ETV Bharat / sports

T20 World Cup: ସେମିଫାଇନାଲରେ କେଉଁ ଟିମକୁ ଭେଟିବ ଭାରତ ?

author img

By

Published : Nov 3, 2022, 8:32 PM IST

Updated : Nov 4, 2022, 1:47 PM IST

Which team will India face in T20 World Cup 2022 semi final
T20 World Cup: ସେମିଫାଇନାଲରେ କେଉଁ ଟିମକୁ ଭେଟିବ ଭାରତ ?

ସେମିଫାଇନାଲରେ କେଉଁ ଟିମକୁ ଭେଟିବ ଭାରତ ? ଚଳିତ T20 ବିଶ୍ବକପର ସୁପର ୧୨ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ରହିଛି । ସମସ୍ତ ୧୨ଟି ଟିମ ଅତି କମରେ ସେମାନଙ୍କର ୪ଟି ଲେଖାଏଁ ମ୍ୟାଚ୍‌ ଖେଳିସାରିଛନ୍ତି । ତେବେ ସବୁଠୁ ମଜାଦାର କଥା ହେଉଛି, କୌଣସି ଟିମକୁ ଏଯାବତ ମିଳିନି ସେମି ଟିକେଟ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଚଳିତ T20 ବିଶ୍ବକପର ସୁପର ୧୨ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ରହିଛି । ସମସ୍ତ ୧୨ଟି ଟିମ ଅତି କମରେ ସେମାନଙ୍କର ୪ଟି ଲେଖାଏଁ ମ୍ୟାଚ୍‌ ଖେଳି ସାରିଛନ୍ତି । ତେବେ ସବୁଠୁ ମଜାଦାର କଥା ହେଉଛି, କୌଣସି ଟିମକୁ ଏଯାବତ ମିଳିନି ସେମି ଟିକେଟ । ଗୁରୁବାର (ନଭେମ୍ବର ୩) ଖେଳାଯାଇଥିବା ଏକମାତ୍ର ମ୍ୟାଚ୍‌ରେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ଏଯାବତ ଅପରାଜେୟ ଥିବା ଟିମ୍‌ ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ବାବର ବାହୀନୀର ସେମି ଆଶା ଉଜ୍ଜିବୀତ ରହିଛି ।

ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟାୟରେ ଥିବାବେଳେ ନକଆଉଟ୍‌ ପର୍ଯ୍ୟାୟକୁ ଯିବାକୁ କିଛି ଟିମର ଭାଗ୍ୟ ନିଜ ହାତରେ ରହିଥିବାବେଳେ କିଛି ଟିମ ଅନ୍ୟ ଟିମଙ୍କ ବିଜୟ ପରାଜୟ ଉପରେ ନିର୍ଭର କରୁଛି । ସୁପର ୧୨ ଗ୍ରୁପ ୧ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ ଦୌଡରେ ରହିଛି । ୪ଟି ଲେଖାଏଁ ମ୍ୟାଚ୍‌ ମଧ୍ୟରୁ ତିନୋଟି ମ୍ୟାଚ୍‌ ଖେଳି ସାରିଥିବାବେଳେ ସମାନ ୫ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି ।

T20 World Cup: ସେମିଫାଇନାଲରେ କେଉଁ ଟିମକୁ ଭେଟିବ ଭାରତ ?
T20 World Cup: ସେମିଫାଇନାଲରେ କେଉଁ ଟିମକୁ ଭେଟିବ ଭାରତ ?

ମଙ୍ଗଳବାର ବ୍ରିସବେନ୍‌ରେ ଇଂଲଣ୍ଡ କର ବା ମର ମ୍ୟାଚ୍‌ରେ ଟେବୁଲ ଟପର ନ୍ୟୁଜିଲାଣ୍ଡକୁ ୨୦ ରନ୍‌ରେ ହରାଇବା ପରେ ସମୀକରଣ ଆହୁରି ରୋମାଞ୍ଚକର ହୋଇଛି । ଆଉ ଗୋଟିଏ ଦିନ ପାଇଁ ଇଂଲଣ୍ଡର ସେମିଫାଇନାଲ ଖେଳିବା ଆଶା ଉଜ୍ଜିବୀତ ରହିଛି । ସବୁଠୁ ମଜାଦାର କଥା ହେଉଛି, ଏହି ତିନୋଟି ଟିମ ତାଙ୍କର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ଅପେକ୍ଷାକୃତ ଦୁର୍ବଳ ଟିମ୍‌ ସହ ଖେଳିବେ । ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଅଷ୍ଟ୍ରେଲିଆର ଆଶା ସୂତାଖିଅରେ ଝୁଲିଛି ।

ଅନ୍ୟପଟେ 'ସୁପର ୧୨ ଗ୍ରୁପ୨'ରେ ଭାରତ ଟେବୁଲ ଟପର ରହିଥିବାବେଳେ ସେମିଫାଇନାଲ ଖେଳିବାକୁ ପ୍ରଥମ ଦାବିଦାର ରହିଛି । ମାତ୍ର ଶେଷ ମ୍ୟାଚ୍‌ରେ ଜିମ୍ବାୱେ ବିପକ୍ଷରେ ବିପର୍ଯ୍ୟୟର ସାମ୍ନା ନ କଲେ ଟିମ ଇଣ୍ଡିଆର ସେମିଫାଇନାଲ ଖେଳିବା ଥୟ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ପାଖରେ ମଧ୍ୟ ଶେଷ ମ୍ୟାଚ୍‌ରେ ଏକମାତ୍ର ବିକଳ୍ପ ରହିଛ ବିଜୟ । ନେଦରଲାଣ୍ଡକୁ ହରାଇ ସେମିରେ ସ୍ଥାନ ପକା କରିପାରିବ ତେମ୍ବା ବାଭୁମାଙ୍କ ଟିମ । ଏହାପରେ ଗ୍ରୁପ ୨ରେ ଥିବା ଅନ୍ୟ ଟିମଙ୍କ ପାଇଁ ସେମିଫାଇନାଲ ରାସ୍ତା ବନ୍ଦ ହୋଇଯିବ ।

T20 World Cup: ସେମିଫାଇନାଲରେ କେଉଁ ଟିମକୁ ଭେଟିବ ଭାରତ ?
T20 World Cup: ସେମିଫାଇନାଲରେ କେଉଁ ଟିମକୁ ଭେଟିବ ଭାରତ ?

ନଜର ପକାନ୍ତୁ ଯଦି ଏପରି ହୁଏ, ଗ୍ରୁପ ୨ରୁ ସେମି ଫାଇନାଲକୁ ଉନ୍ନୀତ ହେବେ ଏହି ଟିମ

୧- ଭାରତ ହାରିଲେ- ଦକ୍ଷିଣ ଆଫ୍ରିକା ଜିତିଲେ- ପାକିସ୍ତାନ ଜିତିଲେ ରନରେଟ୍‌ ଆଧାରରେ(ପାକିସ୍ତାନ ଅଧିକ NRR ରହିଲେ) ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ସେମିଫାଇନାଲକୁ ଉନ୍ନୀତ ହେବେ ।

୨- ଭାରତ ଜିତିଲେ- ଦକ୍ଷିଣ ଆଫ୍ରିକା ହାରିଲେ- ପାକିସ୍ତାନ ଜିତିଲେ- ଭାରତ ଓ ପାକିସ୍ତାନ ସେମିଫାଇନାଲ ଟିକେଟ ହାତେଇବେ ।

୩- ଭାରତ ଜିତିଲେ- ଦକ୍ଷିଣ ଆଫ୍ରିକା ଜିତିଲେ- ପାକିସ୍ତାନ ଜିତିଲେ- ଭାରତ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଟିକେଟ ହାସଲ କରିବା ଥୟ ।

4-ନେଦରଲାଣ୍ଡ, ଭାରତ, ବାଂଲାଦେଶ ଜିତିଲେ- ଭାରତ ଓ ବାଂଲାଦେଶ ମଧ୍ୟ ସେମିଫାଇନାଲକୁ ଉନ୍ନୀତ ହେବାର ସମ୍ଭାବନା ରହିଛି ।

ଶେଷ ଗୃପ ପର୍ଯ୍ୟାୟ ମ୍ୟାଚ୍‌ (ଗୃପ ୨)

୧- ଦକ୍ଷିଣ ଆଫ୍ରିକା ବନାମ ନେଦରଲାଣ୍ଡ, ଆଡିଲେଡ ଓଭାଲ

୨- ପାକିସ୍ତାନ ବନାମ ବାଂଲାଦେଶ, ଆଡିଲେଡ ଓଭାଲ

୩- ଜିମ୍ବାୱେ ବନାମ ଭାରତ, ମେଲବର୍ଣ୍ଣ

ସୁପର ୧୨ ପରେ ମୋଟ୍‌ କୋତୋଟି ଟିମ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବେ ?

ମୋଟ ୪ଟି ଟିମ ବିଶ୍ବକପ ପରବର୍ତ୍ତୀ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିବେ । ପରେ ଏହି ୪ଟି ଟିମ ମଧ୍ୟରେ ଫାଇନାଲରେ ସ୍ଥାନ ପାଇଁ ଲଢେଇ ହେବ । ନଭେମ୍ବର ୧୩ରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଫାଇନାଲ ମୁକାବିଲା ଖେଳାଯିବ । ସୁପର ୧୨ ପର୍ଯ୍ୟାୟ ମ୍ୟାଚ୍‌ ଶେଷରେ ଗ୍ରୁପ ୨ର ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଥିବା ଦୁଇଟି ଟିମ ସେମିଫାଇନାଲକୁ ଉନ୍ନୀତ ହେବେ । ଗୃପ ୧ର ଟପର ଟିମ ଗ୍ରୁପ ୨ରେ ଥିବା ଦ୍ବିତୀୟ ଟପର ଟିମ ସହ ଖେଳିବ ଓ ସେହିପରି ଗ୍ରୁପ ୨ର ଟପର ଟିମ ଗ୍ରୁପ ୧ର ଦ୍ବିତୀୟ ସ୍ଥାନରେ ଥିବା ଟିମ ସହ ସେମିଫାଇନାଲ ଖେଳିବ ।

ନଭେମ୍ବର ୯ରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପ୍ରଥମ ସେମିଫାଇନାଲ ଓ ନଭେମ୍ବର ୧୦ରେ ଦ୍ବିତୀୟ ସେମିଫାଇନାଲ ଆଡିଲେଡରେ ଖେଳାଯିବ ।

ଟି୨୦ ବିଶ୍ବକପ ୨୦୨୨ ସେମିଫାଇନାଲରେ କେଉଁ ଟିମକୁ ଭେଟିବ ଭାରତ ?

ଯଦି ଭାରତ ତାର ଶେଷ ସୁପର ୧୨ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଜିମ୍ବାୱେ ବିପକ୍ଷରେ ବିଜୟୀ ହୁଏ, ତେବେ ଟେବୁଲ ଟପର ଭାବେ ସେମିଫାଇନାଲ ଖେଳିବ ଓ ଗ୍ରୁପ ୨ର ଦ୍ବିତୀୟ ସ୍ଥାନରେ ରହିଥିବା ଟିମକୁ ଭେଟିବ । ଯଦି ଜିମ୍ବାୱେ ବିପକ୍ଷରେ ପରାଜୟ ମିଳେ ତେବେ ପାକିସ୍ତାନ ଓ ବାଂଲାଦେଶ ମ୍ୟାଚ୍‌ର ବିଜେତା ଟିମ ସହ ସମାନ ପଏଣ୍ଟ ହୋଇଯିବ । ଏହି କାରଣରୁ ରନରେଟ୍‌ ଯେଉଁ ଟିମର ଅଧିକ ରହିଥିବ ସେହି ଟିମ ସେମିଫାଇନାଲ ଟିକେଟ ହାତେଇବ ।

ଗ୍ରୁପ ୧ରେ ଦ୍ବିତୀୟ ସ୍ଥାନରେ ନ୍ୟୁଜିଲାଣ୍ଡ(ଶେଷ ମ୍ୟାଚ୍‌ରେ ବିଜୟୀ ହେଲେ) ରହିବାର ସମ୍ଭାବନା କମ ଥିବାରୁ ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲିଆକୁ ଭେଟିପାରେ ଭାରତ । ତେବେ ଉଭୟ ଗ୍ରୁପର ଟିମ ଖେଳିବାକୁ ଥିବା ସେମାନଙ୍କ ଶେଷ ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି ।

Last Updated :Nov 4, 2022, 1:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.