ETV Bharat / sports

Cricket World Cup 2023: ଜନ୍ମଦିନରେ ଇତିହାସ ରଚିଲେ ବିରାଟ, ୧୭୫ ପାଳି କମ ଖେଳି ହେଲେ ସଚିନଙ୍କ ସମକକ୍ଷ

author img

By ETV Bharat Odisha Team

Published : Nov 5, 2023, 7:43 PM IST

ଜନ୍ମଦିନରେ ଇଡେନ୍‌ ଗାର୍ଡେନ୍ସରେ ଇତିହାସ ରଚିଲେ କିଙ୍ଗ୍‌ କୋହଲି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଠାରୁ ୧୭୫ ପାଳି କମ୍‌ ଖେଳି ଦିନିକିଆରେ ୪୯ତମ ଶତକର ହେଲେ ସମକକ୍ଷ । ଅଧିକ ପଢ଼ନ୍ତୁ

ବର୍ଥ ଡେ'ରେ ଇତିହାସ ରଚିଲେ ବିରାଟ
ବର୍ଥ ଡେ'ରେ ଇତିହାସ ରଚିଲେ ବିରାଟ

କୋଲକାତା: ଜନ୍ମଦିନରେ କିଙ୍ଗ୍‌ କୋହଲିଙ୍କ ବିରାଟ କୀର୍ତ୍ତିମାନ । ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପରେ ଦିନିକିଆ କ୍ରିକେଟରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି କ୍ରିକେଟ ଜଗତର ବାଦଶାହ ବିରାଟ କୋହଲି । ଯେଉଁ ଇଡେନ ଗାର୍ଡେନ୍ସରେ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ, ଆଜି ସେହି ଷ୍ଟାଡିୟମରେ ୪୯ମ ଦିନିକିଆ ଶତକ ହାସଲ କରି ହୋଇଛନ୍ତି ନିଜ ଆଦର୍ଶ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସମକକ୍ଷ । ଆଉ କେବଳ ଗୋଟିଏ ଶତକ ହାସଲ କଲେ ସଚିନଙ୍କ ରେକର୍ଡ ଭାଙ୍ଗି ହେବେ ବିଶ୍ବର ସର୍ବାଧିକ ଦିନିକିଆ ଶତକ ହାସଲକାରୀ ବ୍ୟାଟର ।

ସଚିନଙ୍କଠୁ ୧୭୫ ପାଳି କମ ଖେଳି ହେଲେ ସମକକ୍ଷ: ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୪୮ତମ ଶତକ ହାସଲ କରିଥିଲେ କୋହଲି । ଏହାପରେ ୪୯ତମ ଶତକ ପାଇଁ ତାଙ୍କୁ ୩ଟି ମ୍ୟାଚ୍‌ ଅପେକ୍ଷା କରିବାକୁ ପଡ଼ିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ୯୫ ଓ ଶ୍ରୀଲଙ୍କା ବିପକ୍ଷରେ ୮୮ ରନ୍ କରି ଆଉଟ୍ ହୋଇଥିଲେ ବିରାଟ କୋହଲି । ଶେଷରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୯ତମ ଶତକ ହାସଲ କରି ଏହି କୀର୍ତ୍ତିମାନ ହାସଲ କରିଛନ୍ତି ବିରାଟ କୋହଲି । ତେବେ ସଚିନଙ୍କ ଠାରୁ ୧୭୫ ପାଳି କମ ଖେଳି ୪୯ତମ ଶତକ ହାସଲ କରିଛନ୍ତି ବିରାଟ କୋହଲି । ସଚିନଙ୍କୁ ୪୯ତମ ଦିନିକିଆ ଶତକ ହାସଲ କରିବାକୁ ୪୬୨ ମ୍ୟାଚ୍‌ ଖେଳିବାକୁ ପଡ଼ିଥିଲା । ହେଲେ କେବଳ ୨୮୯ତମ ପାଳିରେ ଏହି ରେକର୍ଡର ସମକକ୍ଷ ହୋଇପାରିଛନ୍ତି କିଙ୍ଗ୍‌ କୋହଲି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବର୍ଥ ଡେ'ରେ କିଙ୍ଗ୍‌ କୋହଲିଙ୍କ ସ୍ପେଶାଲ ଶତକ, ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ୍‌ ୩୨୭

  • " class="align-text-top noRightClick twitterSection" data="">

ଗୋଟିଏ ବିଶ୍ବକପ୍‌ରେ ୫୦୦ ରନ୍‌ ସଂଗ୍ରହକାରୀ ତୃତୀୟ ଭାରତୀୟ: ରବିବାର କୋଲକାତାର ଇଡେନ ଗାର୍ଡେନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚଳିତ ବିଶ୍ବକପ୍‌ ୨୦୨୩ର ଅଷ୍ଟମ ମ୍ୟାଚ୍ ଖେଳୁଛି ଭାରତ । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ବଳରେ ଭାରତ ୩୨୬ ରନ ସଂଗ୍ରହ କରିଛି । ତେବେ ଏହି ମ୍ୟାଚ୍‌ରେ ବିରାଟ କୋହଲି ଅନ୍ତର୍ଜାତୀୟ ଦିନିକିଆରେ ୪୯ତମ ଶତକ ହାସଲ କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ଏଥିସହିତ ଏହି ମ୍ୟାଚ୍‌ରେ ଆହୁରି ଏକ ରେକର୍ଡ କରିଛନ୍ତି ବିରାଟ କୋହଲି । ସେ ସଚିନ ଓ ରୋହିତଙ୍କ ପରେ ତୃତୀୟ ଭାରତୀୟ ବ୍ୟାଟର ଭାବେ ଗୋଟିଏ ବିଶ୍ବକପ୍‌ ସଂସ୍କରଣରେ ୫୦୦ ରନ୍ ପାର୍ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.