ETV Bharat / sports

ଭୁତାଣୁ ଭୟ: କହୁଣୀ ମିଶାଇ ଇଂଲଣ୍ଡ କ୍ରିକେଟରଙ୍କ ୱିକେଟ ସେଲିବ୍ରେସନ

author img

By

Published : Jul 2, 2020, 6:26 PM IST

Watch: England players celebrate wicket by doing sedate elbow dabs
କୋରୋନା ଭାଇରସ: କହୁଣୀ ମିଶାଇ ଇଂଲଣ୍ଡ କ୍ରିକେଟରଙ୍କ ୱିକେଟ ସେଲିବ୍ରେସନ

ଅଭ୍ୟାସ ମ୍ୟାଚରେ ୱିକେଟ ହାସଲ ପରେ ଇଂଲଣ୍ଡ କ୍ରିକେଟରଙ୍କୁ ହାତ ମିଶାଇ ନୁହେଁ, ବରଂ କହୁଣୀ ସହ କହୁଣୀ ମିଶାଇ ଖୁସି ମନାଉଥିବାର ଦେଖିବାକୁ ମିଳିଛି ।

ଲଣ୍ଡନ: ମହାମାରୀ କୋରୋନା ଭାଇରସର ପ୍ରଭାବ ବିଶ୍ବବ୍ୟାପୀ କମ ହୋଇନାହିଁ । ମାତ୍ର ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ । ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଅଭ୍ୟାସ ମ୍ୟାଚ ଖେଳିଛନ୍ତି ଇଂଲଣ୍ଡ କ୍ରିକେଟର । ତେବେ ଏହି ଅଭ୍ୟାସ ମ୍ୟାଚରେ ୱିକେଟ ହାସଲ ପରେ ଖେଳାଳିଙ୍କକୁ ହାତ ମିଶାଇ ନୁହେଁ, ବରଂ କହୁଣୀ ସହ କହୁଣୀ ମିଶାଇ ଖୁସି ମନାଉଥିବାର ଦେଖିବାକୁ ମିଳିଛି ।

ଏହି ସମୟର ଏକ ଭିଡିଓ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ପକ୍ଷରୁ ଟ୍ବିଟ କରାଯାଇଛି ।

ଅଭ୍ୟାସ ମ୍ୟାଚ ଜୋ ରୁଟଙ୍କ ଅନୁପସ୍ଥିତିରେ କ୍ୟାପଟେନ ଭାର ପାଇଥିବା ବେନ ଷ୍ଟୋକ୍ସଙ୍କ ଏକ ଟିମ ଓ ଜସ ବଟଲରଙ୍କ ଟିମ ବିପକ୍ଷରେ ଖେଳାଯାଇଥିଲା । ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଜୁଲାଇ 8ରୁ ସାଉଥମ୍ପାଷ୍ଟନରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.