ETV Bharat / sports

Cricket World Cup 2023: ୪୯ତମ ଦିନିକିଆ ଶତକ ପାଇଁ କୋହଲିଙ୍କୁ ସଚିନଙ୍କ ଶୁଭେଚ୍ଛା, କହିଲେ ଶୀଘ୍ର ମୋ ରେକର୍ଡ ଭାଙ୍ଗ

author img

By ETV Bharat Odisha Team

Published : Nov 5, 2023, 8:21 PM IST

ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୯ତମ ଦିନିକିଆ ଶତକ ହାସଲ କରିବା ସହ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ବିରାଟ କୋହଲି । ଏହି ବଡ଼ ରେକର୍ଡ ପରେ କୋହଲିଙ୍କୁ ଶୁଭେଚ୍ଛା ଜଣାଇଲେ ସଚିନ । କହିଲେ ଶୀଘ୍ର ମୋ ରେକର୍ଡ ଭାଙ୍ଗ । ଅଧିକ ପଢ଼ନ୍ତୁ

କୋହଲିଙ୍କୁ ଶୁଭେଚ୍ଛା ଜଣାଇଲେ ସଚିନ
Sachin Tendulkar congratulates Virat Kohli

କୋଲକାତା: ଜନ୍ମଦିନରେ ବିରାଟ ରେକର୍ଡ କଲେ କିଙ୍ଗ କୋହଲି । ଦିନିକିଆ କ୍ରିକେଟ୍‌ରେ ୪୯ତମ ଶତକ ହାସଲ କରି ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରେକର୍ଡର ହେଲେ ସମକକ୍ଷ । ଜାରି ରହିଥିବା ବିଶ୍ବକପ୍‌ ୨୦୨୩ରେ ରବିବାର କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଏହାର ଅଷ୍ଟମ ମ୍ୟାଚ୍‌ ଖେଳୁଛି । ଏହି ମ୍ୟାଚ୍‌ରେ ଧୈର୍ଯ୍ୟପୂର୍ଣ୍ଣ ଶତକ ସହ ନିଜ ଦିନିକିଆ କ୍ରିକେଟ୍‌ କ୍ୟାରିୟରର ୪୯ତମ ଶତକ ହାସଲ କରିଛନ୍ତି ବର୍ଥ ଡେ ବୟ ବିରାଟ କୋହଲି । ଏହି ଶତକ ସହ ସେ ଦିନିକିଆରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ଏହି ମହାନ କୀର୍ତ୍ତିମାନ ପରେ କୋହଲିଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ନିଜେ ସଚିନ ମଧ୍ୟ ଏଥିପାଇଁ କୋହଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • Well played Virat.
    It took me 365 days to go from 49 to 50 earlier this year. I hope you go from 49 to 50 and break my record in the next few days.
    Congratulations!!#INDvSA pic.twitter.com/PVe4iXfGFk

    — Sachin Tendulkar (@sachin_rt) November 5, 2023 " class="align-text-top noRightClick twitterSection" data=" ">

ଜାରି ରହିଥିବା ବିଶ୍ବକପ୍‌ ୨୦୨୩ରେ କ୍ରିକେଟ ଜଗତର ବାଦଶାହ ବିରାଟ କୋହଲିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଦିନିକିଆ କ୍ରିକେଟ୍‌ରେ ବିଶ୍ବକପ୍‌ ୨୦୨୩ ପୂର୍ବରୁ ୪୭ଟି ଶତକ ହାସଲ କରିନେଇଥିବା କୋହଲି ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୪୮ତମ ଶତକ ହାସଲ କରିଥିଲେ । ଏହାପରେ ୪୯ତମ ଶତକ ପାଇଁ ତାଙ୍କୁ ୩ଟି ମ୍ୟାଚ୍‌ ଅପେକ୍ଷା କରିବାକୁ ପଡ଼ିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ୯୫ ଓ ଶ୍ରୀଲଙ୍କା ବିପକ୍ଷରେ ୮୮ ରନ୍ କରି ଆଉଟ୍ ହୋଇଥିଲେ ବିରାଟ କୋହଲି । ଶେଷରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୯ତମ ଶତକ ହାସଲ କରି ସେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ତେବେ ସଚିନଙ୍କ ଠାରୁ ୧୭୫ ପାଳି କମ ଖେଳି ୪୯ତମ ଶତକ ହାସଲ କରିଛନ୍ତି ବିରାଟ କୋହଲି । ସଚିନଙ୍କୁ ୪୯ତମ ଦିନିକିଆ ଶତକ ହାସଲ କରିବାକୁ ୪୬୨ ମ୍ୟାଚ୍‌ ଖେଳିବାକୁ ପଡ଼ିଥିଲା । ହେଲେ କେବଳ ୨୮୯ତମ ପାଳିରେ ଏହି ରେକର୍ଡର ସମକକ୍ଷ ହୋଇପାରିଛନ୍ତି କିଙ୍ଗ୍‌ କୋହଲି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଜନ୍ମଦିନରେ ଇତିହାସ ରଚିଲେ ବିରାଟ, ୧୭୫ ପାଳି କମ ଖେଳି ହେଲେ ସଚିନଙ୍କ ସମକକ୍ଷ

  • What a day to equal the great man's record of most ODI 100's. His birthday at the historic Eden Gardens. Take a bow, #ViratKohli . Congratulations on a great one, ragon mein 100, dil me Bharat pic.twitter.com/ZDQwvHDQQW

    — Virender Sehwag (@virendersehwag) November 5, 2023 " class="align-text-top noRightClick twitterSection" data=" ">

ଏହାପରେ ବିରାଟଙ୍କୁ ଅନେକ ପୂର୍ବତନ କ୍ରିକେଟର ଶୁଭେଚ୍ଛା ଜଣାଇଛନ୍ତି । ନିଜେ ସଚିନ ମଧ୍ୟ ଏଥିପାଇଁ କୋହଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ କୋହଲିଙ୍କ ପାଇଁ ଏକ ସ୍ବତନ୍ତ୍ର ପୋଷ୍ଟରେ ସଚିନ ଲେଖିଛନ୍ତି, "ବହୁତ ଭଲ ଖେଳିଲ ବିରାଟ । ମୁଁ ଚାହୁଁଛି ତୁମେ ଖୁବଶୀଘ୍ର ୪୯ରୁ ୫୦ ଶତକ ହାସଲ କରି ମୋର ରେକର୍ଡକୁ ପଛରେ ପକାଅ ।" ସେହିଭଳି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ ଲେଖିଛନ୍ତି, "ମହାନ କ୍ରିକେଟରଙ୍କ ଦିନିକିଆ ଶତକ ରେକର୍ଡର ସମକକ୍ଷ ହେବାକୁ ଉତ୍କୃଷ୍ଟ ଦିନ । ଏହି ମହାନ ପାଳି ପାଇଁ ଶୁଭେଚ୍ଛା ।" ପ୍ରକାଶଯୋଗ୍ୟ, ଭାରତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକୀୟ ପାଳି ବଳରେ ୩୨୬ ରନ ସଂଗ୍ରହ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.