Ind vs Eng Womens ODI : ସ୍ମୃତି ମାନ୍ଧନାଙ୍କ ଧୂଆଁଧାର ବ୍ୟାଟିଂ, ୭ ୱିକେଟରେ ଜିତିଲା ଭାରତ

author img

By

Published : Sep 18, 2022, 11:08 PM IST

Ind vs Eng Womens ODI : ସ୍ମୃତି ମାନ୍ଧନାଙ୍କ ଧୂଆଁଧାର ବ୍ୟାଟିଂ, ୭ ୱିକେଟରେ ଜିତିଲା ଭାରତ
Ind vs Eng Womens ODI : ସ୍ମୃତି ମାନ୍ଧନାଙ୍କ ଧୂଆଁଧାର ବ୍ୟାଟିଂ, ୭ ୱିକେଟରେ ଜିତିଲା ଭାରତ ()

ଭାରତ ମହିଳା କ୍ରିକେଟ ଦଳ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି । ଫଳରେ ୧-୦ ସିରିଜରେ ଆଗୁଆ ରହିଛି ଭାରତ ମହିଳା କ୍ରିକେଟ ଦଳ । ଅଧିକ ପଢନ୍ତୁ

ହାଇଦ୍ରାବାଦ : ଇଂଲଣ୍ଡ ବିପକ୍ଷ ( india vs england ) ମହିଳା ପ୍ରଥମ ଦିନିକିଆରେ ଭାରତର ଦମଦାର ବିଜୟ । ଭାରତ ମହିଳା କ୍ରିକେଟ ଦଳ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି । ସ୍ମୃତି ମାନ୍ଧନା ଏବଂ ଅଧିନାୟିକା ହରମନପ୍ରିତ କୌରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୪୪.୨ ଓଭରେ ୩ ଟି ୱିକେଟ ହରାଇ ୨୩୨ ରନ କରି ପ୍ରଥମ ଦିନିକିଆ ମ୍ୟାଚରେ ବିଜୟ ହାସଲ କରିଛି । ଫଳରେ ୧-୦ ସିରିଜରେ ଆଗୁଆ ରହିଛି ଭାରତ ମହିଳା କ୍ରିକେଟ ଦଳ ।

ଟସ ଜିତି ଅଧିନାୟକ ହରମନପ୍ରିତ କୌର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୨୭ ରନ କରିଥିଲା । ୨୨୮ ରନର ବିଜୟ ଲକ୍ଷ୍ୟ ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ଆଜିର ଦିନିକିଆ ମ୍ୟାଚରେ ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନାଙ୍କ ବ୍ୟାଟରୁ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଥିଲା । ସେ ୯୯ ବଲରୁ ୧୦ ଟି ଚୌକା ଏବଂ ଗୋଟିଏ ଛକା ସହିତ ୯୧ ରନର ଇନିଂସ ଖେଳି କେଟ୍‌ କ୍ରୋସଙ୍କ ବୋଲରେ ଆଉଟ ହୋଇଥିଲେ । ସେଫାଳି ବର୍ମା ଏବଂ ସ୍ମୃତି ମାନ୍ଧନା ଓପନିଂ ପାଇଁ ଆସିଥିଲେ । ସେଫାଳି ବର୍ମା ଆଜି ବ୍ୟାଟିଂରେ ଫେଲ ମାରି ୧ ରନ କରି ଆଉଟ ହୋଇଥିଲେ । ପରେ ତୃତୀୟ ଅର୍ଡର ବ୍ୟାଟର ୟସ୍ତିକା ଭାଟିଆ ବ୍ୟାଟିଂ କରିବାକୁ ଆସି ସ୍ମୃତି ମାନ୍ଧନାଙ୍କ ସହିତ ପାର୍ଟନରସିପରେ ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ ।

ପରେ ଭାଟିଆ ୪୭ ବଲରୁ ୮ ଚୌକା ଏବଂ ଗୋଟିଏ ଛକା ମାରି ୫୦ ରନର ଇନିଂସ ଖେଳି ଆଉଟ ହୋଇଥିଲେ । ଏହାପରେ ମଇଦାନକୁ ଓହ୍ଲାଇଥିଲେ ଅଧିନାୟିକା ହରମନପ୍ରିତ କୌର । ହରମନପ୍ରିତ କୌର ୯୪ ବଲରୁ ୭ ଟି ଚୌକା ଏବଂ ଗୋଟିଏ ଛକା ସହିତ ୭୪ରନ ସଂଗ୍ରହ କରି ଭାରତକୁ ବିଜୟ ଦ୍ବାରରେ ପହଁଚାଇଥିଲେ । ସେପଟେ ଦୀପ୍ତି ଶର୍ମା ସର୍ବାଧିକ ୨ ଟି ୱିକେଟ ନେଇଥିବା ବେଳେ । ଝୁଲଣ ଗୋସ୍ବାମୀ, ମେଘନା ସିଂ, ରାଜେଶ୍ବରୀ ଗାଏକ୍ବାଡ, ସ୍ନେହା ରଣା ଏବଂ ହରଲିନ ଦେଓଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ସ୍ମୃତି ମାନ୍ଧନା ( Smriti Mandhana ) ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.