ETV Bharat / sports

Cricket World Cup 2023: ଅଧା ବ୍ୟାଟର ଆଣ୍ଠେଇଲେ, ଦମଦାର ଲଢ଼ିଲେ ରୋହିତ, ଇଂଲଣ୍ଡ ଆଗରେ ଟାର୍ଗେଟ୍‌ ୨୩୦

author img

By ETV Bharat Odisha Team

Published : Oct 29, 2023, 6:10 PM IST

Updated : Oct 29, 2023, 6:25 PM IST

ଇଂଲଣ୍ଡ ବୋଲିଂ ଆଟାକ୍‌ ଆଗରେ ଆଣ୍ଠେଇଲେ ଅଧାରୁ ଅଧିକ ଭାରତୀୟ ବ୍ୟାଟର । ରୋହିତ ଶର୍ମାଙ୍କ ୮୭ ରନର ଦମଦାର ଲଢ଼େଇ ସହ ରାହୁଲଙ୍କ ୩୯ ଓ ସୂର୍ଯ୍ୟକୁମାର ଯାଦବଙ୍କ ୪୯ ରନର ପାଳି ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୨୨୯ ରନ୍‌ ସଂଗ୍ରହ କରିଛି । ବିଜୟ ପାଇଁ ଇଂଲଣ୍ଡକୁ ୨୩୦ ରନ୍‌ ଆବଶ୍ୟକ । ଅଧିକ ପଢ଼ନ୍ତୁ

ଇଂଲଣ୍ଡ ଆଗରେ ଟାର୍ଗେଟ୍‌ ୨୩୦
ଦମଦାର ଲଢ଼ିଲେ ରୋହିତ

ଲକ୍ଷ୍ନୌ: ଇଂଲିସ ବୋଲଙ୍କ ବିପକ୍ଷରେ ଚାଲିଲାନି ଅଧାରୁ ଅଧିକ ଭାରତୀୟ ବ୍ୟାଟରଙ୍କ ବ୍ୟାଟ୍‌ । ଆରମ୍ଭରୁ ଏକାକୀ ଲଢ଼ିଲେ ଅଧିନାୟକ ରୋହିତ ଶର୍ମା । ଗୋଟିଏ ପଟେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରୁଥିବାବେଳେ ଅନ୍ୟପଟେ ଇଂଲଣ୍ଡ ବୋଲରଙ୍କୁ ମୁହଁତୋଡ଼ ଜବାବ ଦେଉଥିଲେ ରୋହିତ ଶର୍ମା । ଏକାକୀ ଲଢ଼ି ୧୦୧ ବଲରୁ ୮୭ ରନର ପାଳି କରି ଆଉଟ୍‌ ହୋଇଥିଲେ ଅଧିନାୟକ ରୋହିତ ଶର୍ମା । କେଏଲ୍‌ ରାହୁଲ୍‌ (୩୯) ଓ ସୂର୍ଯ୍ୟକୁମାର ଯାଦବ (୪୯)ଙ୍କ ଲଢ଼ୁଆ ପାଳି ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୨୨୯ ରନ୍‌ କରିଛି ଟିମ୍‌ ଇଣ୍ଡିଆ । ବିଜୟ ପାଇଁ ଇଂଲଣ୍ଡ ଆଗରେ ୨୩୦ ରନ୍‌ର ଟାର୍ଗେଟ୍‌ ରଖିଲା ଭାରତ ।

ଭାରତ ବ୍ୟାଟିଂ: ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆହ୍ବାନ କରିବା ପରେ ଚଳିତ ବିଶ୍ବକପ୍‌ରେ ପ୍ରଥମ ଥର ପାଇଁ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ହେଲେ ଶୁଭମନ ଗିଲ୍‌ କେବଳ ୯ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ସମସ୍ତଙ୍କ ନଜର ଅଟକିଥିବା ବିରାଟ କୋହଲି ଆଜି ଖାତା ମଧ୍ୟ ଖୋଲିବାରେ ଅସଫଳ ହୋଇଥିଲେ । ଶ୍ରେୟସ ଆୟର ୪ ରନ କରି ଆଉଟ୍‌ ହେବାପରେ ରୋହିତଙ୍କ ସାଥ୍‌ ଦେଇଥିଲେ କେଏଲ୍‌ ରାହୁଲ । ଉଭୟ ଦଳୀୟ ସ୍କୋରକୁ ୧୫୦ ପାର କରାଇଥିଲେ । ରାହୁଲ ୫୮ ବଲରୁ ୩୯ ରନ କରି ଆଉଟ୍‌ ହୋଇଥିଲେ । ଆରମ୍ଭରୁ ଏକାକୀ ଇଂଲଣ୍ଡ ବୋଲରଙ୍କୁ ମୁହଁତୋଡ଼ ଜବାବ ଦେଉଥିବା ହିଟ୍‌ମ୍ୟାନ୍‌ ୮୭ ରନ କରି ଆଉଟ୍‌ ହୋଇଯାଇଥିଲେ । ତାଙ୍କର ପାଳିରେ ୧୦ ଚୌକା ଓ ୩ ଛକା ସାମିଲ ରହିଛି । ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ୪୯ ରନର ପାଳି ଖେଳି ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯଶପ୍ରୀତ ବୁମ୍‌ରା (୧୬)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିବାରେ ସମର୍ଥ ହୋଇନଥିଲେ । ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୨୨୯ ରନ କରିଛି ଭାରତ ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ହାତରେ କଳାପଟି ବାନ୍ଧି ଖେଳୁଛନ୍ତି ଭାରତୀୟ ଖେଳାଳି, ଜାଣନ୍ତୁ କାରଣ

ଇଂଲଣ୍ଡ ବୋଲିଂ: ବେଶ ଶୃଙ୍ଖଳିତ ବୋଲିଂ କରି ଭାରତ ଭଳି ଇନ୍‌-ଫର୍ମ ବ୍ୟାଟିଂ ଲାଇନ୍‌-ଅପ୍‌କୁ ଧ୍ବସ୍ତ କରିବାରେ ଇଂଲଣ୍ଡ ସଫଳ ହୋଇଛି । ଦଳ ପକ୍ଷରୁ ଡେଭିଡ୍‌ ୱିଲି ୧୦ ଓଭରରେ ୪୫ ରନ୍‌ ବ୍ୟୟରେ ସର୍ବାଧିକ ୩ଟି ୱିକେଟ୍‌ ଅକ୍ତିଆର କରିଛନ୍ତି । କ୍ରିସ୍‌ ୱକ୍ସ ଓ ଆଦିଲ ରଶିଦ ୨ଟି ଲେଖାଏଁ ସଫଳତା ହାସଲ କରିଥିବାବେଳେ ମାର୍କ ଉଡ୍‌ଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 29, 2023, 6:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.