ETV Bharat / sports

ଐତିହାସିକ ବିଜୟରେ ପନ୍ତଙ୍କ ପ୍ରତିକ୍ରିୟା, 'ଜୀବନର ଅନ୍ୟତମ ଶ୍ରେଷ୍ଠ ମୂହୂର୍ତ୍ତ'

author img

By

Published : Jan 19, 2021, 10:18 PM IST

One of the biggest moments of my life, says Pant after 'historic win'
ଐତିହାସିକ ବିଜୟରେ ପନ୍ତଙ୍କ ପ୍ରତିକ୍ରିୟା, 'ଜୀବନର ଅନ୍ୟତମ ଶ୍ରେଷ୍ଠ ମୂହୂର୍ତ୍ତ'

ଗାବାରେ ଇତିହାସ ରଚିବା ପରେ, ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ମଙ୍ଗଳବାର କହିଛନ୍ତି ଅଷ୍ଟ୍ରେଲିଆ ବିପକ୍ଷରେ 4ର୍ଥ ଟେଷ୍ଟ ବିଜୟ, ଜୀବନର ଅନ୍ୟତମ ଶ୍ରେଷ୍ଠ ମୂହୂର୍ତ୍ତ । ଅଧିକ ପଢନ୍ତୁ...

ବ୍ରିସବେନ: ଗାବାରେ ଇତିହାସ ରଚିବା ପରେ, ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ମଙ୍ଗଳବାର କହିଛନ୍ତି ଅଷ୍ଟ୍ରେଲିଆ ବିପକ୍ଷରେ 4ର୍ଥ ଟେଷ୍ଟ ବିଜୟ ଜୀବନର ଅନ୍ୟତମ ଶ୍ରେଷ୍ଠ ମୂହୂର୍ତ୍ତ ।

ପନ୍ତ ମ୍ୟାଚ ବିଜୟୀ 89 ରନର ଅପରାଜିତ ଇଂନିସ ଖେଳିବା ସହ ଅଷ୍ଟ୍ରେଲିଆର ଅପରାଜେୟ ରେକର୍ଡକୁ ଭଙ୍ଗ କରିଥିଲେ । ଭାରତୀୟ ଟିମ ଅଷ୍ଟ୍ରେଲିଆକୁ 3 ୱିକେଟରେ ହରାଇବା ସହ 2-1ରେ ସିରିଜ ବିଜେତା ହୋଇଥିଲା ।

ଟେଷ୍ଟ କ୍ୟାରିୟରରେ 1000 ରନ ମଧ୍ୟ ପୂରଣ କରିଛନ୍ତି ପନ୍ତ । ସମସ୍ତ କଠିନ ପରିସ୍ଥିତି ସତ୍ତ୍ବେ ଟିମ ସର୍ବଦା ତାଙ୍କୁ ସମର୍ଥନ କରିଛି କହିଛନ୍ତି ପନ୍ତ । ୱିକେଟ କିପର ବୟାଟ୍ସମ୍ୟାନ ପନ୍ତଙ୍କ ପାଇଁ ଏହା 'ସ୍ବପ୍ନର ସିରିଜ' ହୋଇଛି ।

ମ୍ୟାଚ ବିଜୟୀ ଇଂନିସ ଖେଳିବା ପରେ ପନ୍ତ କହିଛନ୍ତି, " ବର୍ତ୍ତମାନ ଏହା ମୋ ଜୀବନର ସବୁଠୁ ବଡ ମୂହୂର୍ତ୍ତ । ଯେବେ ଖେଳିବାକୁ ସୁଯୋଗ ମିଳିନଥିଲା, ସେବେ ସମର୍ଥନ ଜାରି ରହିଥିବା ସପୋର୍ଟ ଷ୍ଟାଫ ଓ ସାଥୀ ଖେଳାଳିଙ୍କୁ ଧନ୍ୟବାଦ । ଏହା ସ୍ବପ୍ନର ସିରିଜ । ଟିମ ମ୍ୟାନେଜମେଣ୍ଟ ସର୍ବଦା ମ୍ୟାଚ ବିଜେତା କହିଆସୁଥିଲା । ଟିମ ପାଇଁ ତମେ ମ୍ୟାଚ ବିଜେତା ହେବ । ପ୍ରତ୍ୟେକ ଦିନ ଭାବେ ଭାରତ ପାଇଁ ମ୍ୟାଚ ବିଜେତା ସାଜିବି । ଏହା ଆଜି କରିପାରିଲି। ସେଥିପାଇଁ ବହୁତ ଖୁସି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.