ETV Bharat / sports

ଅଷ୍ଟ୍ରେଲିଆରେ କଡା COVID କଟକଣା, ଆଶଙ୍କାରେ ଆସେସ ସିରିଜ

author img

By

Published : Oct 4, 2021, 10:53 PM IST

Ashes series between Australia and England
ଅଷ୍ଟ୍ରେଲିଆରେ କଡା COVID କଟକଣା, ଆଶଙ୍କାରେ ଆସେସ ସିରିଜ

ଆଶଙ୍କାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ବର୍ଷ ଶେଷ ଭାଗରେ ଖେଳାଯିବାକୁ ଥିବା ପ୍ରସ୍ତାବିତ ଆସେସ ଟେଷ୍ଟ ସିରିଜ । ଅଧିକ ପଢନ୍ତୁ...

ଲଣ୍ଡନ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ବର୍ଷ ଶେଷ ଭାଗରେ ଖେଳାଯିବାକୁ ଥିବା ପ୍ରସ୍ତାବିତ ଆସେସ ଟେଷ୍ଟ ସିରିଜ ନେଇ ଆଶଙ୍କା ଦେଖାଦେଇଛି । ଅଷ୍ଟ୍ରେଲିଆରେ COVID-୧୯ ମହାମାରୀ କାରଣରୁ ଲାଗୁ ଥିବା ପ୍ରତିବନ୍ଧକ କାରଣରୁ ଗସ୍ତ ଆଶଙ୍କାରେ ରହିଛି । ତେବେ ଇଂଲଣ୍ଡ କ୍ରିକେଟ ବୋର୍ଡର ଅଧିକାରୀ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଏହି ସିରିଜ ନେଇ ଚୁଡାନ୍ତ ନିଷ୍ପତ୍ତି ନେବେ ।

ଆସେସ ସିରିଜ ଗସ୍ତର ଆୟୋଜନ ବିଷୟରେ କ୍ରିକେଟ ଅଷ୍ଟ୍ରେଲିଆ ସହିତ ଲଗାତାର ସକରାତ୍ମକ ଆଲୋଚନା ଜାରି ରହିଛି । ସମସ୍ତଙ୍କ ସ୍ବାସ୍ଥ୍ୟ ଓ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ । ସୋମବାର ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ପକ୍ଷରୁ ଏହା କୁହାଯାଇଛି ।

ଚଳିତ ସପ୍ତାହରେ ଇସିବି ମଧ୍ୟ ଖେଳାଳିଙ୍କ ମତ ଗ୍ରହଣ କରିବ । ଖେଳାଳି ମତାମତକୁ ଆଧାର କରି ଏହି ଗୁରୁତ୍ବପୂର୍ଣ୍ଣ ସିରିଜ ନେଇ ଟିମ ଚୟନ ନିଷ୍ପତ୍ତି ହେବ ବୋଲି ବୋର୍ଡ ସ୍ପଷ୍ଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.