ETV Bharat / sports

ବିଦେଶ ମାଟିରେ ରୋହିତଙ୍କ ପ୍ରଥମ ଶତକ, ଭାରତ ନିୟନ୍ତ୍ରଣରେ ଓଭାଲ ଟେଷ୍ଟ

author img

By

Published : Sep 4, 2021, 8:29 PM IST

ବିଦେଶ ମାଟିରେ ପ୍ରଥମ ଶତକ ହାସଲ କଲେ ଭାରତୀୟ ଓପନର ରୋହିତ ଶର୍ମା । ଭାରତ ନିୟନ୍ତ୍ରଣରେ ଓଭାଲ ଟେଷ୍ଟ । ଅଧିକ ପଢନ୍ତୁ...

England vs India 4th Test: Rohit Sharma hits his 1st Test hundred on foreign soil, completes 3,000 test runs
ବିଦେଶ ମାଟିରେ ରୋହିତଙ୍କ ପ୍ରଥମ ଶତକ, ଭାରତ ନିୟନ୍ତ୍ରଣରେ ଓଭାଲ ଟେଷ୍ଟ

ଲଣ୍ଡନ: କ୍ରିକେଟର ଲମ୍ବା ଫର୍ମାଟରେ ଅଷ୍ଟମ ଶତକ ହାସଲ କଲେ ଭାରତୀୟ ଓପନର ରୋହିତ ଶର୍ମା । ଓଭାଲ ଟେଷ୍ଟର ଦ୍ବିତୀୟ ଇଂନିସରେ ରୋହିତ ଦମଦାର ଶତକ ହାସଲ କରିଛନ୍ତି । ବିଦେଶ ମାଟିରେ ଏହା ରୋହିତଙ୍କ ପ୍ରଥମ ଶତକ । ଏହି ଶତକୀୟ ଇଂନିସ ସହ କ୍ରିକେଟର ଲମ୍ବା ଫର୍ମାଟରେ ରୋହିତ ୩,୦୦୦ ରନ୍‌ ମଧ୍ୟ ପୂରଣ କରିଛନ୍ତି ।

ଓଭାଲ ଟେଷ୍ଟର ଦ୍ବିତୀୟ ଇଂନିସରେ ଇଂଲଣ୍ଡ ଅଫ୍‌ସ୍ପିନର ମୋଇନ ଅଲୀଙ୍କୁ ଛକାମାରି ଶତକ ପୂରଣ କରିଥିଲେ ରୋହିତ । ଏହାପୂର୍ବରୁ ରୋହିତ, ସମସ୍ତ ଟେଷ୍ଟ ଶତକ ଘରୋଇ ମାଟିରେ ହାସଲ କରିଥିଲେ ।

ଇଂଲଣ୍ଡକୁ ଏକମାତ୍ର ସଫଳତା କେଏଲ ରାହୁଲଙ୍କ ରୂପରେ ମିଳିଛି । ୪୬ ରନରେ ଲଞ୍ଚ ବ୍ରେକ୍‌ର ଠିକ୍‌ ପୂର୍ବରୁ ଆଣ୍ଡରସନଙ୍କ ଶିକାର ହୋଇଥିଲେ ରାହୁଲ । ଭାରତକୁ ପ୍ରଥମ ଇଂନିସରେ ୧୯୧ରନ୍‌ରେ ରୋକିବାପରେ ଇଂଲଣ୍ଡ ୨୯୦ ରନ କରିଛି । ଓଲି ପୋପ ଦମଦାର ୮୧ ରନ୍‌ର ଇଂନିସ ଖେଳିଥିଲେ । ଫଳରେ ପ୍ରଥମ ୯୯ ରନର ଗୁରୁତ୍ବପୂର୍ଣ୍ଣ ଲିଡ୍‌ ନେଇଥିଲା ଘରୋଇଦଳ । ଚା' ବ୍ରେକ୍‌ ସୁଦ୍ଧା ଭାରତର ସ୍କୋର ୧୯୯/1 ରହିଥିବାବେଳେ ୧୦୦ ରନରେ ଆଗୁଆ ରହିଛି ।

୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ ବରାବର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.