ETV Bharat / sports

ଦେଶରେ କ୍ରିକେଟ ଆରମ୍ଭ ନେଇ ବ୍ରିଟେନ ସରକାରଙ୍କ ଗୀନ ସିଗନାଲ୍

author img

By

Published : Jul 4, 2020, 4:47 PM IST

UK Government approves return of recreational cricket from next week
ଦେଶରେ କ୍ରିକେଟ ଆରମ୍ଭ ନେଇ ୟୁକେ ସରକାରଙ୍କ ଅନୁମତି

ସମସ୍ତ ପ୍ରକାର ମନୋରଞ୍ଜନଧର୍ମୀ କ୍ରିକେଟକୁ ଇଂଲଣ୍ଡରେ ମିଳିଲା ଅନୁମତି । ଆସନ୍ତା ସପ୍ତାହ ଶେଷରୁ କ୍ରିକେଟ ଫେରିବା ନେଇ ବ୍ରିଟେନ ସରକାର ଅନୁମତି ପ୍ରଦାନ କରିଛନ୍ତି ।

ଲଣ୍ଡନ: ସମସ୍ତ ପ୍ରକାର ମନୋରଞ୍ଜନଧର୍ମୀ କ୍ରିକେଟକୁ ଇଂଲଣ୍ଡରେ ମିଳିଲା ଅନୁମତି । ଆସନ୍ତା ସପ୍ତାହ ଶେଷରୁ କ୍ରିକେଟ ଫେରିବା ନେଇ ବ୍ରିଟେନ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଘୋଷଣା କରାଯାଇଛି ।

ଏହାପରେ ବୋର୍ଡ ପକ୍ଷରୁ ସମସ୍ତ ଘରାଇ କ୍ରିକେଟ କ୍ଳବକୁ ସରକାରଙ୍କ ଅନୁମତି ନେଇ ଅବଗତ କରିଛି । ତେବେ ଅଭ୍ୟାସ ଓ କ୍ରିକେଟ ଆରମ୍ଭ ପାଇଁ ବୋର୍ଡ ପକ୍ଷରୁ, ଏକ ସୁରକ୍ଷା ମୂଳକ ଗାଇଡଲାଇନ ଜାରି ହେବ ବୋଲି ଜଣାପଡିଛି । ଏନେଇ ଇସିବି ମୁଖ୍ୟ କାର୍ଯ୍ୟନିବାହୀ ଟମ ହରିସନ ସ୍ପଷ୍ଟ କରିଛନ୍ତି ।

ତେବେ ଘରୋଇ କ୍ରିକେଟ, ପ୍ରତିଯୋଗିତା ମୂଳକ କ୍ରିକେଟ ସହ ଅନ୍ତର୍ଜାତୀୟ କ୍ରିକେଟ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଜୁଲାଇ 8ରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.