ETV Bharat / sports

ବର୍ଷାରେ ପାଣିଚିଆ WTC ଫାଇନାଲ

author img

By

Published : Jun 21, 2021, 5:02 PM IST

Doesn't look great: Dinesh Karthik gives weather update from Southampton
ବର୍ଷାରେ ପାଣିଚିଆ WTC ଫାଇନାଲ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ୍‌ ବର୍ଷା କ୍ରମାଗତ ପ୍ରତିବନ୍ଧକ ସାଜିବାରେ ଲାଗିଛି । ଲଗାତାର ବର୍ଷା ଓ ଓଦା ପଡିଆ ପାଇଁ ଚତୁର୍ଥ ଦିନର ଖେଳ ସମ୍ଭାବନା କ୍ଷୀଣ । ଅଧିକ ପଢନ୍ତୁ...

ସାଉଥାମ୍ପଟନ: ଏଠାରେ ଖେଳାଯାଉଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ୍‌ ପାଣିଚିଆ ହୋଇଯାଇଛି । ବିଶ୍ବ କ୍ରିକେଟରେ ଟେଷ୍ଟର ବେଷ୍ଟ୍‌ ଟିମ ନିର୍ଣ୍ଣୟ ହେଉଥିବା ମେଗା ଫାଇନାଲ ମ୍ୟାଚରେ ବର୍ଷା କ୍ରମାଗତ ପ୍ରତିବନ୍ଧକ ହେବାରେ ଲାଗିଛି । କମେଣ୍ଟଟର ଭାବେ ସାଉଥାମ୍ପଟନରେ ଥିବା ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ ବର୍ଷା ଜାରି ରହିଥିବା ଫଟୋ ସେୟାର କରିଛନ୍ତି । ଚତୁର୍ଥ ଦିନର ଖେଳ ବର୍ଷା ଓ ଓଦା ପଡିଆ ଯୋଗୁଁ ବିଳମ୍ବ ହୋଇଥିବାବେଳେ ଆରମ୍ଭ ସମ୍ଭାବନା କ୍ଷୀଣ ରହିଛି । କାର୍ତ୍ତିକ, ଖେଳ ସମ୍ଭାବନା ବହୁତ କମ ବୋଲି ଟ୍ବିଟ କରିଛନ୍ତି ।

ପୂର୍ବରୁ ରବିବାର ଖରାପ ଆଲୋକ ଯୋଗୁଁ ଧାର୍ଯ୍ୟ ସମୟ ପୂର୍ବରୁ ଖେଳ ବନ୍ଦ ହୋଇଥିଲା । ଭାରତର ପ୍ରଥମ ଇଂନିସ ସ୍କୋର 217 ଜବାବରେ, ନ୍ୟୁଜିଲାଣ୍ଡ ପ୍ରଥମ ଇଂନିସରେ 101/2ସହ ଦୃଢ ସ୍ଥିତିରେ ରହିଛି । କ୍ୟାପଟେନ କେନ ୱିଲିୟମସନ 12 ରନ୍‌ରେ ଅପରାଜିତ ରହିଛନ୍ତି । ଏଥିସହ ଖରାପ ଆଲୋକ ଯୋଗୁଁ ମ୍ୟାଚ ବନ୍ଦ ରଖିବାର କିଛି ସମୟ ପୂର୍ବରୁ ନ୍ୟୁଜିଲାଣ୍ଡ ଡେଭନ କନୱେଙ୍କ ରୂପରେ ଦ୍ବିତୀୟ ୱିକେଟ ହରାଇଥିଲା । 54 ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳି କନୱେ ଆଉଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.