ETV Bharat / sports

Harbhajan Singh Retirement: ଅନ୍ତର୍ଜାତୀୟ କ୍ରିକେଟରୁ ହରଭଜନଙ୍କ ଅବସର

author img

By

Published : Dec 24, 2021, 3:09 PM IST

Updated : Dec 24, 2021, 4:10 PM IST

Harbhajan Singh Retirement: ଅନ୍ତର୍ଜାତୀୟ କ୍ରିକେଟରୁ ହରଭଜନଙ୍କ ଅବସର
Harbhajan Singh Retirement: ଅନ୍ତର୍ଜାତୀୟ କ୍ରିକେଟରୁ ହରଭଜନଙ୍କ ଅବସର

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଭାରତୀୟ ସ୍ପିନର ହରଭଜନ ସିଂହ । ଏହାକୁ ନେଇ ସେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଭାରତୀୟ ସ୍ପିନର ହରଭଜନ ସିଂହ । ଏହାକୁ ନେଇ ସେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଦୀର୍ଘଦିନ ହେଲା ହରଭଜନ ସିଂହ ଭାରତୀୟ ଟିମ୍‌ରୁ ବାଦ ପଡ଼ିଥିଲେ । ଏହାଛଡ଼ା ଗତ ସପ୍ତାହରେ ମଧ୍ୟ ସେ କ୍ରିକେଟକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ବୋଲି ଆଲୋଚନା ହେଉଥିଲା । ଆଜି ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଟର୍ବୋନେଟର ।

  • All good things come to an end and today as I bid adieu to the game that has given me everything in life, I would like to thank everyone who made this 23-year-long journey beautiful and memorable.
    My heartfelt thank you 🙏 Grateful .https://t.co/iD6WHU46MU

    — Harbhajan Turbanator (@harbhajan_singh) December 24, 2021 " class="align-text-top noRightClick twitterSection" data=" ">

ହରଭଜନ ସିଂହ ଭାରତ ପକ୍ଷରୁ ୨୩୬ଟି ଅନ୍ତର୍ଜାତୀୟ ଦିନିକିଆ ଖେଳି ୨୬୯ ଟି ୱିକେଟ ହାସଲ କରିଛନ୍ତି । ସେହିଭଳି ସେ ୧୦୩ଟି ଅନ୍ତର୍ଜାତୀୟ ଟେଷ୍ଟ ଖେଳି ୪୧୭ଟି ୱିକେଟ ହାସଲ କରି ରେକର୍ଡ କରିଛନ୍ତି । ଖାଲି ସେତିକି ନୁହେଁ ଟେଷ୍ଟ ମ୍ୟାଚ୍‌ରେ ହରଭଜନ ଦୁଇଟି ଶତକ ହାସଲ ମଧ୍ୟ କରିଛନ୍ତି । ଦିନିକିଆ ମ୍ୟାଚ୍‌ରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୪୯ ରନ୍‌ ।

୧୯୯୮ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍‌ ଡେବ୍ୟୁ କରିଥିଲେ ହରଭଜନ । ସେହି ବର୍ଷ ଅପ୍ରେଲ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଦିନିକିଆ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ । ୨୦୧୧ ବିଶ୍ବକପ୍‌ରେ ଚମ୍ପିଆନ୍‌ ଟିମ୍‌ ଇଣ୍ଡିଆରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ହରଭଜନ ।

ଶେଷ ଥର ପାଇଁ ଭାରତ ପକ୍ଷରୁ ୨୦୧୫ ମସିହାରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଶେଷ ଦିନିକିଆ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ବେଳେ ଶେଷ ଟେଷ୍ଟ ମ୍ୟାଚ ସେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 24, 2021, 4:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.