ETV Bharat / sports

ନ୍ୟୁଜିଲାଣ୍ଡ ପରେ ପାକିସ୍ତାନକୁ ଝଟକା ଦେଲା ଇଂଲଣ୍ଡ

author img

By

Published : Sep 20, 2021, 10:32 PM IST

England withdraws from Pakistan tour in October
ପାକିସ୍ତାନ ଗସ୍ତରୁ ଓହରିଲା ଇଂଲଣ୍ଡ

ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB)ର ବଡ ନିଷ୍ପତ୍ତି । ଅକ୍ଟୋବରରେ ପାକିସ୍ତାନ ଗସ୍ତରେ ଆସିବନି ଇଂଲଣ୍ଡ । ଅଧିକ ପଢନ୍ତୁ...

ଲଣ୍ଡନ: ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB)ର ବଡ ନିଷ୍ପତ୍ତି । ଅକ୍ଟୋବରରେ ପ୍ରସ୍ତାବିତ ପାକିସ୍ତାନ ଗସ୍ତରୁ ଓହରିଲା ଇଂଲଣ୍ଡ । ତେବେ ପ୍ରଥମ ଟିମ ଭାବେ ପାକିସ୍ତାନ ଗସ୍ତରୁ ଓହରିନାହିଁ ଇଂଲଣ୍ଡ ।

ନିକଟରେ ନ୍ୟୁଜିଲାଣ୍ଡ ଟିମ ସୁରକ୍ଷା କାରଣ ଦର୍ଶାଇ ମ୍ୟାଚ୍‌ ଆରମ୍ଭର କିଛି ମିନିଟ ପୂର୍ବରୁ ଗସ୍ତ ବାତିଲ କରି ସ୍ବଦେଶ ଫେରିଯାଇଥିଲା । ଏହାପରେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ମଧ୍ୟ ପାକିସ୍ତାନ ଗସ୍ତ ବାତିଲ ନେଇ ସୋମବାର ଘୋଷଣା କରିଛି ।

ଇଂଲଣ୍ଡ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ମାନସିକ ଓ ଶାରିରୀକ ସ୍ଥିତି ବୋର୍ଡ ପାଇଁ ସର୍ବୋପରି ବୋଲି ଦର୍ଶାଇଛି ECB । କୋଭିଡ ପ୍ରତିବନ୍ଧକ ପରିବେଶରେ ରହିଥିବା ଖେଳାଳିଙ୍କୁ ଏହି ଗସ୍ତ ସହିତ ବୋର୍ଡ ଅଧିକ ଚାପ ଦେବାକୁ ଚାହୁଁନାହିଁ ବୋଲି ସ୍ପଷ୍ଟ କରିଥଛି ବୋର୍ଡ । ଏଥିସହ ଇଂଲଣ୍ଡ କ୍ରିକେଟ ବୋର୍ଡ ପାକିସ୍ତାନ କ୍ରିକେଟ ବୋର୍ଡକୁ କ୍ଷମା ପ୍ରାର୍ଥନା କରିଛି ।

ଆଗାମୀ ଟି-୨୦ ବିଶ୍ବକପ ପ୍ରସ୍ତୁତି ପୂର୍ବକ ଅକ୍ଟୋବରରେ ଟି-୨୦ ସିରିଜ ସହିତ ଦୁଇଟି ଅଭ୍ୟାସ ମ୍ୟାଚ ମଧ୍ୟ ଖେଳିବା ନେଇ ସୂଚୀ ରହିଥିଲା । ମାତ୍ର ଗସ୍ତ ବାତିଲ ଘୋଷଣା ପରେ ପାକିସ୍ତାନ କ୍ରିକେଟକୁ ପୁଣି ଏକ ବଡ ଝଟକା ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.