ETV Bharat / sports

ଚହରଙ୍କ ଚମତ୍କାର ପ୍ରଦର୍ଶନ, ୨-୦ରେ ଭାରତର ସିରିଜ ସିଲ

author img

By

Published : Jul 21, 2021, 8:28 AM IST

୨-୦ରେ ଭାରତର ସିରିଜ ସିଲ
୨-୦ରେ ଭାରତର ସିରିଜ ସିଲ

ଶ୍ରୀଲଙ୍କା ହାତରୁ ମ୍ୟାଚ ଛଡାଇ ଆଣିଲା ଟିମ ଇଣ୍ଡିଆ । ଦୀପକ ଚହରଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଭାରତ ଦ୍ବିତୀୟ ଦିନିକିଆରେ ଶ୍ରୀଲଙ୍କାକୁ 3 ୱିକେଟରେ ପରାସ୍ତ କରି ୨-୦ ରେ ସିରିଜ କବଜା କରି ନେଇଛି । ଅଧିକ ପଢନ୍ତୁ...

କଲମ୍ବୋ: ଭାରତର ଦମଦାର ପ୍ରଦର୍ଶନ । ଶ୍ରୀଲଙ୍କା ହାତରୁ ମ୍ୟାଚ ଛଡାଇ ଆଣିଲା ଟିମ ଇଣ୍ଡିଆ । ଦୀପକ ଚହରଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଭାରତ ଦ୍ବିତୀୟ ଦିନିକିଆରେ ଶ୍ରୀଲଙ୍କାକୁ 3 ୱିକେଟରେ ପରାସ୍ତ କରିଛି । ଭାରତ ପକ୍ଷରୁ ଚହର ଅପରାଜିତ 69ରନ ସଂଗ୍ରହ କରିଛନ୍ତି ।

ଟସ ଜିତି ଶ୍ରୀଲଙ୍କା ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଏହା ପରେ ଦଳର ଦୁଇ ଓପନର ଅଭିଷ୍କ ଫର୍ଣ୍ଣାଣ୍ଡୋ ଓ ମିନୋଦ ଭାନୁକା ପଡିଆକୁ ଓହ୍ଲାଇଥିଲେ। ଦୁଇଜଣ ଲଢୁଆ ବ୍ୟାଟିଂ କରିଥିଲେ । ଦଳୀୟ ସ୍କୋର 77ରନ ବେଳେ ଚହଲ ୨ଟି ୱିକେଟ ହାତେଇ ରୋମାଞ୍ଚ ଖେଳାଇ ଦେଇଥିଲେ । ବ୍ୟକ୍ତିଗତ 36 ରନ କରି ପ୍ରଥମେ ଆଉଟ ହୋଇଥିଲେ । ଶ୍ରୀଲଙ୍କାର ଆସାଲଙ୍କା ସର୍ବାଧିକ 65ରନ କରିଛନ୍ତି । ଭାରତ ପକ୍ଷରୁ ଚହଲ ଓ ଭୁବନେଶ୍ବର କମାର 3ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଦୀପକ ଚହର 2ଟି ୱିକେଟ ନେଇଛନ୍ତି । 50 ଓଭରରେ 9ୱିକେଟ ହରାଇ 275 ରନ କରିଥିଲା । ଭାରତରୁ 276 ବିଜୟ ଲକ୍ଷ୍ୟ ଦେଇଥିଲା ଶ୍ରୀଲଙ୍କା ।

276 ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ପୃଥୀ ଶ ଓ ଧାୱାନଙ୍କ ଯୋଡି ପଡିଆକୁ ଓହ୍ଲାଇଥିଲେ । ତୃତୀୟ ଓଭର ବୋଲିଂ କରିବାକୁ ଆସି ୱାନିଣ୍ଡୁ ହାସାରାଙ୍ଗା ଓପନିଂ ଯୋଡିକୁ ଭାଙ୍ଗିଥିଲେ । ପୃଥୀ 13 ରନ କରି ବୋଲ୍ଡ ହୋଇଥିଲେ। ଏହା ପରେ ଇଶାନ କିଷନ ମାତ୍ର 1ରନ କରି ପାଭିଲିୟନ ଫେରିଥିଲେ । ଅଧିନାୟକ ଶିଖର ଧାୱିନ ସକର୍କତାର ସହିତ ଖେଳିଥଲେ ମାତ୍ର 29 ରନ କରି ହାସାରାଙ୍ଗାଙ୍କ ବଲର ଶିକାର ହୋଇ ଆଉଟ ହୋଇଥିଲେ ।

276 ବିଜୟ ଲକ୍ଷ୍ୟ ଭାରତ ପାଇଁ କଷ୍ଟ ନ ଥିଲେ ବି ୱିକେଟ ପତନ ଚିନ୍ତା ବଢାଇ ଦେଇଥିଲା । ଜଣାପଡୁଥିଲା ଶ୍ରୀଲଙ୍କା ବୋଲର ଏକଦମ ପ୍ରସ୍ତୁତ ହୋଇ ଆସିଛନ୍ତି । 65 ରନରେ ଭାରତ 3 ୱିକେଟ ହରାଇ ସାରିଥିଲା । ମନୀଷ ପାଣ୍ଡେ ଓ ସୂର୍ଯ୍ୟକୁମାର ଯାଦବଙ୍କ ଭାଗିଦାରୀରେ 50 ରନ କରିଥିଲେ । ଦଳୀୟ ସ୍କୋର 116 ରନରେ ଦଳର 5 ୱିକେଟର ପତନ ହୋଇଥିଲା । ଏହାପରେ କୃନାଲ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାରଙ୍କ ଦୃଢ ବ୍ୟାଟିଂ ଦଳୀୟ ସ୍କୋରକୁ 160 ପର୍ଯ୍ୟନ୍ତ ନେଇଥିଲେ । 193 ରନ ବେଳକୁ ଦଳ 7ଟି ୱିକେଟ ହରାଇସାରିଥିଲା । ବିଜୟ ଆଶା ଏକ ପ୍ରକାର ମଉଳି ଯାଇଥିଲା ।

ଏହା ପରେ ପଡିଆକୁ ଆସିଥିଲେ ଦୀପକ ଚହର । ଚହର ଚମତ୍କାର ଇନିଂସ ଖେଳିଥିଲେ । ଦମଦାର ସଟ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ । ଚହରଙ୍କ ସାଥ ଦେଇଥିଲେ ଭୁବନେଶ୍ବର କୁମାର । ଉଭୟ 84 ରନ ଯୋଗ କରି ଦଳକୁ ବିଜୟୀ କରିଥିଲେ । ଚହର 69 ରନ ଓ ଭୁବନେଶ୍ବର କୁମାର 19 ରନ କରିଥିଲେ । ଦ୍ବିତୀୟ ଦିନିକିଆକୁ ଜିତି ଭାରତ 2-0ରେ ସିରିଜକୁ କବଜା କରିନେଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.