ETV Bharat / sports

World Cup 2023: ସୋସିଆଲ ମିଡିଆରେ ଅନୁଷ୍କାଙ୍କ ପୋଷ୍ଟ, "ନିଜ ଜନ୍ମଦିନରେ ନିଜକୁ ଉପହାର"

author img

By ETV Bharat Odisha Team

Published : Nov 5, 2023, 10:02 PM IST

ଶତକ ହାସଲ ପରେ କୋହଲିଙ୍କୁ ଶୁଭେଚ୍ଛା ଜଣାଇଲେ ଅନୁଷ୍କା ଶର୍ମା । କହିଲେ "ନିଜ ଜନ୍ମଦିନରେ ନିଜକୁ ଗିଫ୍ଟ" । ଆଗକୁ ପଢନ୍ତୁ

World Cup 2023
World Cup 2023

ହାଇଦ୍ରାବାଦ: ଜନ୍ମଦିନରେ ଦିନିକିଆ କ୍ରିକେଟ କ୍ୟାରିଅରରେ 49ତମ ଶତକ ହାସଲ କରିଛନ୍ତି କିଙ୍ଗ କୋହଲି । ସ୍ବାମୀଙ୍କ ବିରାଟ ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ଅନୁଷ୍କା ଶର୍ମା । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି କୋହଲିଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । "ନିଜ ଜନ୍ମଦିନରେ ନିଜକୁ ଗିଫ୍ଟ " ଲେଖିବା ସହ ବିରାଟଙ୍କ ଶତକ ହାସଲ ସମୟର ଏକ ଫୋଟୋ ପୋଷ୍ଟ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..Cricket World Cup 2023: ଜନ୍ମଦିନରେ ଇତିହାସ ରଚିଲେ ବିରାଟ, ୧୭୫ ପାଳି କମ ଖେଳି ହେଲେ ସଚିନଙ୍କ ସମକକ୍ଷ

ତେବେ କୋଲକତା ଇଡେନ ଗାର୍ଡେନରେ ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚରେ ଅପରାଜିତ ରହି 121 ବଲ ଖେଳି 101 ରନ ହାସଲ କରିବା ସହ ରେକର୍ଡ ସୃଷ୍ଟି କରିଛନ୍ତି ବିରାଟ । ନିଜ 35 ଜନ୍ମଦିନରେ କ୍ରିକେଟ ଇତିହାସରେ ଏକ ନୂଆ ଫର୍ଦ୍ଦ ନିଜ ନାଁରେ କରିଛନ୍ତି । ଦିନିକିଆ ସେଞ୍ଚୁରୀ ରେକର୍ଡରେ କ୍ରିକେଟର ଗଡ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଯାଇଛନ୍ତି ବ୍ୟାଟର ବିରାଟ । ସଚିନଙ୍କଠୁ କମ ପାଳି ଖେଳି ସେ ଏହି 49ତମ ଶତକ ହାସଲ କରିଛନ୍ତି । ଆଉ ମାତ୍ର ଗୋଟିଏ ଶତକ ହାସଲ ପରେ ସଚିନଙ୍କ ରେକର୍ଡ ଭାଙ୍ଗିବେ ବିରାଟ । ଆଉ ବିଶ୍ବର ସର୍ବାଧିକ ଦିନିକିଆ ଶତକ ହାସଲକାରୀ ବ୍ୟାଟର ଭାବେ ନିଜର ନାଁ ନୂତନ ପରିଚୟ ସୃଷ୍ଟି କରିବେ । ଏଥିସହିତ ଏହି ମ୍ୟାଚ୍‌ରେ ଆହୁରି ଏକ ରେକର୍ଡ କରିଛନ୍ତି ବିରାଟ କୋହଲି । ସେ ସଚିନ ଓ ରୋହିତଙ୍କ ପରେ ତୃତୀୟ ଭାରତୀୟ ବ୍ୟାଟର ଭାବେ ଗୋଟିଏ ବିଶ୍ବକପ୍‌ ସଂସ୍କରଣରେ ୫୦୦ ରନ୍ ପାର୍ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..Cricket World Cup 2023: ୪୯ତମ ଦିନିକିଆ ଶତକ ପାଇଁ କୋହଲିଙ୍କୁ ସଚିନଙ୍କ ଶୁଭେଚ୍ଛା, କହିଲେ ଶୀଘ୍ର ମୋ ରେକର୍ଡ ଭାଙ୍ଗ

ବିରାଟଙ୍କ ରେକର୍ଡକୁ ନେଇ ସବୁଠି ଦେଖାଯାଇଛି ସେଲିବ୍ରେସନର ମାହୋଲ । ଏପଟେ ଜନ୍ମଦିନ ସେପଟେ ସେଞ୍ଚୁରୀ ରେକର୍ଡ ଫ୍ୟାନ୍ସମାନଙ୍କ ମଧ୍ୟରେ ଭରିଦେଇଛି ଉତ୍ସାହ । ଆଉ ଏହା ମଧ୍ୟରେ କୋହଲିଙ୍କ ପତ୍ନୀ ଅନୁଷ୍କା, ଭଉଣୀ ଭାବନା ମଧ୍ୟ ସୋସିଆଲ ମିଡିଆରେ କୋହଲିଙ୍କ ସଫଳତାରେ ସ୍ନେହ ଶ୍ରଦ୍ଧା ବର୍ଷା କରିଛନ୍ତି । ଭଉଣୀ ଭାବନା ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି କୋହଲିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ ଶତକ ଉପଲବ୍ଧିକୁ ନେଇ ପ୍ରଂଶସା କରିଛନ୍ତି । ଅନ୍ୟପଟେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ବିରାଟଙ୍କ ଉପଲବ୍ଧି ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ନଭେମ୍ବର 5ରେ ବିରାଟ ନିଜର 35 ତମ ଜନ୍ମଦିନ ଅବସରରେ ପଡିଆରେ ଫ୍ୟାନ୍ସମାନଙ୍କୁ ଦେଇଥିଲେ ସେଞ୍ଚୁରୀ ଗିଫ୍ଟ । 119 ବଲରେ ହାସଲ କରିଥିଲେ ଶତକ । ଏହି ମ୍ୟାଚରେ 10ଟି ଚୌକା ମାରିଥିଲେ ବିରାଟ । ଅନ୍ୟପଟେ 5 ଓ୍ବିକେଟ ବିନିମୟରେ 326ରନ ବନାଇ 327ରନର ଲକ୍ଷ୍ୟ ଦେଇଥିବା ବେଳେ 27.1 ଓଭରରେ ମାତ୍ର 83ରନ କରି ଅଲଆଉଟ ହୋଇଯାଇଥିଲା ଦକ୍ଷିଣ ଆଫ୍ରିକା । ଓ୍ବାଲ୍ଡକପର 8ଟି ଯାକ ମ୍ୟାଚରେ ବିଜୟ ଯାତ୍ରା ବଜାୟ ରଖିଛି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.