ETV Bharat / sports

CWG 2022: ସେମିଫାଇନାଲ ଲଢ଼େଇ, ଇଂଲଣ୍ଡ ବିପକ୍ଷରେ ବ୍ୟାଟିଂ କରୁଛି ଭାରତ

author img

By

Published : Aug 6, 2022, 3:53 PM IST

Updated : Aug 6, 2022, 4:22 PM IST

CWG 2022: ସେମିଫାଇନାଲ ଲଢ଼େଇ, ଭାରତର ବ୍ୟାଟିଂ ନିଷ୍ପତ୍ତି
CWG 2022: ସେମିଫାଇନାଲ ଲଢ଼େଇ, ଭାରତର ବ୍ୟାଟିଂ ନିଷ୍ପତ୍ତି

ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା କ୍ରିକେଟ ପ୍ରତିଯୋଗୀତାରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି ସେମିଫାଇନାଲ ମୁକାବିଲା । ମେଡାଲ ଲକ୍ଷ୍ୟରେ ଥିବା ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛି । ଅଧିକ ପଢନ୍ତୁ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା କ୍ରିକେଟ ପ୍ରତିଯୋଗୀତାରେ ଆଜି(ଶନିବାର) ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି ସେମିଫାଇନାଲ ମୁକାବିଲା । ଭାରତୀୟ ମହିଳା କ୍ରିକେଟ ଦଳର କ୍ୟାପ୍ଟେନ ହରମନପ୍ରୀତ କୌର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଥିବାବେଳେ, ଭାରତ ୧୦୦ ରନରେ ବାର୍ବଡସକୁ ହରାଇ ମଜବୁତ ସ୍ଥିତିରେ ରହିଛି । ତେବେ ଭାରତ ଗ୍ରୁପ 'ଏ' ର ଦ୍ବିତୀୟରେ ରହିଥିବା ବେଳେ ଗ୍ରୁପ 'ବି'ର ପ୍ରଥମ ସ୍ଥାନରେ ଲିଗ ପର୍ଯ୍ୟାୟ ଶେଷ କରିଛି ଇଂଲଣ୍ଡ ।

ଭାରତୀୟ ଦଳ (ଚୂଡ଼ାନ୍ତ ଏକାଦଶ): ସ୍ମୃତି ମାନ୍ଧାନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗେସ, ହରମନପ୍ରୀତ କୌର, ତାନିୟା ଭାଟିୟା, ଦିପ୍ତୀ ଶର୍ମା, ପୂଜା ବସ୍ତ୍ରକର, ରାଧା ଯାଦବ, ସ୍ନେହା ରଣା, ମେଘ୍ନା ସିଂ, ରେଣୁକା ସିଂ ।

ଇଂଲଣ୍ଡ ଦଳ (ଚୂଡ଼ାନ୍ତ ଏକାଦଶ): ଡାନିଏଲ ୱେଟ, ସୋଫିଆ ଡଙ୍କଲି, ନଟାଲି ସ୍କିଭର, ଆମି ଜୋନ୍ସ, ମାଇଆ ବାଉଚର, ଆଲାଇସ କ୍ୟାପ୍ସି, କଥେରିନ ବ୍ରଣ୍ଟ, ସୋଫି ଇକ୍ଲେଷ୍ଟନ, ଫ୍ରେୟା କେମ୍ପ, ଇସି ୱଙ୍ଗ, ସରା ଗ୍ଲେନ ।

Last Updated :Aug 6, 2022, 4:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.