ETV Bharat / sports

Under 19 Women's T20 World Cup: କମାଲ କଲେ ବୋଲର, ଇଂଲଣ୍ଡକୁ ୬୮ରନରେ ରୋକିଲା ଭାରତ

author img

By

Published : Jan 29, 2023, 6:51 PM IST

Updated : Jan 29, 2023, 7:20 PM IST

ଆଜି ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପର ଫାଇନାଲ ମ୍ୟାଚ ଖେଳାଯାଉଛି । ଭାରତ ଆଗରେ ୬୯ ରନର ଟାର୍ଗେଟ ରଖିଲା ଇଂଲିସ ଟିମ । ଅଧିକ ପଢନ୍ତୁ

ୱେମେନ୍ ଇନ୍ ବ୍ଲୁ
ୱେମେନ୍ ଇନ୍ ବ୍ଲୁ

ହାଇଦ୍ରାବାଦ : ଭାରତୀୟ ବୋଲରଙ୍କ ଘାତକ ବୋଲିଂ । ଭାରତ ଆଗରେ ୬୯ ରନର ଟାର୍ଗେଟ ରଖିଲା ଇଂଲିସ ଟିମ । ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ । ଆଜି (ରବିବାର) ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପର ଫାଇନାଲ ମ୍ୟାଚ ଖେଳାଯାଉଛି । ଇଂଲଣ୍ଡ ପ୍ରଥମେ ବୋଲିଂ କରି ୧୭.୧ ଓଭରରେ ୬୮ ରନ କରି ଅଲ ଆଉଟ ହୋଇଛି । ତେବେ ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ ଟାଇଟଲ ହାତେଇବାକୁ ହେଲେ ୱେମେନ୍ ଇନ୍ ବ୍ଲୁକୁ ୬୯ ରନ ଆବଶ୍ୟକ ।

ବିଦେଶ ମାଟିରେ କମାଲ କଲେ ଭାରତୀୟ ବୋଲର । ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପରେ ଭାରତୀୟ ବୋଲର ନିଜର ଦମଦାର ପ୍ରଦର୍ଶନ କରିଛନ୍ତି । ଯାହା ଫଳରେ ଇଂଲିସ ଟିମ ଅଲଆଉଟ ହେବା ସହିତ ୧୭.୧ ଓଭରରେ ମାତ୍ର ୬୮ ରନ କରିବାରେ ସକ୍ଷମ ହୋଇଛି । ଭାରତ ଟସ ଜିତି ଅଧିନାୟିକା ସେଫାଳି ବର୍ମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା ଇଂଲଣ୍ଡ । ହେଲେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଇଂଲଣ୍ଡର ଓପନିଂ ଯୋଡି ଫେଲ ମାରିଥିଲା । ଓପନର ଲିବାର୍ଟି ହିପ ଖାତା ଖୋଲି ନପାରି ଶୂନରେ ଆଉଟ ହୋଇ ଶୀଘ୍ର ପାଭଲିୟନ ଲେଉଟି ଯାଇଥିଲେ । ସେହିପରି ଓପନର ଗ୍ରେସ ସ୍କ୍ରିଭେନ୍ସ ମାତ୍ର ୪ ରନ କରି ଆଉଟ ହୋଇଥିଲେ ।

ରାୟନା ମ୍ୟାକ ଡୋନାଲ୍ଡଙ୍କ ଏବଂ ଆଲେକ୍ସା ଷ୍ଟନହାଉସଙ୍କ ଇନିଂସ ବଳରେ ଦଳ ୬୮ ରନ କରିବାରେ ସକ୍ଷମ ରହିଥିଲା । ରାୟନା ମ୍ୟାକ ଡୋନାଲ୍ଡ ଧୀମା ବ୍ୟାଟିଂ ଜାରି ରଖି ୨୪ ବଲରୁ ୩ ଟି ଚୌକା ସହିତ ସର୍ବାଧିକ ୧୯ ରନର ଇନିଂସ ଖେଳିଥିଲେ । ସେହିପରି ଆଲେକ୍ସା ଷ୍ଟନହାଉସ ୨୫ ବଲରୁ ଗୋଟିଏ ଚୌକା ସହିତ ୧୧ ରନ କରିଥିଲେ । ସେହିପରି ନିଆମ ହଲାଣ୍ଡ ୧୦ ରନ ଏବଂ ସୋଫିଆ ସ୍ମେଲ ୧୧ ରନ କରିଥିଲେ । ଇଂଲଣ୍ଡର ଅନ୍ୟ କେହି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ ।

ସେପଟେ ଅଣ୍ଡର ୧୯ ମହିଳା ବୋଲର ଆଜି ଘାତକ ବୋଲିଂ କରିଥିଲେ । ତିତାସ ସାଧୁ, ଅର୍ଚ୍ଚନା ଦେବୀ ଏବଂ ପାର୍ଶଭି ଚୋପ୍ରା ସର୍ବାଧିକ ୨ ଟି ୱିକେଟ ନେଇଥିଲେ । ମନ୍ନତ କାଶ୍ୟପ, ଅଧିନାୟିକା ସେଫାଳି ବର୍ମା ଏବଂ ସନୋମ ଯାଦବ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଭାରତ ୬୯ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଛି ।

Last Updated :Jan 29, 2023, 7:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.