୀୟ ଟେଷ୍ଟ । ଟସ ଜିତି ବାଂଲାଦେଶ ବ୍ୟାଟିଂ ନିଷ୍ପତ୍ତି ନେଇଛି । ପ୍ରଥମେ ବୋଲିଂ କରିବ ଟିମ ଇଣ୍ଡିଆ । ପ୍ରଥମ ଟେଷ୍ଚ ଜିତିଥିବା ଟିମ ଇଣ୍ଡିଆ ଦ୍ବିତୀୟ ଟେଷ୍ଟ ଜିତି ସିରିଜ ମୂଳପୋଛ ଲକ୍ଷ୍ୟରେ ରହିଛି । ଭାରତୀୟ ଏକାଦଶରେ ଏକ ନୂଆ ମୁହଁ ସାମିଲ ହୋଇଛି । ଜୟଦେବ ଉନାଉକତ ଦଳରେ ସାମିଲ ହୋଇଛନ୍ତି । 12 ବର୍ଷ ପରେ ଜୟଦେବ ଭାରତୀୟ ଦଳକୁ ଫେରିଛନ୍ତି । ସେ ଶେଷ ଥର ପାଇଁ 2010 ଡିସେମ୍ବର 16ରେ ଖେଳିଥିଲେ । ଆଜି ତାଙ୍କ ପାଖରୁ କିଛି କମାଲ ଆଶା କରାଯାଉଛି । ପ୍ରଥମ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିବା କୁଳଦୀପ ଯାଦବଙ୍କୁ ବାଦ ଦିଆଯାଇଛି ।

ପ୍ରଥମ ଟେଷ୍ଟରୁ 188 ରନରେ ଜିତିଥିଲା ଭାରତ । ପ୍ରଥମ ଟେଷ୍ଟରେ ଚେତେଶ୍ବର ପୂଜାରା, କୁଳଦୀପ ଯାଦବଙ୍କ ପ୍ରଭାବୀ ପ୍ରଦର୍ଶନ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲା । ରାହୁଲଙ୍କ ନେତୃତ୍ବରେ ଦଳ ଭଲ ପ୍ରଦର୍ଶନ କରିଥିଲା । ଚେତେଶ୍ବର ପୂଜାରାଙ୍କ ପୂର୍ବ ପ୍ରଦର୍ଶନ ଆଶା କରୁଛନ୍ତି ଫ୍ୟାନ୍ସ । ସେହିପରି 12 ବର୍ଷ ପରେ ଦଳକୁ ଫେରିଥିବା ଜୟଦେବଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ପ୍ରଥମ ଟେଷ୍ଟରେ ଅଧିନାୟକ କେଏଲ ରାହୁଲ ପ୍ରଦର୍ଶନ ଏତେ ଭଲ ନଥିଲା । ସେ ପ୍ରଥମ ଇନିଂସରେ 22 ଓ ଦ୍ବିତୀୟ ଇନିଂସରେ 23 ରନ କରି ଆଉଟ ହୋଇଥିଲେ । ଆଜି ପ୍ରଦର୍ଶନରେ ସୁଧାର ଆଣିବାକୁ ଚେଷ୍ଟା କରିବେ । ଚେତେଶ୍ବର ପୂଜାରା ପ୍ରଥମ ମ୍ୟାଚରେ 90 ଓ ଦ୍ବିତୀୟ ମ୍ୟାଚରେ 102 ରନ କରି ଟେଷ୍ଟ ସ୍ପେସାଲିଷ୍ଟ ଭାବେ ପରିଚୟ ଦୃଢ କରିଥିଲେ । ଶ୍ରେୟାସ ଆୟର ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ଆଜି ସେହି ସମାନ ପ୍ରଦର୍ଶନ ରିପିଟ ହେବ ବୋଲି ଆଶା କରାଯାଉଛି । ସେପଟେ ପ୍ରଥମ ଟେଷ୍ଟ ହାତଛଡା କରିଥିବା ବାଂଲାଦେଶ ଆଜି ସମସ୍ତ କଳବଳ ଲଗେଇ ଦେବ । ମ୍ୟାଚକୁ ଫେରି ସିରିଜ ହାତେଇବାକୁ ସବୁ ଚେଷ୍ଟା କରିବ ଦଳ ।

ବାଂଲାଦେଶ ବିପକ୍ଷରେ ଏହା ଭାରତର ଅନ୍ତିମ ତଥା ଦ୍ବିତୀୟ ଟେଷ୍ଟ । ଏହି ମ୍ୟାଚ ଜିତି ଭାରତ 2-0ରେ ସିରିଜ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି । ସିରିଜ ଜିତିଲେ ଭାରତ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ତାଲିକାରେ ଦ୍ବିତୀୟ ସ୍ଥାନରୁ ଆହୁରି ଦୃଢ କରିବ । ତାଲିକାରେ ଭାରତ 55.77 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରିହିଛି । ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ ଭଲ ପ୍ରଦର୍ଶନ କଲେ ଭାରତ କ୍ରମାଗତ ଭାବେ ଦ୍ବିତୀୟ ଥର ବିଶ୍ବ ଚମ୍ପିଅନସିପ ଫାଇନାଲରେ ପ୍ରବେଶ କରିବ ।

ଏହା ବି ପଢନ୍ତୁ...INDvsBAN: ଏହି ଦୁଇ ଜଣ ଖେଳାଳି ଦ୍ୱିତୀୟ ଟେଷ୍ଟରୁ ପଡିଲେ ବାଦ

ଭାରତୀୟ ଚୂଡାନ୍ତ ଏକାଦଶ....

କେ ଏଲ ରାହୁଲ (ଅଧିନାୟକ), ଶୁଭମନ ଗିଲ, ଚେତେଶ୍ବର ପୂଜାରା ( ଉପଅଧିନାୟକ), ବିରାଟ କୋହଲି, ଶ୍ରେୟାସ ଆୟର, ( ଋଷବ ପନ୍ତ ୱିକେଟକିପର) , ରବିଚନ୍ଦ୍ରନ ଅଶ୍ବିନୀ, ଅକ୍ଷର ପଟେଲ, ଜୟଦେବ ଉନାଉକତ, ଉମେଶ ଯାଦବ, ମହମ୍ମଦ ସିରାଜ ।

ବାଂଲାଦେଶ ଚୂଡାନ୍ତ ଏକାଦଶ...

ସକିବ ଅଲ ହାସନ (ଅଧିନାୟକ), ନାଜମୁଲ ହୋସେନ ସାଣ୍ଟୋ, ମୋମିନୁଲ ହକ, ୟାସିର ଅଲି, ମୁସଫିକର ରହିମ, ଲିଟନ ଦାସ, ନୁରୁଲ ହାସନ, ମେହିଦି ହାସନ ମିରାଜ, ତାଇଜୁଲ ଇସଲାମ, ତାସ୍କିନ ଅହମ୍ମଦ, ଖାଲେଦ ଅହମ୍ମଦ, ଜାକିର ହାସନ ।

Last Updated :Dec 22, 2022, 9:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.