ETV Bharat / sports

World Cup 2023: ଅନଲାଇନ ବେଟିଂ ବିଜ୍ଞାପନ ବ୍ୟାନ, କଡା ନଜର ରଖିଛି ପୋଲିସ

author img

By ETV Bharat Odisha Team

Published : Oct 8, 2023, 12:52 PM IST

ଶ୍ରୀଲଙ୍କାରେ ଆୟୋଜିତ ହୋଇଥିବା ଏସୀୟ କପ ଏବଂ କ୍ରିକେଟ ବିଶ୍ବକପ ଆରମ୍ଭ ପୂର୍ବରୁ କ୍ରିକେଟ ବେଟିଂ ଓ ଅନ୍ୟ କୌଣସି ଜୁଆ ବିଜ୍ଞାପନ ନ ଦେଖାଇବାକୁ କେନ୍ଦ୍ର ମିଡିଆକୁ ନିର୍ଦ୍ଦେଶ ଥିଲା । ଅଧିକ ପଢନ୍ତୁ

World Cup 2023
ban on advertising of online betting

ବେଙ୍ଗାଲୁରୁ: ଖେଳ ବିଷେଷ କରି କ୍ରିକେଟରେ କିଏ ଜିତିବ କିଏ ହାରିବ ସେ ନେଇ ବେଟିଂ କରାଯାଇଥାଏ । ଏଥିରେ ଅର୍ଥ ବାଜିରେ ଲାଗିଥାଏ । ହାରିବା ଲୋକକୁ ବାଜି ଅନୁସାରେ ଟଙ୍କା ଦେବାକୁ ପଡିଥାଏ । ଧୀରେଧୀରେ ଏହି ବେଟିଂ ଏକ ବ୍ୟବସ୍ଥା ହୋଇଯାଇଛି । ଆଜି ଅନେକ ଦେଶରେ ନିୟମ ଲାଗୁ କରାଯାଇ ଏହାକୁ ଅଫିସିଆଲ କରାଯାଇଛି । ବିଶ୍ବକପ ଆରମ୍ଭ ହୋଇଥିବାରୁ ଏବେ ବେଟିଂ ରାକେଟ ସକ୍ରିୟ ହୋଇଛନ୍ତି । ତେଣୁ ବେଟିଂ ବିଜ୍ଞାପନକୁ ବ୍ୟାନ କରାଯାଇଛି ।

ଅଫଲାଇନ ବେଟିଂ ଘୋଟାଲାର ଖବର ମିଳିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି । ଅନ୍ୟ ଅପରାଧ ତୁଳନାରେ ଏହା ଟିକେ ଅଲଗା । ତେଣୁ ପୋଲିସ ଏହି ଅପରାଧ ଉପରେ କଡା ନଜର ରଖିଛି । ସେପଟେ ଅଫଲାଇନା ବେଟିଂ କରୁଥିବା ଘଟଣା ମଧ୍ୟ କମ ନାହିଁ । ଏହାର ମଧ୍ୟ ସମ୍ଭାବନା ରହିଛି । କ୍ରିକେଟ ବିଶ୍ବକପରେ ବେଟିଂ ରାକେଟ ସକ୍ରିୟ ହୋଇଛି । ପୋଲିସ ଅନେକ ରାକେଟ ଉପରେ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଯିଏକି ସଦ୍ୟ ସମାପ୍ତ ଏସିଆ କପ ଓ ଆଇପିଏଲ ବେଟିଂରେ ସାମିଲ ଥିଲେ ।

ଶ୍ରୀଲଙ୍କାରେ ହୋଇଥିବା ଏସିଆ କପ ଏବଂ କ୍ରିକେଟ ବିଶ୍ବକପ ଆରମ୍ଭ ପୂର୍ବରୁ କ୍ରିକେଟ ବେଟିଂ ଓ ଅନ୍ୟ କୌଣସି ଜୁଆ ବିଜ୍ଞାପନ ନ ଦେଖାଇବାକୁ କେନ୍ଦ୍ର ମଡିଆକୁ ନିର୍ଦ୍ଦେଶ ଦେଇଥିଲା । ବେଟିଂ ଏକ ଏଭଳି ବ୍ୟବସ୍ଥା ଯେଉଁଥିରେ ଅଧିକାଂଶ ଲୋକ ହରାନ୍ତି ଓ ମାତ୍ର କିଛି ଲୋକ ବଡ଼ ଆକାରର ଟଙ୍କା ପାଇଥାଆନ୍ତି । ଏ ନେଇ ଅନେକ ପରିବାର ଅର୍ଥିକ ସମସ୍ୟାରେ ଫସିଥାଆନ୍ତି । କେବେ କେବେ ଏହି ଟଙ୍କା ପରିଶୋଧ କରିବାକୁ ଅପରାଧ ମଧ୍ୟ ଘଟାଇବାକୁ ପଛାନ୍ତି ନାହିଁ । ପୋଲିସ ବାର, କ୍ଲବ ଓ ରେଷ୍ଟୁରାଣ୍ଟ ଗୁଡ଼ିକ ଉପରେ କଡା ନଜର ରଖିଛି ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି, "ଏହି ନିୟମ ଉଭୟ ଛପା ଏବଂ ଟିବି ମିଡିଆଠୁ ନେଇ ସୋସିଆଲ ମିଡିଆ ଏଜେନ୍ସିଂ ଏବଂ ବିଜ୍ଞାପନ ଏଜେନ୍ସିଂ ସମସ୍ତଙ୍କ ଉପରେ ଲାଗୁ ହେବ । ପରାମର୍ଶର ଉନ୍ନଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବାନୀ ଦିଆଯାଇଛି ।"

କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆହୁରି କହିଛନ୍ତି, ବେଟିଂ ଭଳି ବିଜ୍ଞାପନ କରିବାକୁ କଳା ଧନର ଉପଯୋଗ କରାଯିବାର ଅଧିକ ସମ୍ଭାବନା ରହିଛି । ଯେଉଁଥିରେ ଉଲ୍ଲେଖ୍ୟ ରହିଛି କି ଏଜେଣ୍ଟଙ୍କ ଦ୍ବାରା ଆପର ବ୍ୟବହାରକାରୀଙ୍କ ଦ୍ବାରା ଏକାଠି କରାଯାଇଥିବା ଟଙ୍କା ଭାରତ ବାହାରକୁ ପଠାଯିବାର ଘଟଣା ସାମ୍ନାକୁ ଆସୁଛି । ମନି ଲଣ୍ଡ୍ରିଂ ବ୍ୟତୀତ ଜୁଆ ଖେଳରେ ସାମିଲ ଯୁବକଙ୍କ ପାଇଁ ସାମାଜିକ ସ୍ଥିତି ବଗିଡ଼ିଥାଏ ତେଣୁ ଏ ଦିଗରେ ଅଧିକ ଧ୍ୟାନ ଦେବାକୁ ଚେତାବନୀ ଦିଆଯାଇଛି ।

ଏହା ବି ପଢନ୍ତୁ...World Cup 2023: ଆଜିଠୁ ଭାରତର ବିଶ୍ବକପ ଅଭିଯାନ, ଅଷ୍ଟ୍ରେଲିଆ ସହ ମୁକାବିଲା

ଆଜିକାଲି କ୍ରିକେଟ୍‌ ସହିତ ପ୍ରମୁଖ ଖେଳ ଆୟୋଜନ ସମୟରେ ବେଟିଂ ଏବଂ ଅନ୍ୟ ବିଜ୍ଞାପନ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପ୍ରସାରିତ ହେଉଥିବା ଦେଖିବାକୁ ମିଳୁଛି । ସରକାର ଏହି ପରି ବିଜ୍ଞାପନ ପ୍ରସାରଣକୁ ଗୁରୁତର ସହ ନେଇଛନ୍ତି । କ୍ରିକେଟ୍‌ ଭଳି ବଡ଼ବଡ଼ ଟୁର୍ଣ୍ଣାମେଣ୍ଟ୍‌ରେ ଅନ୍‌ଲାଇନ୍‌ ବେଟିଂ ବିଜ୍ଞାପନ ଭାରତୀୟ ଦର୍ଶକଙ୍କ ପାଇଁ ପ୍ରସାରିତ ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଯଦି କୌଣସି ବିଜ୍ଞାପନ ପ୍ରସାରିତ କରାଯାଏ ତେବେ ଉପଭୋକ୍ତା ସଂରକ୍ଷଣ ଅଧିନିୟମ 2019 ଏବଂ ପ୍ରେସ୍‌ କାଉନସିଲ୍‌ ଅଧିନିୟମ, 1978 ଭଳି ଆଇନର ଉଲ୍ଲଘଂନ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.