ETV Bharat / sports

ICC Womens World Cup: ଇଣ୍ଡିଜକୁ ୩୧୮ ରନ ଟାର୍ଗେଟ ଦେଲା ଭାରତ, ହରମନପ୍ରୀତ- ସ୍ମୃତିଙ୍କ ଶତକ

author img

By

Published : Mar 12, 2022, 10:31 AM IST

Updated : Mar 12, 2022, 2:27 PM IST

ଓ୍ବେଷ୍ଟ ଇଣ୍ଡିଜକୁ ୩୧୮ ରନର ଟାର୍ଗେଟ ଦେଲା ଭାରତ,  ହରମନପ୍ରୀତ- ସ୍ମୃତିଙ୍କ ଶତକ
ଓ୍ବେଷ୍ଟ ଇଣ୍ଡିଜକୁ ୩୧୮ ରନର ଟାର୍ଗେଟ ଦେଲା ଭାରତ, ହରମନପ୍ରୀତ- ସ୍ମୃତିଙ୍କ ଶତକ

ଆଇସିସି ମହିଳା ବିଶ୍ବକପରେ ଆଜି ଭାରତ ଓ୍ବେଷ୍ଟ ଇଣ୍ଡିଜ ମୁକାବିଲା । ବିପକ୍ଷ ଦଳକୁ ୩୧୮ ରନର ଟାର୍ଗେଟ ଦେଲା ଭାରତ । ଅଧିକ ପଢନ୍ତୁ

ହାମିଲଟନ: ଆଇସିସି ମହିଳା ବିଶ୍ବକପରେ ଆଜି ଭାରତ ଓ୍ବେଷ୍ଟ ଇଣ୍ଡିଜ ମୁକାବିଲା ଜାରି ରହିଛି । ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିବା ବେଳେ ୫୦ ଓଭର ସୁଦ୍ଧା ୮ ଓ୍ବିକେଟ ହରାଇ ୩୧୭ ରନ ସଂଗ୍ରହ କରିଛି । ଫଳରେ ବିପକ୍ଷ ଦଳକୁ ୩୧୮ ରନର ଟାର୍ଗେଟ ଦେଇଛି ଭାରତୀୟ ମହିଳା ଦଳ । ଭାରତୀୟ ଦଳ ପକ୍ଷରୁ ଉପ ଅଧିନାୟକ ହରମନପ୍ରୀତ କୌର ଓ ସ୍ମୃତି ମାନ୍ଧାନା ଶତକ ହାସଲ କରିଛନ୍ତି । ହରମନପ୍ରୀତ ୧୦୯ ରନ କରିଥିବା ବେଳେ ସ୍ମୃତି ୧୨୩ ରନ କରି କରି ଦଳକୁ ଦୃଢସ୍ଥିତିରେ ପହଞ୍ଚାଇଛନ୍ତି । ଆଜି ସକାଳ ସମୟରେ ହାମିଲଟନରେ ଆରମ୍ଭ ହୋଇଛି ଏହି ମ୍ୟାଚ ।

ଚଳିତ ମହିଳା ବିଶ୍ବକପରେ ଭାରତର ଏହା ତୃତୀୟ ଲିଗ ମ୍ୟାଚ । ଏହା ପୂର୍ବରୁ ୨ଟି ମ୍ୟାଚରେ ଗୋଟିଏରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚର ପରାଜୟ ହୋଇଥିଲା । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୧୦୭ ରନରେ ପରାଜୟ କରିଥିବା ବେଳେ ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ୬୨ ରନରେ ପରାସ୍ତ ହୋଇଥିଲା ।

Last Updated :Mar 12, 2022, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.