ETV Bharat / sports

ଲର୍ଡ୍ସ ବାଲକୋନିରେ କୋହଲିଙ୍କ ନାଗିନ ଡ୍ୟାନ୍ସ ଫଟୋ ଭାଇରାଲ

author img

By

Published : Aug 15, 2021, 8:19 PM IST

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ନାଗିନ ଡ୍ୟାନ୍ସ କରୁଥିବା ଦେଖାଯାଇଛି । ଅଧିକ ପଢନ୍ତୁ...

ENG vs IND, 2nd test: Virat Kohli's hilarious nagin dance pose at Lord's balcony goes viral
ଲର୍ଡ୍ସ ବାଲକୋନିରେ କୋହଲିଙ୍କ ନାଗିନ ଡ୍ୟାନ୍ସ ଫଟୋ ଭାଇରାଲ

ଲଣ୍ଡନ: ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଟେଷ୍ଟ ଖେଳାଯାଉଛି । ଏହି ମ୍ୟାଚ୍‌ରେ ବରାବର ସ୍ଥିତିରେ ରହିଛନ୍ତି ଉଭୟ ଦଳ । ଭାରତ ପ୍ରଥମ ଇଂନିସରେ 364 ରନ୍‌ର ଜବାବରେ ଇଂଲଣ୍ଡ 391 ରନ୍‌ ସହ ଅଗ୍ରଣୀ ଲାଭ କରିଥିଲା । ଏହାପରେ ଭାରତର ଦ୍ବିତୀୟ ଇଂନିସ ବ୍ୟାଟିଂ ଜାରି ରହିଛି । ତେବେ ଏହାମଧ୍ୟରେ ଚର୍ଚ୍ଚିତ ଲର୍ଡ୍ସ ବାଲକୋନିର ଏକ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ୍‌ ହେବାପରେ ଲାଗିଛି ।

ଫଟୋରେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ନାଗିନ ଡ୍ୟାନ୍ସ କରୁଥିବା ଦେଖାଯାଇଛି । ପାଖରେ ସାଥୀ ଖେଳାଳି ମହମ୍ମଦ ସିରାଜ, କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ କୋହଲିଙ୍କ ଏହି ମଜାଳିଆ ଅନ୍ଦାଜକୁ ଉପଭୋଗ କରୁଛନ୍ତି ।

କୋହଲିରେ ପଡିଆରେ ଫିଲ୍ଡିଂ ସମୟରେ ଆକ୍ରମଣାତ୍ମକ ରଣନୀତି ସହ ଜୋସ୍‌ ଓ ଅଧିକ ଉତ୍ସାହ ଦେଖାଇଥା'ନ୍ତି । ଯେଉଁ ଗୁଣ ପାଇଁ ଭାରତୀୟ କ୍ୟାପଟେନ ବିଶ୍ବରେ ସ୍ବତନ୍ତ୍ର । ତେବେ ପଡିଆ ଭିତରେ ଓ ବାହାରେ ଖେଳୁଆଡ ମନୋଭାବ ସହିତ ସାଥୀ ଖେଳାଳିଙ୍କ ସହିତ କୋହଲିଙ୍କୁ ଅନେକବାର ମଜାଳିଆ ଅନ୍ଦାଜରେ ଦେଖାଯାଇଛି । ମ୍ୟାଚର ପ୍ରତିକୂଳ ସ୍ଥିତିରେ ପ୍ରତିପକ୍ଷ ଖେଳାଳିଙ୍କ ଉପରେ ଭାରତ ସଫଳତା ହାସଲ କଲେ କୋହଲି ପ୍ରତିକ୍ରିୟାଶୀଳ ହୋଇଥାନ୍ତି ।

ଇଂଲଣ୍ଡ ବିପକ୍ଷ ଚଳିତ ଲର୍ଡ୍ସ ଟେଷ୍ଟରେ ବ୍ୟାଟିଂରେ କିଛି ଖାସ୍‌ କରିପାରିନାହାନ୍ତି କୋହଲି । ପ୍ରଥମ ଇଂନିସରେ 42 ଓ ଦ୍ବିତୀୟ ଇଂନିସରେ ମାତ୍ର 20 ରନ୍‌ କରିପାରିଛନ୍ତି । ଇଂଲଣ୍ଡର ପ୍ରଥମ ଇଂନିସ ବ୍ୟାଟିଂ ସମୟରେ DRS ଅପିଲକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ ଭାରତୀୟ କ୍ୟାପଟେନ କୋହଲି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.