ETV Bharat / sports

ନୂଆ IPL ଟିମ କିଣିବେ ଦୀପିକା-ରଣବୀର !

author img

By

Published : Oct 22, 2021, 6:57 PM IST

Deepika Padukone, Ranveer Singh likely to bid for new IPL team- Report
ନୂଆ IPL ଟିମ କିଣିବେ ଦୀପିକା-ରଣବୀର !

ନୂଆ ଦୁଇଟି ଆଇପିଏଲ ବିଡିଂ ଲଢେଇରେ ସାମିଲ ହେବାକୁ ଯାଉଛନ୍ତି ବଲିଉଡ ସୁପରଷ୍ଟାର ଦମ୍ପତି ଦୀପିକା ପାଦୁକୋନ ଓ ରଣବୀର ସିଂ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ(IPl)ର ୨୦୨୨ ସଂସ୍କରଣରେ ଟ୍ରଫି ପାଇଁ ଲଢେଇ କରିବେ ୧୦ଟି ଟିମ । ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ନୂଆ ଦୁଇଟି ଟିମ ଚୁଡାନ୍ତ ହେବା ନେଇ ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସ୍ପଷ୍ଟ କରିସାରିଛି । ଫଳରେ ଅନ୍ୟ ବଡ ନାମ ସହିତ ବିଡିଂ ଲଢେଇରେ ସାମିଲ ହେବାକୁ ଯାଉଛନ୍ତି, ବଲିଉଡ ସୁପରଷ୍ଟାର ଦମ୍ପତି ଦୀପିକା ପାଦୁକୋନ ଓ ରଣବୀର ସିଂ ।

IPL ପରିଚାଳନା ପରିଷଦ ଆଗାମୀ ସଂସ୍କରଣରେ ନୂଆ ଦୁଇଟି ଟିମର ମାଲିକାନା ପାଇଁ ବିଡ୍‌(bids) ଆହ୍ବାନ କରିଛି ।

ବିଡିଂରେ ସାମିଲ ହେବାକୁ ଯାଉଥିବା ପ୍ରାର୍ଥୀଙ୍କ ନାମ ଘୋଷଣାର ତାରିଖ ଯେତିକି ପାଖଉଛି, ସେହି କ୍ରମରେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଡିଂରେ ଅଂଶଗ୍ରହଣ କରି ଟିମ କିଣିବାକୁ ବିଶ୍ବର ବଡ ବଡ ନାମ ଆଗ୍ରହ ପ୍ରକାଶ କରୁଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ବଲିଉଡ ସୁପରଷ୍ଟାର ଦମ୍ପତି ଦୀପିକା ପାଦୁକୋନ ଓ ରଣବୀର ସିଂ ଆଇପିଏଲ ଟିମ କିଣିପାରନ୍ତି । ଏହା ଦର୍ଶାଉଛି ଯେ ଆଇପିଏଲ ଟିମର ମାଲିକାନା ହାସଲ କରିବାର ଦୌଡ ଚଳିତ ଥର ଜୋରଦାର ହେବାକୁ ଯାଉଛି ।

ବର୍ତ୍ତମାନ ସୁଦ୍ଧା ଆଦାନୀ ଗ୍ରୁପ, ଦ ଆରପି-ସଞ୍ଜୀବ ଗୋଏଙ୍କା ଗ୍ରୁପ୍‌ ଓ ଗ୍ଳେଜର ଫ୍ୟାମିଲି(ମାଞ୍ଚେଷ୍ଟର ୟୁନାଇଟେଡ ମାଲିକ) ଭଳି ପ୍ରତିଷ୍ଠିତ ବ୍ୟବସାୟିକ ସଂସ୍ଥା ଆଇପିଏଲ ନୂଆ ଟିମ କିଣିବାକୁ ଆଗ୍ରହ ଦେଖାଇଛନ୍ତି । ଟୋରେଣ୍ଟ ଫାର୍ମା ଓ ଅରବିନ୍ଦ ଫାର୍ମା ଭଳି ଏକାଧିକ ଫାର୍ମା କମ୍ପାନୀ ମଧ୍ୟ ବିଡର ତାଲିକାର ରହିବା ସହ ଆଗ୍ରହ ଦେଖାଇଛନ୍ତି । ଏକ ସିଙ୍ଗାପୁର ସ୍ଥିତ ପ୍ରାଇଭେଟ୍‌ ଇକ୍ୟୁଟି ଫାର୍ମ ଓ ଆମେରିକା ସ୍ଥିତ ଭେଞ୍ଚ୍ୟୁର କ୍ୟାପିଟାଲ୍ସ ମଧ୍ୟ ଆଗ୍ରହ ଦେଖାଇଛନ୍ତି । ଏଥିସହ ନବୀନ ଜିନ୍ଦଲ(ଜିନ୍ଦଲ ପାୱର ଆଣ୍ଡ ଷ୍ଟିଲ୍‌) ଓ ଉଦ୍ୟୋଗୀ ରୋନି ସେରେୱାଲା ମଧ୍ୟ ରେସ୍‌ରେ ସାମିଲ ହୋଇଥିବା କୁହାଯାଉଛି ।

ତେବେ ଅକ୍ଟୋବର ୨୪ରେ ଖେଳାଯିବାକୁ ଥିବା ICC ଟି-୨୦ ବିଶ୍ବକପ ଭାରତ ବନାମ ପାକିସ୍ତାନ ହାଇଭୋଲଟେଜ ଲଢେଇର ଦିନକ ପରେ ଅର୍ଥାତ ଅକ୍ଟୋବର ୨୫ରେ ଦୁବାଇରେ ଚୁଡାନ୍ତ ବିଡର୍ସ ତାଲିକା ଘୋଷଣା ହେବ ।

IPL ବିଶ୍ବର ଶ୍ରେଷ୍ଠ, ଚର୍ଚ୍ଚିତ ଓ ବୃହତ ଟି-୨୦ କ୍ରିକେଟ ଲିଗ୍‌ ହୋଇଥିବାରୁ ଏହି ସଫଳତମ ଲିଗ୍‌ର ଅଂଶ ହେବାକୁ ପ୍ରତ୍ୟେକ କ୍ରିକେଟର, ବ୍ୟବସାୟିକ ସଂସ୍ଥା ଆଶା ରଖିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.