ETV Bharat / sports

U-19 ବିଶ୍ବକପ: ସର୍ବାଧିକ ଥର ଫାଇନାଲ ଖେଳିଛି ଭାରତ

author img

By

Published : Feb 7, 2020, 3:16 PM IST

U-19 Cricket WorldCup
U-19 ବିଶ୍ବକପ

19 ବର୍ଷରୁ କମ ବିଶ୍ବକପ ଫାଇନାଲରେ ଭାରତ ଓ ବାଂଲାଦେଶ ମଧ୍ୟରେ ଚମ୍ପିଆନ ଲଢେଇ ହେବ। ଭାରତୀୟ ଦଳ ସର୍ବାଧିକ 7 ଥର ଏହି ଟୁର୍ଣ୍ଣାମେଣ୍ଟରେ ଫାଇନାଲ ଖେଳିଛି।

ପୋଟଚେଷ୍ଟ୍ରମ: 19 ବର୍ଷରୁ କମ ବିଶ୍ବକପ ଫାଇନାଲରେ ଭାରତ ଓ ବାଂଲାଦେଶ ମଧ୍ୟରେ ଚମ୍ପିଆନ ଲଢେଇ ହେବ । ରବିବାର 9 ଫେବୃୟାରୀରେ ଏହି ହାଇଭୋଲଟେଜ ମ୍ୟାଚ ଖେଳାଯିବ। ପାକିସ୍ତାନକୁ ହରାଇ ଭାରତ ଫାଇନାଲ ପହଞ୍ଚି ଥିବାବେଳେ, ବାଂଲାଦେଶ ନ୍ୟୁଜିଲାଣ୍ଡକୁ ହରାଇଛି ।

ତେବେ 19 ବର୍ଷରୁ କମ ବିଶ୍ବକପରେ ବାଂଲାଦେଶ ପ୍ରଥମ ଥର ପଇଁ ଫାଇନାଲ ଖେଳିବାର ସୌଭାଗ୍ୟ ଅର୍ଜନ କରିଛି । ଅନ୍ୟପଟେ ଭାରତ ସର୍ବାଧିକ ଥର ଫାଇନାଲ ଖେଳିଥିବା ବେଳେ, 5ମ ଥର ଚମ୍ପିଆନ ଲକ୍ଷ୍ୟରେ ରହିଛି।

U-19 Cricket WorldCup
ଫାଇନାଲରେ ବାଂଲାଦେଶ
ସର୍ବାଧିକ ଥର 19 ବର୍ଷରୁ କମ ବିଶ୍ବକପ ଫାଇନାଲ ଖେଳିଥିବା ଟିମ:
1.ଭାରତ 7ଥର (2000, 2006, 2008, 2012, 2016, 2018, 2020)
2.ଅଷ୍ଟ୍ରେଲିଆ 5ଥର (1988, 2002, 2010, 2012, 2018)
3. ପାକିସ୍ତାନ 5ଥର(1988, 2004, 2006,2010, 2014)
4.ଦକ୍ଷିଣ ଆଫ୍ରିକା 3ଥର (2002, 2008, 2014)
Intro:କଟକ ଜିଲ୍ଲା ସାଲେପୁର ବ୍ଲକ ମହଣ ଗ୍ରାମରେ, ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟି 7 ଜଣ ଆହତ ହୋଇଥିବା ଜଣାଯାଇଛି । ସେମାନଙ୍କୁ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ 2 ଜଣ ଅଧିକ ଗୁରୁତର ଥିବରୁ ସେମାନଙ୍କୁ କଟକ ବଡ଼ ମେଡିକାଲ କୁ ପଠାଇ ଦିଆଯାଇଛି । ଆହାତ ମାନଙ୍କ ମଧ୍ୟରୁ 5 ଜଣ ମହିଳା ଅଛନ୍ତି ।ଆହତ ମାନେ ହେଲେ ମଞ୍ଜୁଶ୍ରୀ ସାମଲ, ଲିପିକା କାଣ୍ଡି, ରଂଜିତା ବେହେରା,ମିନତୀ ବେହେରା ଓ ଧ୍ରୁବ ଚରଣ ସାମଲ, ଏବଂ ଗୁରୁତର ଦୁଇଜଣ ନମିତା ମଲ୍ଲିକ ଓ ଅମୁଲ୍ୟ ସାମଲ ।ସେହିପରି ରାଇସୁଙ୍ଗୁଡ଼ା ରେ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ବଜ୍ରପାତ୍ରର ଗୁରୁତର ହୋଇ ଥିଲେ। ତାଙ୍କୁ 108 ଆମ୍ବୁଲାନ୍ସ ଯୋଗେ କଟକ ମେଡିକାଲ କୁ ଚିକିତ୍ସା ନିମନ୍ତେ ପଠାଯାଇଛି l ଆହତ ଵ୍ୟକ୍ତି ନାମ ସୁବାଷ ଚନ୍ଦ୍ର ବେହେରା ।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.