ETV Bharat / sports

ସାନିଆଙ୍କୁ ସୋଏବଙ୍କ ଜନ୍ମ ଦିନ ଶୁଭେଚ୍ଛା, କହିଲେ ଆଜିର ଦିନକୁ ଏନଜୟ କର

author img

By

Published : Nov 15, 2022, 10:16 PM IST

ସାନିଆଙ୍କୁ ସୋଏବଙ୍କ ଜନ୍ମ ଦିନ ଶୁଭେଚ୍ଛା, କହିଲେ ଆଜିର ଦିନକୁ ଏନଜୟ କର
ସାନିଆଙ୍କୁ ସୋଏବଙ୍କ ଜନ୍ମ ଦିନ ଶୁଭେଚ୍ଛା, କହିଲେ ଆଜିର ଦିନକୁ ଏନଜୟ କର

ସାନିଆଙ୍କୁ ସୋଏବଙ୍କ ଜନ୍ମ ଦିନ ଶୁଭେଚ୍ଛା । ଆଜି (ମଙ୍ଗଳବାର) ଟେନିସ୍ ସେନ୍‌ସେସନ୍ ସାନିଆ ମିର୍ଜାଙ୍କ ୩୬ ତମ ଜନ୍ମଦିନ । ଏହି ଅବସରରେ ତାଙ୍କ କ୍ରିକେଟ ଷ୍ଟାର ସ୍ବାମୀ ସୋଏବ ମାଲିକ ପତ୍ନି ସାନିଆ ମିର୍ଜାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସମ୍ପର୍କରେ ଫାଟ ପଡିବା ଘଟଣା ଉପରୁ ପରଦା ଉଠିବା ପରେ ସାନିଆ ମିର୍ଜାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ସୋଏବ ମାଲିକ । ଆଜି (ମଙ୍ଗଳବାର) ଟେନିସ୍ ସେନ୍‌ସେସନ୍ ସାନିଆ ମିର୍ଜାଙ୍କ ୩୬ ତମ ଜନ୍ମଦିନ । ଏହି ଅବସରରେ ତାଙ୍କ କ୍ରିକେଟ ଷ୍ଟାର ସ୍ବାମୀ ସୋଏବ ମାଲିକ ପତ୍ନି ସାନିଆ ମିର୍ଜାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି । ସୋଏବ୍ କହିଛନ୍ତି ଯେ, " ଆଜିର ଏହି ଦିନକୁ ଭରପୁର ଏନଜୟ କର । ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ସାନିଆ । ତୁମର ସ୍ବାସ୍ଥ୍ୟ ଓ ଖୁସି ଜୀବନର କାମନା କରୁଛି ।" ତେବେ ସାନିଆ ସୋଏବଙ୍କ ବିବାହ ବିଚ୍ଛେଦକୁ ନେଇ ଗଣମାଧ୍ୟମରେ ଜୋରସର ଚର୍ଚ୍ଚା ଚାଲିଥିବା ବେଳେ ସୋଏବଙ୍କର ଏହି ପୋଷ୍ଟ ବୟାନ କରୁଛି ଉଭୟଙ୍କ ଭିତରେ ସବୁ କିଛି ଠିକ୍ ଠାକ୍ ରହିଛି ।

ତେବେ ସାନିଆଙ୍କୁ ସୋଏବ ଜଣାଇଥିବା ଜନ୍ମ ଦିନ ପୋଷ୍ଟରେ ଜଣେ ପ୍ରଶଂସକ ଲେଖିଛନ୍ତି କି "ଆପଣ ଦୁଇ ଜଣଙ୍କୁ ଏକା ସାଙ୍ଗରେ ଦେଖି ବାସ୍ତବରେ ବହୁତ ଖୁସି ଲାଗୁଛି । ମିଥ୍ୟା ଖବର ପ୍ରଚାର କରୁଥିବା ଲୋକଙ୍କ ପାଇଁ ଏହା ଏକ ଦମଦାର ସେଟ୍‌ଅପ ।" ୧୨ ଏପ୍ରିଲ ୨୦୧୦ରେ ହାଇଦ୍ରାବାଦରେ ଉଭୟଙ୍କ ବିବାହ ହୋଇଥିଲା । ଏହାପରେ ଲାହୋରରେ ଏକ ରିସେପ୍ସନ୍ ଅନୁଷ୍ଠିତ ହୋଇଥିଲା । ସୋଏବ ଓ ସାନିଆଙ୍କର ଏକ ପୁତ୍ର ସନ୍ତାନ ରହିଛି । ଚଳିତ ବର୍ଷ ଜାନୁଆରୀରୁ ସାନିଆ ମିର୍ଜା ଟେନିସରୁ ଅବସର ଗ୍ରହଣ କରିଥିଲେ ।

ଭାରତର ଲୋକପ୍ରିୟ ତଥା ସଫଳ ଟେନିସ ଖେଳାଳୀ ଓ ପାକିସ୍ତାନୀ ସ୍ବାମୀ ସୋଏବ ମଲ୍ଲିକଙ୍କ ୧୨ ବର୍ଷର ସମ୍ପର୍କ ମଧ୍ୟରେ ପୂର୍ଣ୍ଣଚ୍ଛେଦ ପଡିବା ନେଇ ଚର୍ଚ୍ଚା ଲାଗି ରହିଥିଲା । ପରେ ଏହି ଗୁଜବ ଉପରୁ ପରଦା ଉଠାଇଥିଲେ ଖେଳ ଦୁନିଆର ଏହି ଷ୍ଟାର କପଲ୍ । ଏହି ୨ ତାରକା ଏକ ରିଆଲିଟି ଶୋ'ରେ ସାଥୀରେ ନଜର ଆସିବ ବୋଲି ଖୋଦ ସାନିଆ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏହି ସୂଚନା ଦେଇଛନ୍ତି । ଏହି ଶୋ'ର ନାମ ରହିଛି 'ଦି ମିର୍ଜା ମାଲିକ ଶୋ' (The Mirza Malik Show) । ଏହି ଶୋ'ଟି ଊର୍ଦ୍ଦୁଫିଲ୍କସରେ (Urduflix)ରେ ପ୍ରସାରିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.