ETV Bharat / sports

Women World Cup: ରବିବାର ମହାମୁକାବିଲା, ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

author img

By

Published : Mar 5, 2022, 9:21 PM IST

ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ମହିଳା କ୍ରିକେଟ ବିଶ୍ବକପରେ ରବିବାରଠୁ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ଭାରତୀୟ ମହିଳା କ୍ରିକେଟ ଟିମ, ବିଶ୍ବକପ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଖେଳିବ । ଅଧିକ ପଢନ୍ତୁ

IND VS PAK WOMENS WORLD CUP 2022 MATCH PREVIEW
Women World Cup: ରବିବାର ମହାମୁକାବିଲା, ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ମାଉଣ୍ଟ ମୋନଗାନୁଇ: ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ମହିଳା କ୍ରିକେଟ ବିଶ୍ବକପରେ ରବିବାରଠୁ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ଭାରତୀୟ ମହିଳା କ୍ରିକେଟ ଟିମ, ବିଶ୍ବକପ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଖେଳିବ । ରବିବାର ଏହି ମହାମୁକାବିଲା ଓଭାଲ ପାର୍କରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ସକାଳ ୬.୩୦ରୁ ମ୍ୟାଚ୍‌ ଆରମ୍ଭ ହେବ ।

ବିଶ୍ବକପ ଟୁର୍ନାମେଣ୍ଟ ପୂର୍ବରୁ ମିତାଲି ରାଜଙ୍କ ନେତୃତ୍ବରେ ଭାରତୀୟ ଟିମ ନ୍ୟୁଜିଲାଣ୍ଡ ପରିବେଶରେ ଭଲ ପ୍ରସ୍ତୁତି କରିଛି । ଭାରତୀୟ ଖେଳାଳି ଦୁଇଟି ଅଭ୍ୟାସ ମ୍ୟାଚ୍‌ ସମେତ ଖେଳିଥିବା ଶେଷ ୭ଟି ମ୍ୟାଚ୍‌ରେ ୨୫୦ରୁ ଅଧିକ ସ୍କୋର୍‌ କରିବାରେ ସଫଳ ହୋଇଛନ୍ତି । ତେବେ ବୋଲିଂ ପ୍ରଦର୍ଶନ ପ୍ରଭାବୀ ନହେବା କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜକୁ ୧-୪ରେ ହାରିଥିଲା ଭାରତ । ମାତ୍ର ସିରିଜର ଶେଷ ମ୍ୟାଚ୍‌ରେ ବିଜୟ ସହିତ କ୍ୟାପଟେନ ମିତାଲି ରାଜ, ହରମନପ୍ରିତ କୌର ଓ ସ୍ମୃତି ମାନ୍ଧାନାଙ୍କ ଫର୍ମକୁ ଫେରିବା ଟିମ ପାଇଁ ଶୁଭସଙ୍କେତ ହୋଇଛି । ବୋଲିଂ ବିଭାଗ ରାଜେଶ୍ବରୀ ଗାଏକ୍ବାଡ ଓ ଭେଟେରାନ ଝୁଲଣ ଗୋସ୍ବାମୀଙ୍କ ଉପରେ ନିର୍ଭର କରିବ । ସ୍ପିନର ଦୀପ୍ତି ଶର୍ମା ଦ୍ବିପାକ୍ଷିକ ସିରିଜରେ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଥିଲେ । ମେଘନା ସିଂ, ପୂଜା ବସ୍ତ୍ରକର ଓ ରେଣୁକା ସିଂଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ ।

(ଭାରତୀୟ ସମୟ ଅନୁସାରେ ସକାଳ ୬.୩୦ରୁ ମ୍ୟାଚ୍‌ ଆରମ୍ଭ)

ଭାରତୀୟ ଟିମ: ମିତାଲି ରାଜ(କ୍ୟାପଟେନ୍‌), ସ୍ମୃତି ମାନ୍ଧାନା, ଶେଫାଳି ବର୍ମା, ହରମନପ୍ରୀତ କୌର, ୟାସ୍ତିକା ଭାଟିଆ, ଦୀପ୍ତି ଶର୍ମା, ପୂଜା ବସ୍ତ୍ରକର, ରିଚା ଘୋଷ(ୱିକେଟ କିପର ), ତାନିଆ ଭାଟିଆ(ୱିକେଟ କିପର), ସ୍ନେହ ରାଣା, ମେଘନା ସିଂ, ରାଜେଶ୍ବରୀ ଗାଏକ୍ବାଡ, ପୁନମ ଯାଦବ, ଝୁଲଣ ଗୋସ୍ବାମୀ ଓ ରେଣୁକା ସିଂ ।

ପାକିସ୍ତାନ ଟିମ: ଆଲିଆ ରିଆଜ, ଜାବେରିଆ ଖାନ, ମୁନୀବା ଅଲୀ(ୱିକେଟ କିପର), ନାହିଦା ଖାନ, ବିଶମାହ ମାରୁଫ(କ୍ୟାପେଟନ୍‌), ସିଦରା ଅମିନ, ନିଦା ଦର, ଅନମ ଅମିନ, ଓମୌମା ସୋହେଲ, ସିଦରା ନବାଜ(ୱିକେଟ କିପର), ଏମାମ ଅନୱର, ଡାଏନା ବେଗ୍‌, ଫାତିମା ସନା, ଗୁଲାମ ଫାତିମା ଓ ନସରା ସନ୍ଧୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.