ETV Bharat / sports

ପ୍ରଥମ ଦିନିକିଆ 66 ରନ୍‌ରେ ଜିତିଲା ଭାରତ

author img

By

Published : Mar 23, 2021, 9:56 PM IST

Updated : Mar 23, 2021, 10:54 PM IST

Prasidh Krishna shines as India beat England by 66 runs in first ODI
ପ୍ରଥମ ଦିନିକିଆ 66 ରନ୍‌ରେ ଜିତିଲା ଭାରତ

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ 66 ରନ୍‌ରେ ଜିତିଲା ଭାରତ । 318 ରନର ବିଜୟ ଲକ୍ଷ୍ୟକୁ ପିଛା କରି 251ରେ ଅଲଆଉଟ ଇଂଲଣ୍ଡ । ଅଧିକ ପଢନ୍ତୁ...

ପୁନେ: ପ୍ରଥମ ଦିନିକିଆରେ ଇଂଲଣ୍ଡକୁ 66 ରନରେ ହରାଇଲା ଭାରତ । ଡେବ୍ୟୁ ମ୍ୟାଚରେ ଦୁଇ ଭାରତୀୟ ଷ୍ଟାର କ୍ରୁଣାଳ ପାଣ୍ଡ୍ୟା ଓ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରୀଷ୍ଣା ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି । ସିନିୟର ପାଣ୍ଡ୍ୟା 31 ବଲ୍‌ରୁ ଧୁଆଁଧାର 58 ରନର ମ୍ୟାଚ ବିଜୟୀ ଇଂନିସ ଖେଳିଥିବାବେଳେ କ୍ରୀଷ୍ଣା 54 ରନ ବ୍ୟୟରେ 4ଟି ୱିକେଟ ହାତେଇଛନ୍ତି ।

ନିର୍ଦ୍ଧାରିତ 50 ଓଭରରେ ପ୍ରଥମେ ବ୍ୟାଟିଂ କରି ଭାରତ 5 ୱିକେଟ ହରାଇ 317 ରନ କରିଥିଲା । ପରେ 318 ରନ୍‌କୁ ପିଛା କରିଥିବା ଇଂଲଣ୍ଡ 42.1 ଓଭରରେ 251 ରନ୍‌ରେ ସମସ୍ତ ୱିକେଟ ହରାଇଥିଲା ।

ଫଳରେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ 66 ରନରେ ବିଜୟୀ ହେବା ସହ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ 1-0ରେ ଆଗୁଆ ହୋଇଛି ଭାରତ ।

ଉଭୟ କ୍ରୁଣାଳ ଓ କ୍ରୀଷ୍ଣା ଡେବ୍ୟୁ ମ୍ୟାଚରେ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । କ୍ରୁଣାଳ ଦିନିକିଆରେ ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ କରିଥିବାବେଳେ, କ୍ରୀଷ୍ଣା ଭାରତୀୟ ବୋଲର ଭାବେ ଡେବ୍ୟୁରେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଛନ୍ତି ।

ଭୁବନେଶ୍ବର କୁମାରଙ୍କୁ 2ଟି, ପ୍ରସିଦ୍ଧ କ୍ରୀଷ୍ଣାଙ୍କୁ 4ଟି, ଶାର୍ଦ୍ଦୁଳ ଠାକୁରଙ୍କୁ 3ଟି ଓ କ୍ରୁଣାଳ ପାଣ୍ଡ୍ୟା ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ଅନ୍ୟପଟେ 318 ରନକୁ ପିଛା କରିଥିବା ଇଂଲଣ୍ଡ ପକ୍ଷରୁ ଓପନର ଜନ୍ନି ବେୟାରଷ୍ଟୋ ସର୍ବାଧିକ 94 ଓ ଜେସନ ରୟ 46 ରନ୍‌ କରିଥିଲେ । ଉଭୟଙ୍କ ମଧ୍ୟରେ ଓପନିଂ ଯୋଡିରେ 135 ରନର ଭାଗିଦାରୀ ହୋଇଥିଲା । ତେବେ ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ବିଫଳ ହେବାଯୋଗୁଁ ପରାସ୍ତ ହୋଇଥିଲା ଭ୍ରମଣକାରୀ ଦଳ ।

ପୂର୍ବରୁ ଓପନର ଶିଖର ଧାୱନଙ୍କ 98, ରୋହିତ ଶର୍ମାଙ୍କ 28, କ୍ୟାପଟେନ ବିରାଟ କୋହଲିଙ୍କ 56, କେଏଲ ରାହୁଲଙ୍କ 62 ଓ କ୍ରୁଣାଳ ପାଣ୍ଡ୍ୟାଙ୍କ ଦମଦାର 58 ରନର ଅର୍ଦ୍ଧଶତକ ବଳରେ ଭାରତ 317 ରନ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 23, 2021, 10:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.