ETV Bharat / sports

କୋଭିଡ-19: ପାକିସ୍ତାନ ବିପକ୍ଷରେ ଇଂଲଣ୍ଡର ନୂଆ ସ୍କ୍ବାଡ ଘୋଷଣା

author img

By

Published : Jul 6, 2021, 5:15 PM IST

England name nine uncapped players in new squad for series against Pakistan Read
କୋଭିଡ-19: ପାକିସ୍ତାନ ବିପକ୍ଷରେ ଇଂଲଣ୍ଡର ନୂଆ ସ୍କ୍ବାଡ ଘୋଷଣା

ଇଂଲଣ୍ଡ କ୍ରିକେଟ ଟିମର 7 ସଦସ୍ୟ କୋରୋନା ସଂକ୍ରମିତ ଚିହ୍ନଟ ପରେ ପାକିସ୍ତାନ ବିପକ୍ଷ ସିରିଜ ପାଇଁ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB)ର 18 ଜଣିଆ ନୂଆ ସ୍କ୍ବାଡ ଘୋଷଣା । ଅଧିକ ପଢନ୍ତୁ...

ଲଣ୍ଡନ: ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ମଙ୍ଗଳବାର ଆଗାମୀ ପାକିସ୍ତାନ ବିପକ୍ଷ ସିରିଜ ପାଇଁ 18 ଜଣିଆ ସ୍କ୍ବାଡ ଘୋଷଣା କରିଛି । ପୂର୍ବରୁ 3 ଖେଳାଳିଙ୍କ ସମେତ 4 ଜଣ ମ୍ୟାନେଜମେଣ୍ଟ ଟିମର ସଦସ୍ୟ COVID-19 ପଜିଟିଭ ଜଣାପଡିବା ପରେ ସଂପୂର୍ଣ୍ଣ ଟିମକୁ ଆଇସୋଲେସନରେ ରଖାଯାଇଛି । ଫଳରେ ବୋର୍ଡ ଘୋଷଣା କରିଥିବା ନୂଆ ସ୍କ୍ବାଡରେ 9ଜଣ ନୂଆ ମୁହଁକୁ ସାମିଲ କରିଛି ।

ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ସ୍କ୍ବାଡକୁ ଫେରିବା ସହ ଅଧିନାୟକ ଦାୟିତ୍ବ ତୁଲାଇବେ । କ୍ରିସ ସିଲଭରଉଡ ମଧ୍ୟ ବ୍ରେକ ପରେ ମୁଖ୍ୟ କୋଚ ଭୂମିକାରେ ନଜର ଆସିବେ । ଏହାପୂର୍ବରୁ ଷ୍ଟୋକ୍ସ ଇଂଲଣ୍ଡ ପକ୍ଷରୁ କୌଣସି ଦିନିକିଆ ମ୍ୟାଚରେ ଅଧିନାୟକତ୍ବ କରିନାହାନ୍ତି । ଫଳରେ ଅଧିନାୟକ ଦାୟିତ୍ବ ଷ୍ଟୋକ୍ସଙ୍କ ପାଇଁ ସମ୍ମାନର କଥା ବୋଲି କହିଛନ୍ତି ଇଂଲଣ୍ଡ ପୁରୁଷ କ୍ରିକେଟର ନିର୍ଦ୍ଦେଶକ ଆସଲେ ଗିଲ୍‌ସ । ଘରୋଇ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ଆଧାରରେ ମଧ୍ୟ ଯୁବ ଖେଳାଳିଙ୍କୁ ସ୍କ୍ବାଡରେ ସାମିଲ କରାଯାଇଛି ଓ ଭଲ ପ୍ରଦର୍ଶନ କରିବେ ବୋଲି ବୋର୍ଡ ଆଶାବାଦୀ ଥିବା ସେ କହିଛନ୍ତି ।

ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ଓ ଟି20 ସିରିଜ ଖେଳାଯିବ । ଦିନିକିଆ ସିରିଜ ଗୁରୁବାର ଠାରୁ ଆରମ୍ଭ ହେବାକୁ ଥିବାବେଳେ ଜୁଲାଇ 13ରେ ଶେଷ ତଥା ତୃତୀୟ ଦିନିକିଆ ଖେଳାଯିବା ନେଇ ସୂଚୀ ରହିଛି ।

ଇଂଲଣ୍ଡ ପୁରୁଷ ଦିନିକିଆ ସ୍କ୍ବାଡ: ବେନ ଷ୍ଟୋକ୍ସ(କ୍ୟାପଟେନ), ଜାକ ବେଲ୍‌, ଡାନି ବ୍ରିଗସ୍‌, ବ୍ରେଡନ କାର୍ସ, ଜାକ କ୍ରାଓଲେ, ବେନ ଡକେଟ, ଲିୱିସ ଗ୍ରେଗୋରୀ, ଟମ ହେଲମ, ୱିଲ ଜାକସ, ଡାନ ଲରେନ୍ସ, ସାକିବ ମହମ୍ମୁଦ, ଡେୱିଡ ମଲାନ, କ୍ରେଗ ଓଭରଟନ, ମାଟ ପାର୍କିନସନ, ଡେଭିଡ ପେଇନ, ଫିଲ ସଲ୍‌ଟ, ଜନ ସିମ୍‌ପସନ ଓ ଜେମ୍ସ ଭିନ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.