ETV Bharat / sports

World Cup 2023: ମହଙ୍ଗା ପଡିଲା ଦ୍ରୁତ ଗାଡି ଚାଳନା, ରୋହିତଙ୍କ କଟିଲା ଚାଲାଣ

author img

By ETV Bharat Odisha Team

Published : Oct 19, 2023, 12:12 PM IST

World Cup 2023
Rohit sharma handed multiple fines

ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଫାଇନ ହୋଇଛି । ଦ୍ରୁତ ଗାଡି ଚାଳନା ପାଇଁ ରୋହିତ ଶର୍ମାଙ୍କ ଚାଲାଣ କାଟିଛି ଟ୍ରାଫିକ ପୋଲିସ । ଅଧିକ ପଢ଼ନ୍ତୁ

ପୁନେ: ରୋହିତ ଶର୍ମାଙ୍କୁ ଜରିମାନା । ଦ୍ରୁତ ଗାଡ଼ି ଚାଳନା ପାଇଁ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଦଣ୍ଡିତ ହୋଇଛନ୍ତି । ମୁମ୍ବାଇ-ପୁନେ ଏକ୍ସପ୍ରେସ ରାଜପଥରେ ରୋହିତ ଶର୍ମା ଦ୍ରୁତ ଗତିରେ ଗାଡ଼ି ଚଳାଇଥିବାକୁ ତାଙ୍କୁ ଫାଇନା ହୋଇଛି । ତାଙ୍କ ନାମରେ 3ଟି ଚାଲାଣ କଟା ଯାଇଛି ।

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପରେ 5 ଦିନର ବିଶ୍ରାମ ମିଳିଥିଲା । ଆଜି ପୁନେରେ ଭାରତ ବାଂଲାଦେଶ ବିପକ୍ଷରେ ମ୍ୟାଚ୍‌ ଖେଳିବ । 5 ଦିନର ବିରତି ପରେ ରୋହିତ ଶର୍ମା ମୁମ୍ବାଇ ସ୍ଥିତ ବାସଭବନରୁ ଟିମ ଇଣ୍ଡିଆ ସହ ପୁନେ ନଯାଇ ତାଙ୍କ କାରରେ ଯାଇଥିଲେ । ଏକ୍ସପ୍ରେସ ୱେ ପାଇଁ 200 କିଲୋମିଟର ବେଗ ନିର୍ଦ୍ଧାରଣ କରାଯାଇଛି । ହାଇୱେରେ ଘଣ୍ଟାପ୍ରତି ବେଗ ଘଣ୍ଟା ପ୍ରତି 100 ରହିଥାଏ । ରୋହିତ ନିଜ ଗାଡିକୁ ନିର୍ଦ୍ଧାରିତ ବେଗଠୁ ଅଧିକ ବେଗରେ ଚଲାଇଥିଲେ । ଏହି ପ୍ରମାଣ ମିଳିଥିଲା । ରୋହିତ 215 କିମି ବେଗରେ ଗାଡି ଚଳାଇଥିଲେ ଫଳରେ 3ଟି ଭିନ୍ନ ଭିନ୍ନ ସ୍ଥାନରେ ରୋହିତଙ୍କ ଚାଲାଣ କାଟିଛି ଟ୍ରାଫିକ ପୋଲିସ ।

ଏହା ବି ପଢନ୍ତୁ...ICC ODI Ranking: ଷଷ୍ଠ ସ୍ଥାନକୁ ଉଠିଲେ ରୋହିତ, ବୋଲିଂରେ ଶ୍ରେଷ୍ଠ 10ରେ ସିରାଜ-କୁଳଦୀପ

ରୋହିତଙ୍କ ଗାଡି ନମ୍ବର 264 । ଦିନିକିଆ କ୍ରିକେଟରେ ସର୍ବାଧିକ 264 ରନର ଇନିଂସ ଖେଳି ବିଶ୍ବ ରେକର୍ଡ କରିଥିବାରୁ ଏହି ସଂଖ୍ୟାରେ କାର ଲାମ୍ଭୋର୍ଗିନି ନମ୍ବର ପଞ୍ଜିକରଣ କରିଛନ୍ତି । ମହାରାଷ୍ଟ୍ର ଟ୍ରାଫିକ ପୋଲିସ ପକ୍ଷରୁ 3ଟି ଚାଲାଣ କଟିଛି । ଟ୍ରାଫିକ ନିୟମ ଉଲଘଂନ କରିଥିବାରୁ ତାଙ୍କର ଚାଲାଣ କରିଛି । ବିଶ୍ବକପ ପରି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ସମୟରେ ରୋହିତ ହାଇୱେରେ ଏପରି ଦ୍ରୁତ ଗତିରେ ଗାଡି ଚଳାଇବା ଠିକ ନୁହେଁ ବୋଲି ମୁମ୍ବାଇ ଟ୍ରାଫିକ ପୋଲିସ ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ...Cricket World Cup 2023: ବାଂଲାଦେଶ ବିପକ୍ଷରେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ହେବ କି ପରିବର୍ତ୍ତନ ? ଏମିତି କହିଲେ ବୋଲିଂ କୋଚ୍‌

ପ୍ରକାଶ ଥାଉ କି, ଚଳିତ ବିଶ୍ବକପରେ ରୋହିତ ଶର୍ମା ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଫଳ ହୋଇଥିଲେ । ଏହା ପରେ ଦ୍ବିତୀୟ ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ଦମଦାର ଶତକ ହାସଲ କରିଥିଲେ । 131ରନ ପାଳି ଖେଳିଥିଲେ ରୋହିତ । ଏହାପରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ବି 86 ରନ୍‌ କରିଥିଲେ । ବିଶ୍ବକପରେ 3ଟି ମ୍ୟାଚରେ ସେ 217 ରନ୍‌ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.