ETV Bharat / sports

ଇଂଲଣ୍ଡ ଏକମାତ୍ର ଦେଶ, ଯେଉଁଠି ସକାଳ 6ଟାରେ ଉଠେ: ସ୍ମୃତି

author img

By

Published : Jun 3, 2021, 7:32 PM IST

England only country where I can get up early, at 6 am: Smriti
ଇଂଲଣ୍ଡ ଏକମାତ୍ର ଦେଶ ଯେଉଁଠି ସକାଳ 6ଟାରେ ଉଠେ: ସ୍ମୃତି

ଭାରତୀୟ ମହିଳା ଟିମର ଓପନିଂ ବ୍ୟାଟର ସ୍ମୃତି ମାନ୍ଧାନା ଇଂଲଣ୍ଡ ଗସ୍ତ ନେଇ ଉତ୍ସାହିତ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଭାରତୀୟ ମହିଳା ଟିମର ଓପନିଂ ବ୍ୟାଟର ସ୍ମୃତି ମାନ୍ଧାନା ଇଂଲଣ୍ଡ ଗସ୍ତ ନେଇ ଉତ୍ସାହିତ ଅଛନ୍ତି । ତେବେ କେବଳ ସେ ସାତବର୍ଷ ପରେ ଟେଷ୍ଟ କ୍ରିକେଟ ଖେଳିବାକୁ ଯାଉଥିବା ନେଇ ନୁହେଁ ବରଂ ଏହା ଏକମାତ୍ର ଦେଶ ଯେଉଁଠି ଶୀଘ୍ର ଶୋଇପାରିବେ ଓ ଶୀଘ୍ର ଉଠିପାରିବେ ।

ସ୍ମୃତି କହିଛନ୍ତି, "ସବୁସ୍ଥାନରେ ସେ ଅଧିକ ଶୁଅନ୍ତି । ତେବେ ୟୁକେ ବିଶେଷ ଭଲ କାରଣ ଭାରତୀୟ ସମୟଠାରୁ ପଛରେ ଥାଏ ସେଥିପାଇଁ ଅଧିକ ସୁହାଏ । ଶୀଘ୍ର ଶୋଇପାରିବି ଓ ସକାଳ 5-30.6.00ସୁଦ୍ଧା ଉଠିପାରିବି । ଏହା ଏକମାତ୍ର ଦେଶ ଯେଉଁଠି ଭୋର୍‌ 5-30.6.00ସୁଦ୍ଧା ଉଠିପାରନ୍ତି ।"

ଦୁଇଟି ଟେଷ୍ଟ ଖେଳିଥିବା ବାମହାତୀ ବ୍ୟାଟ୍ସମ୍ୟାନ ସ୍ମୃତି ଟିମ ସହ ଇଂଲଣ୍ଡ ଗସ୍ତ ନେଇ ଉତ୍ସାହିତ ଅଛନ୍ତି ।

ଦୁଇଟି ଟେଷ୍ଟରୁ 82 ରନ ତାଙ୍କ ନାମରେ ରହିଛି । ମାତ୍ର ଦିନିକିଆ କ୍ରିକେଟରେ ବିଶେଷ ଭାବେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ସ୍ମୃତି । ମୋଟ 56ଟି ମହିଳା ଦିନିକିଆ ମ୍ୟାଚ୍‌ରୁ 2,172 ରନ ସଂଗ୍ରହ କରିଛନ୍ତି । ସେହିପରି 78ଟି ମହିଳା ଅନ୍ତର୍ଜାତୀୟ ଟି20ରୁ 1,782 ରନ୍‌ ସଂଗ୍ରହ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.