ETV Bharat / sports

ଟିମ ଇଣ୍ଡିଆକୁ ବାହାଘରକୁ ଡାକିବେ ହାସନ ଅଲ୍ଲୀ !

author img

By

Published : Aug 5, 2019, 2:05 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପାକିସ୍ତାନର ପେସ ବୋଲର ହାସନ ଅଲ୍ଲୀ ଭାରତର ଝିଅ ସାମିଆ ଆର୍ଜୁଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ତେବେ ଭାରତୀୟ କ୍ରିକେଟ ଦଳକୁ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବେ ବୋଲି ସେ କହିଛନ୍ତି।

ନୂଆଦିଲ୍ଲୀ: ପୁଣି ପାକିସ୍ତାନ ବର ସହିତ ବିବାହ କରିବେ ଭାରତୀୟ କନ୍ୟା । ପାକିସ୍ତାନୀ ପେସ ବୋଲର ହାସନ ଅଲ୍ଲୀ ଭାରତର ଝିଅ ସାମିଆ ଆର୍ଜୁଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ସେପ୍ଟମ୍ବର 20ରେ ଦୁବାଇ ଠାରେ ଏହି ହାଇପ୍ରୋଫାଇଲ ବିବାହ ଅନୁଷ୍ଠିତ ହେବ ।

ତେବେ ହାସନ ଅଲ୍ଲୀ ଭାରତୀୟ କ୍ରିକେଟ ଦଳକୁ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବେ ବୋଲି କହିଛନ୍ତି । ହାସନ ଅଲ୍ଲୀ କହିଛନ୍ତି ଆମେ ସମସ୍ତେ କ୍ରିକେଟ ବନ୍ଧୁ । ପଡିଆରେ ପ୍ରତିଦ୍ବନ୍ଦିତା ରହିବା ଜରୁରୀ କିନ୍ତୁ ବାହାରେ ନୁହେଁ ।

ହାସନ ଅଲ୍ଲୀଙ୍କୁ ବିବାହ କରୁଥିବା ଭାରତୀୟ ଝିଅ ସୋମିଆ ଏକ ଭାରତୀୟ ବିଶ୍ବବିଦ୍ୟାଳୟରୁ ଏରୋନେଟିକ ଇଂଜିନୟରିଂ ଡିଗ୍ରୀ ହାସଲ କରିଛନ୍ତି । ଏଥିସହିତ ସୋମିଆ, ଏମିରେଟସ ଏୟାରଲାଇନସରେ ଫ୍ଲାଇଟ ଇଂଜିନିୟର ଭାବେ କାର୍ଯ୍ୟ କରୁଛନ୍ତି । ସେ ଦୁବାଇରେ ରହୁଥିବାବେଳେ ତାଙ୍କର ପରିବାର ନୂଆଦିଲ୍ଲୀରେ ରହୁଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.