ETV Bharat / sports

ଏସିଆ କପ ଫାଇନାଲ ଖେଳି ପାରିବ ଭାରତ !

author img

By

Published : Sep 7, 2022, 7:37 PM IST

ଏସିଆ କପର ( Asia Cup 2022 ) ଫାଇନାଲ ମ୍ୟାଚ ସେପ୍ଟେମ୍ବର ୧୧ ତାରିଖରେ ଖେଳାଯିବ । ସୁପର ୪ ରାଉଣ୍ଡରେ ଭାରତ ଦୁଇଟି ମ୍ୟାଚ ହାରି ଯାଇଥିବା ବେଳେ ଆଫଗାନିସ୍ଥାନ ସହିତ ଗୋଟେ ମ୍ୟାଚ ବାକି ରହିଛି । ତଥାପି ଭାରତ ପାଖରେ ଏସିଆ କପ ଫାଇନାଲକୁ ଯିବାର ସୁଯୋଗ ରହିଛି । ଅଧିକ ପଢନ୍ତୁ

ଏସିଆ କପ ଫାଇନାଲ ଖେଳି ପାରିବ ଭାରତ !
ଏସିଆ କପ ଫାଇନାଲ ଖେଳି ପାରିବ ଭାରତ !

ହାଇଦ୍ରାବାଦ: ଏସିଆ କପରେ ଭାରତ ବିଜୟ ଅଭିଯାନରୁ ଯାତ୍ରା ଆରମ୍ଭ କରିଥିବା ବେଳେ ଲଗାତାର ଦୁଇଟି ମ୍ୟାଚରେ ନୈରଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଏସିଆ କପର ଫାଇନାଲ ମ୍ୟାଚ ସେପ୍ଟେମ୍ବର ୧୧ ତାରିଖରେ ଖେଳାଯିବ । ଏସିଆ କପର ( Asia Cup 2022 ) ଫାଇନାଲ ମ୍ୟାଚ ସେପ୍ଟେମ୍ବର ୧୧ ତାରିଖରେ ଖେଳାଯିବ । ସୁପର ୪ ରାଉଣ୍ଡରେ ( Asia cup super 4 ) ଭାରତ ଦୁଇଟି ମ୍ୟାଚ ହାରି ଯାଇଥିବା ବେଳେ ଆଫଗାନିସ୍ଥାନ ସହିତ ଗୋଟେ ମ୍ୟାଚ ବାକି ରହିଛି । ତଥାପି ଭାରତ ପାଖରେ ଏସିଆ କପ ଫାଇନାଲକୁ ଯିବାର ସୁଯୋଗ ରହିଛି ।

ଲିଗ ମ୍ୟାଚରେ ଭାରତର ଦମଦାର ପ୍ରଦର୍ଶନ

ଏସିଆ କପର ଲିଗ ମ୍ୟାଚରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଥିଲା । ଭାରତ ପ୍ରଥମ ଲିଗ ମ୍ୟାଚ ପାକିସ୍ତାନ ସହିତ ଖେଳି ୫ ୱିକେଟ ରେ ବିଜୟ ଲାଭ କରିଥିଲା । ସେହିପରି ଦ୍ବିତୀୟ ଲିଗ ମ୍ୟାଚ ହଂକଂ ବିପକ୍ଷରେ ଖେଳି ୪୦ ରନରେ ବିଜୟ ଲାଭ କରି ସିଧାସଳଖ ସୁପର ୪ ରାଉଣ୍ଡରେ ପ୍ରବେଶ କରିଥିଲା ଭାରତ ।

ସୁପର ୪ ରାଉଣ୍ଡରେ ନୈରଶ୍ୟଜନକ ପ୍ରଦର୍ଶନ

ସୁପର ୪ ରାଉଣ୍ଡରେ ଭାରତ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠୁ ୫ ୱିକେଟରେ ପରାସ୍ତ ହୋଇଥିଲା । ଭାରତ ଜିତିବା ମ୍ୟାଚକୁ ପାକିସ୍ତାନ ଛଡାଇ ନେଇ ଲିଗ ମ୍ୟାଚ ପରାଜୟର ପ୍ରତିଶୋଧ ନେଇଥିଲା ପାକିସ୍ତାନ । ସେହିପରି ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତ ନିଜ ଭୁଲର ପୁନରାବୃତ୍ତି ଘଟାଇଥିଲା । ଟସ ହାରି ଭାରତ ପ୍ରଥମେ ବ୍ୟାଟିଂ ପାଇଁ ଆସି ପାଞ୍ଚ ଥର ଏସିଆ କପ ଟାଇଟଲ ବିଜେତା ଶ୍ରୀଲଙ୍କା ଆଗରେ ବିଶାଳ ସ୍କୋର ଠିଆ କରିବାରେ ବିଫଳ ରହିଥିଲା । ଏହା ସାଙ୍ଗକୁ ଭାରତର ଦୁର୍ବଳ ବୋଲିଂ ପ୍ରଦର୍ଶନ ହୋଇଥିଲା । ଫଳରେ ଭାରତକୁ ୬ ୱିକେଟରେ ହରାଇବାକୁ ଶ୍ରୀଲଙ୍କା ସଫଳ ହୋଇପାରିଲା ।

ସୁପର ୪ ପଏଣ୍ଟ ଟେବୁଲରେ ଶ୍ରୀଲଙ୍କା ଶୀର୍ଷରେ

ସୁପର 4 ପଏଣ୍ଟ ଟେବୁଲରେ ଶ୍ରୀଲଙ୍କା ଶୀର୍ଷ ସ୍ଥାନରେ ରହିଛି । ଏହି ରାଉଣ୍ଡରେ ଶ୍ରୀଲଙ୍କା ଭାରତ ଏବଂ ଆଫଗାନିସ୍ତାନକୁ ହରାଇ ୪ ପଏଣ୍ଟ ପାଇ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି । ତେବେ ସେହିପରି ଭାବରେ ଭାରତ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି । ପାକିସ୍ତାନ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଆଫଗାନିସ୍ଥାନ ଚତୁର୍ଥ ସ୍ଥାନରେ ରହିଛି ।

ଏସିଆ କପ ଫାଇନାଲ ପାଇଁ ଭାରତ ପାଖରେ ରହିଛି ସୁଯୋଗ

ସୁପର 4 ରାଉଣ୍ଡରେ ଦୁଇଟି ମ୍ୟାଚ ହାରିବା ସହିତ ଭାରତ ପାଖରେ ଫାଇନାଲକୁ ପ୍ରବେଶ କରିବାର ସୁଯୋଗ ରହିଛି । ପ୍ରଥମେ ଭାରତକୁ ଆଫଗାନିସ୍ତାନ ସହିତ ବଡ ବ୍ୟବଧାନରେ ମ୍ୟାଚ ଜିତିବାକୁ ଜିତିବାକୁ ହେବ । ଏହା ସହିତ ଭାରତ ଫାଇନାଲକୁ ପ୍ରବେଶ କରିବା ପାଇଁ ଦୁଇ ପ୍ରତିଦ୍ବନ୍ଦୀ ହାର-ଜିତ ଉପରେ ନିର୍ଭର କରୁଛି । ଭାରତର ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ସୁପର ୪ ରାଉଣ୍ଡରେ ବାକିଥିବା ଦୁଇଟି ମ୍ୟାଚ ହାରିଲେ ଭାରତର ଫାଇନାଲ ପ୍ରବେଶ ପଥ ପରିଷ୍କାର ହୋଇପାରିବ । ଆଜି ଖେଳାଯିବାକୁ ଥିବା ଆଫଗାନିସ୍ଥାନ ବନାମ ପାକିସ୍ତାନ ବିପକ୍ଷ ମ୍ୟାଚରେ ପାକିସ୍ତାନକୁ ହରାଇ ଆଫଗାନିସ୍ଥାନକୁ ମ୍ୟାଚ ଜିତିବାକୁ ପଡିବ । ସେହିପରି ସେପ୍ଟେମ୍ବର ୯ ତାରିଖ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବନାମ ପାକିସ୍ତାନ ମ୍ୟାଚରେ ପାକିସ୍ତାନକୁ ହରାଇ ଶ୍ରୀଲଙ୍କାକୁ ମ୍ୟାଚ ଜିତିବାକୁ ପଡିବ । ଯାହା ସୁପର ୪ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନ ଜାହିର କରି ଭାରତ ଫାଇନାଲ ମ୍ୟାଚ ଖେଳିବା ପାଇଁ ସୁଯୋଗ ପାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.