ETV Bharat / sports

ରୋଡ୍‌ ସେଫ୍ଟି‌ ୱାର୍ଲ୍ଡ ସିରିଜ: ଇଂଲଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକା ବିଜୟୀ

author img

By

Published : Mar 11, 2021, 10:53 PM IST

ରୋଡ ସେଫଟି ୱାର୍ଲ୍ଡ ସିରିଜରେ ଦକ୍ଷିଣ ଆଫ୍ରିକା ଲିଜେଣ୍ଡସ, ଇଂଲଣ୍ଡକୁ 8 ୱିକେଟରେ ପରାସ୍ତ କରିଛି । ଅଧିକ ପଢନ୍ତୁ...

ROAD SAFETY WORLD SERIES ENGLAND LEGENDS VS SOUTH AFRICA LEGENDS
ରୋଡ୍‌ ସେଫ୍ଟି‌ ୱାର୍ଲ୍ଡ ସିରିଜ: ଇଂଲଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକା ବିଜୟୀ

ରାୟପୁର: ରୋଡ ସେଫଟି ୱାର୍ଲ୍ଡ ସିରିଜରେ ଗୁରୁବାର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ଲିଜେଣ୍ଡସ, ଇଂଲଣ୍ଡକୁ 8 ୱିକେଟରେ ପରାସ୍ତ କରିଛି ।

ଇଂଲଣ୍ଡକୁ ମାତ୍ର 121 ରନରେ ରୋକିବା ପରେ ଦକ୍ଷିଣ ଆଫ୍ରିକା 13 ଓଭରରେ ଦୁଇ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ମୋର୍ଣ୍ଣ ୱାନ ୱିକ 31 ବଲରୁ 6 ଚୌକା ଓ 2 ଛକା ସହାୟତାରେ 46 ରନର ଇଂନିସ ଖେଳିଛନ୍ତି ।

ROAD SAFETY WORLD SERIES ENGLAND LEGENDS VS SOUTH AFRICA LEGENDS
ଇଂଲଣ୍ଡ ଲିଜେଣ୍ଡସ

ଫଳରେ ଦକ୍ଷିଣ ଆଫ୍ରିକା ପାଇଁ ତୃତୀୟ ମ୍ୟାଚରୁ ଏହା ଦ୍ବିତୀୟ ବିଜୟ । ସେହିପରି ଇଂଲଣ୍ଡ ପାଇଁ ଏହା ତୃତୀୟ ମ୍ୟାଚରୁ ପ୍ରଥମ ପରାଜୟ । ତେବେ ସମାନ 8 ପଏଣ୍ଟ ଥିଲେ ମଧ୍ୟ ରନ୍‌ରଟ ଆଧାରରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡ ଆଗରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.