ETV Bharat / sports

ଆଇପିଏଲ ପାଇଁ ଘରୋଇ ସୂଚୀ ବଦଳାଇବନି ଇଂଲଣ୍ଡ: ଗିଲସ

author img

By

Published : May 28, 2021, 6:13 AM IST

England will not change its home schedule for IPL: Giles
ଆଇପିଏଲ ପାଇଁ ଘରୋଇ ସୂଚୀ ବଦଳାଇବନି ଇଂଲଣ୍ଡ: ଗିଲସ

ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ଇସିବି) କୌଣସି ପରିସ୍ଥିତିରେ ନିଜର ଘରୋଇ ସିରିଜ ସୂଚୀରେ ପରିବର୍ତ୍ତନ କରିବ ନାହିଁ । ଅଧିକ ପଢନ୍ତୁ...

ଲଣ୍ଡନ: ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ଇସିବି) କୌଣସି ପରିସ୍ଥିତିରେ ନିଜର ଘରୋଇ ସିରିଜ ସୂଚୀରେ ପରିବର୍ତ୍ତନ କରିବ ନାହିଁ । ଗୁରୁବାର ଏହା କହିଛନ୍ତି, ଇଂଲଣ୍ଡ ନିର୍ଦ୍ଦେଶକ ଆସଲେ ଗିଲସ ।

ଅଧାରୁ ସ୍ଥଗିତ ଥିବା ଇଣ୍ଡିଆନ ପ୍ରିମିୟର ଲିଗ ଶେଷ କରିବାକୁ ଭାରତୀୟ କ୍ରିକେଟ ବୋର୍ଡ, ଇସିବିକୁ ଅନଔପଚାରିକ ଭାବେ ଅନୁରୋଧ କରିପାରେ ଗୁଜବ ପ୍ରଦାର ହେବାପରେ, ଗିଲସ ଏହି ବୟାନ ଦେଇଛନ୍ତି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଅଗଷ୍ଟ 4ରୁ ଏହି ସିରିଜ ଆରମ୍ଭ ହେବ । ପରେ ଭାରତରେ ଟି20 ବିଶ୍ବକପ ଓ ଆସେସ ସିରିଜ ଖେଳାଯିବା ନେଇ ସୂଚୀ ରହିଛି ।

ସେପ୍ଟେମ୍ବରରେ ପଞ୍ଚମ ଟେଷ୍ଟ ଶେଷ ପରେ ସେପ୍ଟେମ୍ବର 19 କିମ୍ବା 20ରେ ବାଂଲାଦେଶ ଗସ୍ତରେ ଯିବାର ସୂଚୀ ରହିଛି । ପରେ ପାକିସ୍ତାନ ଓ ଟି20 ବିଶ୍ବକପ ସୂଚୀ ଥିବା ଗିଲସ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.