ETV Bharat / sports

India vs Eng Women's T20I - ଇଂଲଣ୍ଡକୁ ୮ ୱିକେଟରେ ହରାଇଲା ଭାରତ

author img

By

Published : Sep 14, 2022, 10:50 PM IST

India vs Eng Women's T20I - ଇଂଲଣ୍ଡକୁ ୮ ୱିକେଟରେ ହରାଇଲା ଭାରତ
India vs Eng Women's T20I - ଇଂଲଣ୍ଡକୁ ୮ ୱିକେଟରେ ହରାଇଲା ଭାରତ

ଭାରତୀୟ ମହିଳା କ୍ରିକେଟ ଟିମ ଇଂଲଣ୍ଡଠାରୁ ପ୍ରଥମ ଟି-୨୦ ମ୍ୟାଚରେ ପରାସ୍ତ ହୋଇଥିବା ବେଳେ ଦ୍ବିତୀୟ ଟି୨୦ ମ୍ୟାଚରେ ଭାରତ ଇଂଲଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଇଂଲଣ୍ଡଠାରୁ ପ୍ରଥମ ଟି-୨୦ ମ୍ୟାଚରେ ଶୋଚନୀୟ ପରାଜୟର ପ୍ରତିଶୋଧ ନେଲା ଭାରତ । ଭାରତୀୟ ମହିଳା କ୍ରିକେଟ ଟିମ ଇଂଲଣ୍ଡଠାରୁ ପ୍ରଥମ ଟି-୨୦ ମ୍ୟାଚରେ ପରାସ୍ତ ହୋଇଥିବା ବେଳେ ଦ୍ବିତୀୟ ଟି-୨୦ ମ୍ୟାଚରେ ଭାରତ ଇଂଲଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୨ ରନ କରିଥିଲା । ଏହାର ଜବାବରେ ଭାରତ ୧୬.୪ ଓଭରରେ ୨ ୱିକେଟ ହରାଇ ୧୪୬ ରନ କରି ଇଂଲଣ୍ଡକୁ ୮ ୱିକେଟରେ ହରାଇବାକୁ ସଫଳ ରହିଛି । ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନାଙ୍କ ଦମଦାର ଅର୍ଦ୍ଧଶତକ ଇନିଂସ ବଳରେ ଇଂଲଣ୍ଡ ହାତରୁ ମ୍ୟାଚ ଛଡାଇବାରେ ଭାରତ ସଫଳ ହୋଇଛି । ଏହା ସହିତ ଏହି ସିରିଜର ଫଳାଫଳ ୧-୧ ରହିଛି ।

ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତକୁ ପ୍ରଥମେ ବୋଲିଂ ପାଇଁ ଆମନ୍ତ୍ରଣ କରିଥିଲା ଇଂଲଣ୍ଡ । ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ଜାରି ରହିଥିଲା । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୨ ରନ କରିଥିଲା । ଭାରତ ତରଫରୁ ସ୍ନେହା ରଣା ସର୍ବାଧିକ ତିନୋଟି ୱିକେଟ ନେଇଥିବା ବେଳେ ରେଣୁକା ସିଂହ ଓ ଦିପ୍ତି ଶର୍ମାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

୧୪୩ ରନର ଟାର୍ଗେଟ ନେଇ ଭାରତୀୟ ମହିଳା କ୍ରିକେଟ ଦଳ ପଡିଆକୁ ଓହ୍ଲାଇଥିଲା । ଭାରତୀୟ ମହିଳା କ୍ରିକେଟ ଟିମ ପ୍ରଥମରୁ ଭଲ ପାଳି ଆରମ୍ଭ କରିଥିଲେ । ବ୍ୟାଟର ସେଫାଳି ବର୍ମା ୨୦ ରନର ଇନିଂସ ଖେଳି ଆଉଟ ହୋଇଯାଇଥିଲେ । ଏହା ପରେ ଅଧିନାୟକ ହରମନପ୍ରିତ କୌର ଏବଂ ସ୍ମୃତି ମାନ୍ଧନାଙ୍କ ଦମଦାର ପାର୍ଟନରସିପ ଭାରତ ୧୬.୪ ଓଭରରେ ୨ ୱିକେଟ ହରାଇ ୧୪୬ ରନ କରିବାରେ ସଫଳ ହୋଇଥିଲା । ସ୍ମୃତି ମାନ୍ଧନା ୫୩ ବଲରୁ ୭୯ ରନର ଇନିଂସ ଖେଳି ଅପରାଜିତ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.