ETV Bharat / sports

ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ: ବ୍ୟାଟିଂ କରୁଛି ଘରୋଇ ଟିମ, ସାଇ ସୁଦର୍ଶନଙ୍କ ODI ଡେବ୍ୟୁ

author img

By ETV Bharat Odisha Team

Published : Dec 17, 2023, 1:29 PM IST

Updated : Dec 17, 2023, 1:53 PM IST

South Africa won the toss
South Africa won the toss

IND vs SA 1st ODI: ଓ୍ବାଣ୍ଡର୍ସ ଗ୍ରାଉଣ୍ଡରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ । ଟସ ଜିତିଲା ଘରୋଇ ଟିମ, ବୋଲିଂ କରିବ ଭାରତ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ । ଟସ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇବ ଘରେଇ ଟିମ, ଫଳରେ ବୋଲିଂ କରିବ ଭାରତ । ଓ୍ବାଣ୍ଡର୍ସ ଷ୍ଟାଡିମୟରେ ମ୍ୟାଚ ଆରମ୍ଭ ହୋଇଯାଇଥି । ଏକାଦଶରେ ଦଳରେ ସ୍ଥାନ ପାଇଛନ୍ତି ସଞ୍ଜୁ ସାମସନ । ବାଦ ପଡିଲେ ଚହଲ । ଘରୋଇ ଟିମର ହେଣ୍ଡ୍ରିକ୍ସ ଓ ଟୋନି ଡେ ଜୋରିଜ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଳାଇଛନ୍ତି । ଆରମ୍ଭରୁ ଭାରତୀୟ ବୋଲର ଦବଦବା ଦେଖାଇଛନ୍ତି । 2 ଓଭର ଶେଷ ସୁଦ୍ଧା 2 ଓ୍ବିକେଟ ହରାଇ ଘରୋଇ ଟିମର ଦଳୀୟ ସ୍କୋର 3 ରହିଛି । ଅର୍ଶଦୀପ 2ଯାକ ଓ୍ବିକେଟ ନେଇଛନ୍ତି । ଆଜିର ମ୍ୟାଚ୍‌ରେ ଅନ୍ତର୍ଜାତୀୟ ଦିିନିକିଆରେ ଡେବ୍ୟୁ କରିଛନ୍ତି ଧୂଆଁଧାର ବ୍ୟାଟର ସାଇ ସୁଦର୍ଶନ ।

ଦିନିକିଆ ବିଶ୍ବକପରେ ଟିମ ଇଣ୍ଡିଆ ଫାଇନାଲରେ ପରାଜୟ ପରେ ଆଜି ପୁଣି ଦିନିକିଆ ମ୍ୟାଚ୍‌ ଖେଳୁଛି । ଦଳର ବୋଲିଂ ଓ ବ୍ୟାଟିଂ ବିଭାଗ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲରେ ଫେଲ୍‌ ମାରିଥିଲା । ତେବେ ସମସ୍ତ ତ୍ରୁଟିକୁ ସୁଧାରି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ମ୍ୟାଚରେ ଭଲ ପ୍ରଦର୍ଶନ କରିବା ବୋଲି ସମସ୍ତଙ୍କ ଆଶା । କେଏଲ ରାହୁଲଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଛି ଭାରତ । ଯୁବକ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଏହା ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି ଟ୍ବେଣ୍ଟି ସିରିଜ ଖେଳାଯାଇଥିଲା । କିନ୍ତୁ ଏହି ସିରିଜ ଡ୍ର ରହିଥିଲା । ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଦ୍ବିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ବିଜୟ ହୋଇଥିଲା । ଶେଷ ତଥା ଅନ୍ତିମ ମ୍ୟାଚ ଭାରତ ପାଇଁ କର ବା ମର ସ୍ଥିତିରେ ରହିଥିବାରୁ ଭାରତ ଏଥିରେ ବିରାଟ ରନ୍‌ ବ୍ୟବଧାନରେ ବିଜୟୀ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ, କୂଳଦୀପଙ୍କ ଘାତକ ବୋଲିଂ: ଭାରତ-ଦକ୍ଷିଣ ଆଫ୍ରିକା ସିରିଜ ଡ୍ର'

ଭାରତ ଚୂଡାନ୍ତ ଏକାଦଶ: କେଏଲ୍‌ ରାହୁଲ (ଅଧିନାୟକ), ଋତୁରାଜ ଗାଏକ୍‌ୱାଡ୍‌, ସାଇ ସୁଦର୍ଶନ, ଶ୍ରେୟସ ଆୟର, ତିଲକ ବର୍ମା, ସଞ୍ଜୁ ସାମ୍‌ସନ୍‌, ଅକ୍ଷର ପଟେଲ,କୁଳଦୀପ ଯାଦବ, ଅର୍ଶଦୀପ ସିଂହ, ଅଭେଶ ଖାନ, ମୁକେଶ କୁମାର ।

ଦକ୍ଷିଣ ଆଫ୍ରିକା ଚୂଡାନ୍ତ ଏକାଦଶ : ଆଇଡେନ ମାର୍କରାମ (ଅଧିନାୟକ), ଟୋନି ଡେ ଜୋରିଜ, ରାସି ଭାନ ଡର ଡୁସେନ, ରିଜ ହେଣ୍ଡ୍ରିକ୍ସ, ହେନରିକ କ୍ଲାସନ, ଡେଭିଡ ମିଲର, ୱିଆନ୍ ମଲଡର୍, ଆଣ୍ଡାଇଲ୍ ଫେହୁଲୁକାୟୋ, କେଶବ ମହାରାଜ, ନନ୍ଦ୍ରେ ବରଗେର, ତ୍ରାବିଜ ସାମସି ।

Last Updated :Dec 17, 2023, 1:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.