ETV Bharat / sports

World Cup 2023: ଆହତରୁ ମୁକୁଳିବା କଷ୍ଟଦାୟକ ସମୟ ଥିଲା କହିଲେ ରାହୁଲ

author img

By ETV Bharat Odisha Team

Published : Oct 29, 2023, 11:34 AM IST

Cricket World Cup 2023
kl rahul

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଏଯାବତ ଭଲ ପ୍ରଦର୍ଶନ ଜାରି ରଖିଥିବା କେଏଲ ରାହୁଲ ଆହତ ହୋଇ 6 ମାସ କ୍ରିକେଟ ଖେଳି ନଥିଲେ ଏ ନେଇ ସେ କଣ କହୁଛନ୍ତି ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର । ଅଧିକ ପଢ଼ନ୍ତୁ

ଲକ୍ଷ୍ନୌ: ଭାରତୀୟ ୱିକେଟକିପର- ବ୍ୟାଟର କେଏଲ ରାହୁଲ ଥାଇ ଇଞ୍ଜୁରୀର ସମ୍ମୁଖୀନ ହୋଇ କିଛି ଦିନ କ୍ରିକେଟଠୁ ଦୂରେଇ ରହିଥିଲେ । ଗତ ଆଇପିଏଲରେ ମେ 1 ତାରିଖରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଲକ୍ଷ୍ନୌ ଗ୍ରାଉଣ୍ଡରେ ସେ ଆହତ ହୋଇଥିଲେ । 6 ମାସ ପରେ ସେ ବିଶ୍ବକପରେ ଲକ୍ଷ୍ନୌ ଗ୍ରାଉଣ୍ଡକୁ ଫେରିବାକୁ ଯାଉଛନ୍ତି । ଆଜି ଇଂଲଣ୍ଡ ବିପକ୍ଷରେ ଖେଳିବ ଭାରତ । ଏହା ପୂର୍ବରୁ ପ୍ରେସମିଟରେ ରାହୁଲ ଆହତ ସମସ୍ୟାକୁ ମନେ ପକାଇ କହିଛନ୍ତି, ଆହତରୁ ମୁକୁଳିବାକୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା । ସେହି ସମୟ ଖୁବ ଚ୍ୟାଲେଞ୍ଜିଂ ଥିଲା । ଏହା ମୋର ବ୍ୟକ୍ତିଗତ ଉନ୍ନତି କରିଛି ବୋଲି କହିଛନ୍ତି ରାହୁଲ ।

ରାହୁଲ କହିଛନ୍ତି, "ମୁଁ ସେହି ସମୟକୁ ଭୁଲିବାକୁ ଚେଷ୍ଟା କରୁଛି । ସେହି ଆହତ ସମସ୍ୟା ଯୋଗୁଁ ମୋତେ 4ରୁ 5 ମାସ ଖେଳରୁ ବିରତି ନେବାକୁ ପଡିଥିଲା । ଏହା ମୋ ପାଇଁ ବହୁତ କଠିନ ସମୟ ଥିଲା । ଖୁବ ଚାଲେଞ୍ଜିଂ ଥିଲା । ଆହତ ପାଇଁ ମୁଁ ଦୁଃଖିତ ଥିଲି । ସର୍ଜରୀ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ଖୁବ କଷ୍ଟକର । ଏଥିରେ ଧୈର୍ଯ୍ୟ ସହିତ ଖୁବ କଠିନ ପରିଶ୍ରମ ଦରକାର । ଆହତ ପ୍ରତି ଖେଳାଳିଙ୍କୁ ଏହି ସମୟ ଦେଇ ଗତି କରିବାକୁ ପଡେ ଯାହା ସହଜ ନୁହେଁ । ଏହାକୁ ଭୁଲି ମୁଁ କିଛି ଭଲ ସ୍ମୃତି ସହ ଯିବାକୁ ଆଶା ରଖିଛି । ସର୍ଜରୀର ପ୍ରକ୍ରିୟା କଷ୍ଟକର ଥିଲା । ମାତ୍ର ସବୁଠୁ କଷ୍ଟକର ଥିଲା ଫିଟନେସ କମବ୍ୟାକ କରିବା ।"

ରାହୁଲ ଆହୁରି କହିଛନ୍ତି, "କ୍ରିକେଟରେ ଉଥାନ ପତନ ଲାଗି ରହିଥାଏ । କିଛି ସମୟରେ ତୁମେ 100 ସ୍କୋର୍‌ କର କିଛି ସମୟରେ କିଛି ସ୍କୋର ହୋଇନଥାଏ । ସେହି ସଫଳତା ଓ ବିଫଳତାତୁ ସମ୍ଭାଳି ହେବ ମାତ୍ର ସେହି ସମୟର କଷ୍ଟକର ଥିଲା । ଫିଜିଓ କରିବା ଓ କ୍ରିକେଟ୍‌କୁ କମ୍‌ବ୍ୟାକ୍‌ କରିବା ଚ୍ୟାଲେଞ୍ଜିଂ ଥିଲା । ରିହାବରେ ଥିବାବେଳେ ମୁଁ ବ୍ୟାଟିଂ ଅପେକ୍ଷା ୱିକେଟକିପିଂ ଏବଂ ଫିଟନେସ ଉପରେ ଅଧିକ ଧ୍ୟାନ ଦେଇଥିଲି । ଥାଇ ଇଞ୍ଜୁରୀ ପାଇଁ କିପିଂ କରିବା କଷ୍ଟକର ଥିଲା ।

ଏହା ବି ପଢନ୍ତୁ...World Cup 2023: ଆଜି ଭାରତ-ଇଂଲଣ୍ଡ ଲଢେଇ, ବିଜୟଧାରା ବଜାୟ ଲକ୍ଷ୍ୟରେ ରୋହିତ ସେନା

ଆଇପିଏଲ ସମୟରେ ଲକ୍ଷ୍ନୌ ସୁପରଜାଏଣ୍ଟସ ଅଧିକନାୟ କେଏଲ ରାହୁଲ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ । ଥାଇ ଇଞ୍ଜୁରୀର ସମ୍ମୁଖୀନ ହୋଇ ସେ କିଛି ମାସ ଖେଳରୁ ବିରତି ନେଇଥିଲେ । ଏହି ଆହତ ସମସ୍ୟା ନେଇ ତାଙ୍କୁ ସର୍ଜରୀ କରିବାକୁ ପଡିଥିଲା । ଗତ ଏସିଆ କପ୍‌ ଜରିଆରେ ଭାରତୀୟ ଦଳକୁ ଫେରିଥିଲେ । କମବ୍ୟାକ୍‌ ପରଠୁ ରାହୁଲ ଉଭୟ ବ୍ୟାଟିଂ ଓ କିପିଂରେ ଭଲ ପ୍ରଦର୍ଶନ କରିଛନ୍ତି । ଚଳିତ ବିଶ୍ବକପରେ ଭାରତ ଖେଳିଥିବା 5ଟି ଯାକ ମ୍ୟାଚରେ ରାହୁଲଙ୍କର ପ୍ରଦର୍ଶନ ଭଲ ରହିଛି । ଏସିଆ କପରେ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଥିଲେ ରାହୁଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.