ETV Bharat / sports

ICC Ranking: ଟପ୍‌-୧୦କୁ ଫେରିଲେ ସ୍ମୃତି ମାନ୍ଧାନା

author img

By

Published : Mar 22, 2022, 10:43 PM IST

ICC WOMEN ODI PLAYER RANKINGS SMRITI MANDHANA RETURNS TO TOP 10
ICC Ranking: ଟପ୍‌-୧୦କୁ ଫେରିଲେ ସ୍ମୃତି ମାନ୍ଧାନା

ସଦ୍ୟତମ ICC ଦିନିକିଆ ମାନ୍ୟତାରେ ଭାରତୀୟ ମହିଳା ଟିମର ବ୍ୟାଟ୍‌ର ସ୍ମୃତି ମାନ୍ଧାନା ଶୀର୍ଷ ୧୦(Top-୧୦)କୁ ଫେରିଛନ୍ତି । କ୍ୟାପଟେନ ମିତାଲି ରାଜ ନିଜର ପୂର୍ବ ମାନ୍ୟତା ବଜାୟ ରଖିବାରେ ସଫଳ ହୋଇପାରିନାହାନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସଦ୍ୟତମ ICC ଦିନିକିଆ ମାନ୍ୟତାରେ ଭାରତୀୟ ମହିଳା ଟିମର ବ୍ୟାଟ୍‌ର ସ୍ମୃତି ମାନ୍ଧାନା ଶୀର୍ଷ ୧୦(Top-୧୦)କୁ ଫେରିଛନ୍ତି । କ୍ୟାପଟେନ ମିତାଲି ରାଜ ନିଜର ପୂର୍ବ ମାନ୍ୟତା ବଜାୟ ରଖିବାରେ ସଫଳ ହୋଇପାରିନାହାନ୍ତି । ଅନ୍ୟପଟେ ହରମନପ୍ରୀତ କୌର ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି ।ମଙ୍ଗଳବାର ପ୍ରକାଶିତ ICC ଦିନିକିଆ ବ୍ୟାଟିଂ ମାନ୍ୟତାରେ ମାନ୍ଧାନା ପୁଣିଥିରେ ଟପ୍‌ ଟେନକୁ ଫେରିଛନ୍ତି ।

ମାନ୍ଧାନା ୬୬୩ ରେଟିଂ ପଏଣ୍ଟ ସହିତ ତାଲିକାର ଦଶମ ସ୍ଥାନରେ ରହିଛନ୍ତି । ପୂର୍ବ ମାନ୍ୟତାରେ ମାନ୍ଧାନା ଏକାଦଶ ସ୍ଥାନରେ ରହିଥିଲେ । କ୍ୟାପଟେନ ମିତାଲି ରାଜ ଗୋଟିଏ ସ୍ଥାନ ତଳକୁ ଖସି ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି । ସେହିପରି ଦିନିକିଆ ବୋଲିଂ ମାନ୍ୟତାରେ ଏକମାତ୍ର ଭାରତୀୟ ଭାବେ ଝୁଲଣ ଗୋସ୍ବାମୀ ଟପ୍‌ ଟେନ୍‌ ମଧ୍ୟରେ ସପ୍ତମ ସ୍ଥାନରେ ରହିଛନ୍ତି । ଅଲରାଉଣ୍ଡର ତାଲିକାରେ ଦିପ୍ତୀ ଶର୍ମା ସପ୍ତମ ଓ ଝୁଲଣ ନବମ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.