ETV Bharat / sports

ଆଇସିସି ଟି20 ମାନ୍ୟତା: ଦ୍ବିତୀୟରେ ଶେଫାଳି, ସପ୍ତମରେ ସ୍ମୃତି

author img

By

Published : Mar 9, 2021, 5:35 PM IST

Updated : Mar 9, 2021, 6:35 PM IST

Shafali rose to second spot; Mandhana, Rodrigues remain static at 7th and 9th in T20I rankings
ଆଇସିସି ଟି20 ମାନ୍ୟତା: ଦ୍ବିତୀୟରେ ସେଫାଳି, 7ମରେ ସ୍ମୃତି

744 ରେଟିଂ ପଏଣ୍ଟ ସହ ଶେଫାଳି ବର୍ମା ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆର ବେଥ ମୁନି 748 ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛନ୍ତି । ଅଧିକ ପଢନ୍ତୁ...

ଦୁବାଇ: ପ୍ରକାଶ ପାଇଛି ଆଇସିସି ମହିଳା ଟି20 ମାନ୍ୟତା । ସଦ୍ୟ ପ୍ରକାଶିତ ମାନ୍ୟତାରେ ଭାରତୀୟ ଯୁବ ଚର୍ଚ୍ଚିତ ବ୍ୟାଟିଂ ତାରକା ଶେଫାଳି ବର୍ମା ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି । ସେହିପରି ଭାଇସ-କ୍ୟାପଟେନ ସ୍ମୃତି ମାନ୍ଧାନା ନିଜର ପୂର୍ବ 7ମସ୍ଥାନରେ ସ୍ଥିର ରହିଛନ୍ତି ।

744 ରେଟିଂ ପଏଣ୍ଟ ସହ ଶେଫାଳି ବର୍ମା ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆର ବେଥ ମୁନି 748 ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛନ୍ତି । ଅନ୍ୟପଟେ ମାନ୍ଧାନା 693 ପଏଣ୍ଟ ସହ 7ମ, ଜେମିମ୍ମା ରୋଡ୍ରିଗ୍ୟୁସ 643 ପଏଣ୍ଟ ସହ 9ମ ସ୍ଥାନରେ ରହିବା ସହ ତୃତୀୟ ଭାରତୀୟ ଖେଳାଳି ଭାବେ ଶୀର୍ଷ 10 ମଧ୍ୟରେ ରହିଛନ୍ତି ।

ନ୍ୟୁଜିଲାଣ୍ଡର ସୋଫି ଡେଭିନ 3ୟ, ଅଷ୍ଟ୍ରେଲିଆର ମେଗ ଲାନିଂ 4ର୍ଥ ଓ ଆଲେସ ହେଲି 5ମ ସ୍ଥାନରେ ରହିଛନ୍ତି ।

ବୋଲିଂ ମାନ୍ୟତାରେ ଅଲରାଉଣ୍ଡର ଦିପ୍ତୀ ଶର୍ମା ଷଷ୍ଠ, ସ୍ପିନର ରାଧା ଯାଦବ ଅଷ୍ଟମ, ପୁନମ ଯାଦବ 9ମ ସ୍ଥାନରେ ରହିଛନ୍ତି । ଇଂଲଣ୍ଡର ସୋଫି ଏକଲେଷ୍ଟନ 799 ପଏଣ୍ଟ ସହ ବୋଲର ତାଲିକାର ଶୀର୍ଷରେ ରହିଛନ୍ତି । ପରେ ଦକ୍ଷିଣ ଆଫ୍ରିକାର ସବନିମ ଇସମେଲ 764 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ଦିପ୍ତୀ ଏକମାତ୍ର ଭାରତୀୟ ଖେଳାଳି ଭାବେ ଅଲରାଉଣ୍ଡର ତାଲିକାର ଶ୍ରେଷ୍ଠ 10 ମଧ୍ୟରେ ରହିଛନ୍ତି । 302 ପଏଣ୍ଟ ସହ 4ର୍ଥ ସ୍ଥାନରେ ରହିଛନ୍ତି ।

ପ୍ରାୟ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଭାରତ ଅନ୍ତର୍ଜାତୀୟ ଟି20 ମ୍ୟାଚ ଖେଳିନାହିଁ । ଶେଷଥର ପାଇଁ ମାର୍ଚ୍ଚ 8 , 2020ରେ ଟି20 ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା । ଫଳରେ ଭାରତୀୟ ଖେଳାଳିଙ୍କ ମାନ୍ୟତାରେ ଏହା ପ୍ରତିଫଳିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 9, 2021, 6:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.