ETV Bharat / sports

Cricket World Cup 2023: ହାତରେ କଳାପଟି ବାନ୍ଧି ଖେଳୁଛନ୍ତି ଭାରତୀୟ ଖେଳାଳି, ଜାଣନ୍ତୁ କାରଣ

author img

By ETV Bharat Odisha Team

Published : Oct 29, 2023, 5:43 PM IST

ଲକ୍ଷ୍ନୌରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ହାତରେ କଳାପଟି ବାନ୍ଧି ଖେଳୁଛନ୍ତି ଭାରତୀୟ ଖେଳାଳି । ଗତ ଅକ୍ଟୋବର ୨୩ ତାରିଖରେ ପୂର୍ବତନ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ବିଶନ ସିଂହ ବେଦୀଙ୍କ ଦେହାନ୍ତ ହୋଇଛି । ଏହି ମହାନ କ୍ରିକେଟ କିମ୍ବଦନ୍ତୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଟିମ ଇଣ୍ଡିଆ ଖେଳାଳିମାନେ ଆଜି ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ବାହୁରେ କଳା ବ୍ୟାଣ୍ଡ ପିନ୍ଧି ଖେଳୁଥିବା ବିସିସିଆଇ ସୂଚନା ଦେଇଛି । ଅଧିକ ପଢ଼ନ୍ତୁ

ହାତରେ କଳାପଟି ବାନ୍ଧି ଖେଳୁଛନ୍ତି ଭାରତୀୟ ଖେଳାଳି
ହାତରେ କଳାପଟି ବାନ୍ଧି ଖେଳୁଛନ୍ତି ଭାରତୀୟ ଖେଳାଳି

ଲକ୍ଷ୍ନୌ: ଆଇସିସି ବିଶ୍ବକପ୍‌ ୨୦୨୩ରେ ଆଜି ଡେଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡକୁ ଭେଟିଛି ଭାରତ । ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ୍‌ । ଗୋଟିଏ ପଟେ ଭାରତ ଏହି ମ୍ୟାଚ୍‌ ଜିତି ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରୁଥିବାବେଳେ ଅନ୍ୟପଟେ ୫ ମ୍ୟାଚ୍‌ରୁ କେବଳ ଗୋଟିଏ ବିଜୟ ସହ ପଏଣ୍ଟ ଟେବୁଲର ୧୦ମ ସ୍ଥାନରେ ରହିଥିବା ଇଂଲଣ୍ଡ ମଧ୍ୟ ସେମିଫାଇନାଲ୍‌ ରେସ୍‌ରେ ସାମିଲ ରହିବା ପାଇଁ ଏହି ମ୍ୟାଚ୍‌ ଜିତିବାକୁ ପ୍ରୟାସ କରୁଛି । ପ୍ରଥମେ ଟସ୍‌ ଜିତି ଇଂଲଣ୍ଡ ଭାରତକୁ ବ୍ୟାଟିଂ ଆହ୍ବାନ ଦେବା ପରେ ପ୍ରଥମେ ବ୍ୟାଟିଂ କରୁଛି ରୋହିତ ବାହିନୀ । ତେବେ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି କଳା ବ୍ୟାଣ୍ଡ୍‌ ପିନ୍ଧି ପଡ଼ିଆକୁ ଆସୁଥିବା ଦେଖିବାକୁ ମିଳିଛି । ଏହାର କାରଣ ଏକ୍ସ ହ୍ୟାଣ୍ଡେଲ୍‌ରେ ଉଲ୍ଲେଖ କରିଛି ବିସିସିଆଇ ।

  • #TeamIndia will be wearing Black Armbands in memory of the legendary Bishan Singh Bedi before the start of play against England in the ICC Men's Cricket World Cup 2023.#CWC23 | #MenInBlue | #INDvENG

    — BCCI (@BCCI) October 29, 2023 " class="align-text-top noRightClick twitterSection" data=" ">

ପ୍ରକାଶଯୋଗ୍ୟ, ଗତ ଅକ୍ଟୋବର ୨୩ ତାରିଖରେ ପୂର୍ବତନ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ବିଶନ ସିଂହ ବେଦୀଙ୍କ ଦେହାନ୍ତ ହୋଇଛି । ସେ ପୂର୍ବରୁ ଭାରତ ପାଇଁ ଅନେକ ମ୍ୟାଚ୍‌ରେ ଅଧିନାୟକ ଭୂମିକା ମଧ୍ୟ ତୁଲାଇଥିଲେ । ନିଜ ଚମତ୍କାରୀ ସ୍ପିନ୍‌ ଆଟାକ୍‌ରେ ସେ ପ୍ରତିପକ୍ଷ ବ୍ୟାଟରଙ୍କୁ ଧୂଳି ଚଟାଉଥିଲେ । ଭାରତକୁ ସେ ଏକାକୀ ଅନେକ ମ୍ୟାଚ୍‌ ଜିତାଇଛନ୍ତି । ତେବେ ଏହି ମହାନ ଭାରତୀୟ କ୍ରିକେଟ କିମ୍ବଦନ୍ତୀଙ୍କୁ ମନେ ରଖିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଟିମ ଇଣ୍ଡିଆର ଖେଳାଳିମାନେ ଆଜି ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ବାହୁରେ କଳା ବ୍ୟାଣ୍ଡ ପିନ୍ଧି ଖେଳୁଛନ୍ତି । ଏନେଇ ବିସିସିଆଇ (ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ) ଏହାର ଆଧିକାରୀକ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଆରପାରିରେ ପୂର୍ବତନ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ବିଶନ ସିଂହ ବେଦୀ

ବିଶନ ସିଂହ ବେଦୀ ୧୯୪୬ ମସିହା ସେପ୍ଟେମ୍ବର ୨୫ ତାରିଖରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ବାମହାତୀ ଚତୁର ସ୍ପିନର ଭାବେ ବିଶ୍ବ କ୍ରିକେଟ୍‌ରେ ବେଶ ପରିଚିତ ଥିଲେ । ସେ ୧୯୬୬ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେଭ୍ୟୁ କରି ୧୯୭୭ ପର୍ଯ୍ୟନ୍ତ ଭାରତୀୟ ଦଳରେ କ୍ରିକେଟ୍ ଖେଳିଥିଲେ । ଏହା ଭିତରେ ସେ ୨୨ଟି ଟେଷ୍ଟ୍‌ ମ୍ୟାଚରେ ଭାରତ ପାଇଁ ଅଧିନାୟକ ମଧ୍ୟ ରହିଥିଲେ । ନିଜ କ୍ୟାରିୟର ଭିତରେ ବିଶନ ସିଂହ ବେଦୀ ୬୭ଟି ଟେଷ୍ଟ ମ୍ୟାଚ୍ ଖେଳି ୨୬୬ଟି ୱିକେଟ୍ ଅକ୍ତିଆର କରିଥିଲେ । ଏହା ବ୍ୟତୀତ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୧୫୬୦ ୱିକେଟ୍ ହାସଲ କରିଥିଲେ । ତେବେ ପଞ୍ଜାବରୁ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିବା ଏହି କିମ୍ବଦନ୍ତୀ କ୍ରିକେଟର ଜଣକ ଭାରତୀୟ ଟିମ୍ ସହିତ ଦିଲ୍ଲୀ ଟିମ୍ ତରଫରୁ ଘରୋଇ କ୍ରିକେଟ୍ ମଧ୍ୟ ଖେଳିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ସେ ମୋଟ ୧୨ ବର୍ଷ ଧରି ବେଶ ଦବଦବା ରଖିଥିଲେ । ୧୯୯୦ରେ ସେ ଟିମ୍‌ ଇଣ୍ଡିଆର ମ୍ୟାନେଜର ମଧ୍ୟ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.