ETV Bharat / sports

Cricket World Cup 2023: ଲକ୍ଷ୍ନୌରେ ହିଟ୍‌ମ୍ୟାନ୍‌ ଶୋ', ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପୂରଣ କଲେ ୧୮ ହଜାର ରନ

author img

By ETV Bharat Odisha Team

Published : Oct 29, 2023, 7:48 PM IST

ଲକ୍ଷ୍ନୌରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଅଧାରୁ ଅଧିକ ଭାରତୀୟ ବ୍ୟାଟର ରନ୍‌ କରିବା ପାଇଁ ସଙ୍ଘର୍ଷ କରୁଥିବାବେଳେ ଚିରାଚରିତ ଢଙ୍ଗରେ ଇଂଲିସ୍‌ ବୋଲରଙ୍କୁ ଆକ୍ରମଣ କରିଥିଲେ ଅଧିନାୟକ ରୋହିତ ଶର୍ମା । ଏହି ମ୍ୟାଚ୍‌ରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୮ ହଜାର ରନ ମଧ୍ୟ ପୂରଣ କରିଛନ୍ତି । ଅଧିକ ପଢ଼ନ୍ତୁ

ଲକ୍ଷ୍ନୌରେ ହିଟ୍‌ମ୍ୟାନ୍‌ ଶୋ'
ଲକ୍ଷ୍ନୌରେ ହିଟ୍‌ମ୍ୟାନ୍‌ ଶୋ'

ଲକ୍ଷ୍ନୌ: ବିଶ୍ବକପ୍‌ ୨୦୨୩ ଆରମ୍ଭରୁ ଚମତ୍କାର ଫର୍ମରେ ରହିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ଅଷ୍ଟ୍ରେଲିଆ ବିପକ୍ଷ ଭାରତର ପ୍ରଥମ ମ୍ୟାଚ୍‌କୁ ବାଦ୍‌ ଦେଲେ ପ୍ରତି ମ୍ୟାଚ୍‌ରେ ସେ ବିପକ୍ଷ ଦଳର ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରୁଛନ୍ତି । ପ୍ରତି ମ୍ୟାଚ୍‌ରେ ଏକାଧିକ ରେକର୍ଡ ମଧ୍ୟ ଭାଙ୍ଗୁଛନ୍ତି ଟିମ୍‌ ଇଣ୍ଡିଆ ସେନାପତି । ତେବେ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟା ଏକାନା ଷ୍ଟାଡିୟମରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ସେ ଏକ ସ୍ବତନ୍ତ୍ର କ୍ଲବରେ ସ୍ଥାନ ପାଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୮୦୦୦ ରନ୍ ପୂରଣ କରି ସଚିନ ତେନ୍ଦୁଲକର, ବିରାଟ କୋହଲି, ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡଙ୍କ ପରି କିମ୍ବଦନ୍ତୀଙ୍କ କ୍ଲବରେ ରୋହିତ ସାମିଲ ହୋଇଛନ୍ତି ।

ଆଜି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର । ହେଲେ ଇଂଲିସ୍‌ ବୋଲରଙ୍କ ଆଗରେ ଭାରତୀୟ ବ୍ୟାଟର ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଦଳ ଖୁବ ଶୀଘ୍ର ୩ଟି ୱିକେଟ୍‌ ହରାଇଥିଲେ ମଧ୍ୟ ରୋହିତ ନିଜେ ପାଳିକୁ ସମ୍ଭାଳି ଆଗକୁ ନେଇଥିଲେ । ଚଳିତ ବିଶ୍ବକପ୍‌ରେ ପୂର୍ବରୁ ଗୋଟିଏ ଶତକ ହାସଲ କରିଥିବାବେଳେ ଆଜି ସେ ଦ୍ବିତୀୟ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ । ତେବେ ସେ ୪୭ ରନ୍ ସ୍କୋର କରିବା ମାତ୍ରେ ଅନ୍ତର୍ଜାତୀୟ କ୍ରିକେଟରେ ୧୮୦୦୦ ରନ୍ ପୂରଣ କରିଥିଲେ । ରୋହିତଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବିରାଟ କୋହଲି, ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡଙ୍କ ପରି କିମ୍ବଦନ୍ତୀ କ୍ରିକେଟରଙ୍କ ନାମ ଏହି ତାଲିକାରେ ପୂର୍ବରୁ ରହିଥିଲା । ବର୍ତ୍ତମାନ ରୋହିତ ଶର୍ମା ମଧ୍ୟ ତାଙ୍କ ନାମ ଏହି ସ୍ବତନ୍ତ୍ର କ୍ଲବରେ ଅନ୍ତର୍ଭୁକ୍ତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଅଧା ବ୍ୟାଟର ଆଣ୍ଠେଇଲେ, ଦମଦାର ଲଢ଼ିଲେ ରୋହିତ, ଇଂଲଣ୍ଡ ଆଗରେ ଟାର୍ଗେଟ୍‌ ୨୩୦

  • " class="align-text-top noRightClick twitterSection" data="">

ଏହାବାଦ ବିଶ୍ବକପ୍‌ରେ ସର୍ବାଧିକ ୫୦+ ରନ୍ ସ୍କୋର କରିବାରେ ରୋହିତ ଶର୍ମା ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ଆଜିର ପାଳିକୁ ମିଶାଇ ରୋହିତ ୧୨ ଥର ୫୦ରୁ ଅଧିକ ସ୍କୋର କରିଛନ୍ତି । ତାଙ୍କ ବ୍ୟତୀତ ମହାନ କ୍ରିକେଟର ସଚିନ ତେନ୍ଦୁଲକର ୪୪ ଇନିଂସ ଖେଳି ୨୧ ଥର ଏହି ରେକର୍ଡ କରିଥିଲେ । କୋହଲି ସମୁଦାୟ ୩୨ ଇନିଂସ ଖେଳି ୫୦ରୁ ଅଧିକ ୧୨ ଥର ସ୍କୋର କରିଛନ୍ତି । ତେବେ ବିଶ୍ବକପ୍‌ ୨୦୨୩ରେ ରୋହିତ ଶର୍ମା ଭାରତ ପାଇଁ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି । ରୋହିତଙ୍କ ପରେ କୋହଲି ସର୍ବାଧିକ ରନ୍‌ ସଂଗ୍ରହକାରୀ ଭାରତୀୟ ବ୍ୟାଟର ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.