ETV Bharat / sports

Ind vs Eng: କାଉଣ୍ଟି ଏକାଦଶ ବିପକ୍ଷରେ ଟିମ ଇଣ୍ଡିଆର ଅଭ୍ୟାସ ମ୍ୟାଚ୍‌

author img

By

Published : Jul 15, 2021, 4:16 PM IST

Ind vs Eng: Visitors to play warm-up game from July 20 against County Select XI in Durham
Ind vs Eng: କାଉଣ୍ଟି ଏକାଦଶ ବିପକ୍ଷରେ ଟିମ ଇଣ୍ଡିଆର ଅଭ୍ୟାସ ମ୍ୟାଚ୍‌

ଜୁଲାଇ 20ରୁ କାଉଣ୍ଟି ଚମ୍ପିଆନସିପ ଏକାଦଶ ବିପକ୍ଷରେ 4 ଦିନିଆ ଅଭ୍ୟାସ ମ୍ୟାଚ୍‌ ଖେଳିବ ଭାରତ । ଅଧିକ ପଢନ୍ତୁ...

ଲଣ୍ଡନ: ଇଂଲଣ୍ଡ ବିପକ୍ଷରେ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିବ ଟିମ ଇଣ୍ଡିଆ । ବିରାଟ କୋହଲିଙ୍କ ନେତୃତ୍ବରେ ଜୁଲାଇ 20ରୁ କାଉଣ୍ଟି ଚମ୍ପିଆନସିପ ଏକାଦଶ ବିପକ୍ଷରେ 4 ଦିନିଆ ଅଭ୍ୟାସ ମ୍ୟାଚ୍‌ ଖେଳିବ ଭାରତ ।

ବିଶ୍ବ ମାନ୍ୟତାର ନମ୍ବର 2 ଟିମ ଭାରତ, ସ୍ଥାନୀୟ ଏମିରେଟ୍‌ସ ରିଭରସାଇଡ୍‌କୁ ହୋମ ଭେନ୍ୟୁ ଭାବେ ଗ୍ରହଣ କରିଛି । ଇଂଲଣ୍ଡ ଚ୍ୟାଲେଞ୍ଜର ପୂର୍ବ ପ୍ରସ୍ତୁତି ପାଇଁ ଏକ କାଉଣ୍ଟି ଟିମ ବିପକ୍ଷରେ ଶକ୍ତି ପରୀକ୍ଷା କରିବ ବିରାଟ ବାହିନୀ ।

ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଭ୍ରମଣକାରୀ ଭାରତୀୟ ଟିମ କାଉଣ୍ଟି ଚମ୍ପିଆନସିପ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିବ । ଏମିରେଟ୍‌ସ ରିଭରସାଇଡ ଏହି ମ୍ୟାଚର ଆୟୋଜକ ରହିଛି । ଏନେଇ ଦୁରହମ କ୍ରିକେଟ ପକ୍ଷରୁ ଘୋଷଣା କରାଯାଉଛି ।

ଦିନ 11ଟାରୁ ଖେଳ ଆରମ୍ଭ ହେବ ଓ ଦିନକରେ 90 ଓଭର ଖେଳାଯିବା ନେଇ ସୂଚୀ ରହିଛି । ତେବେ ବିନା ଦର୍ଶକରେ ଓ ଖାଲି ଷ୍ଟାଡିୟମରେ ଜୁଲାଇ 20ରୁ 22 ପର୍ଯ୍ୟନ୍ତ ଏହି ଅଭ୍ୟାସ ମ୍ୟାଚ ଖେଳାଯିବ । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ଭାରତୀୟ ଟିମର ଅଭ୍ୟାସ ମ୍ୟାଚ ପାଇଁ ଏକ କାଉଣ୍ଟି ଟିମର ବ୍ୟବସ୍ଥା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.