ETV Bharat / sports

ଅଗଷ୍ଟ ପହିଲାରୁ କାଉଣ୍ଟି କ୍ରିକେଟ 2020 ସିଜିନ ଆରମ୍ଭ

author img

By

Published : Jun 30, 2020, 7:34 AM IST

ଅଗଷ୍ଟ ପହିଲାରୁ କାଉଣ୍ଟି କ୍ରିକେଟ 2020 ସିଜିନ ଆରମ୍ଭ
ଅଗଷ୍ଟ ପହିଲାରୁ କାଉଣ୍ଟି କ୍ରିକେଟ 2020 ସିଜିନ ଆରମ୍ଭ

ଅଗଷ୍ଟ ପହିଲାରୁ କାଉଣ୍ଟି କ୍ରିକେଟ 2020 ସିଜିନ ଆରମ୍ଭ ହେବ । ଏନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ସୋମବାର ଘୋଷଣା କରିଛି ।

ଲଣ୍ଡନ: ଅଗଷ୍ଟ ପହିଲାରୁ କାଉଣ୍ଟି କ୍ରିକେଟ 2020 ସିଜିନ ଆରମ୍ଭ ହେବ । ଏନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ପକ୍ଷରୁ ସୋମବାର ଘୋଷଣା ହୋଇଛି । ତେବେ ଚଳିତଥର କେଉଁ ଫର୍ମାଟରେ ଖେଳାଯିବ, ଏନେଇ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

18ଟି ପ୍ରଥମ ଶ୍ରେଣୀ କାଉଣ୍ଟି ଟିମ ଜୁଲାଇ ପ୍ରଥମ ସପ୍ତାହରେ ବିଳମ୍ବିତ ସିଜିନ ନେଇ ସହମତି ପ୍ରକାଶ କରିବେ । ଏହାପରେ ଚୂଡାନ୍ତ ମ୍ୟାଚ ସୂଚୀ ଘୋଷଣା ହେବ ବୋଲି ଇସିବି ପକ୍ଷରୁ ଏକ ଘୋଷଣାନାମାରେ କୁହାଯାଇଛି ।

ଜୁଲାଇ ପହିଲା ପୂର୍ବରୁ ସମସ୍ତ ପୁରୁଷ ପ୍ରଥମ ଶ୍ରେଣୀ କାଉଣ୍ଟି ଖେଳାଳିଙ୍କୁ ଅଭ୍ୟାସ ଅନୁମତି ମିଳିବ । ଆଗାମୀ ସିଜିନରେ ଉଭୟ ହ୍ବାଇଟ ବଲ ଓ ରେଡ୍ ବଲରେ ମ୍ୟାଚ ଖେଳାଯିବା ନେଇ ଇସିବି ପକ୍ଷରୁ ଯୋଜନା ରହିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.