ETV Bharat / sports

ୱିଜଡେନ୍‌ କ୍ରିକେଟର ଅଫ ଦ ଇୟର: କୋହଲିଙ୍କ ହ୍ୟାଟ୍ରିକ୍‌, ମାନ୍ଧନା ପ୍ରଥମ

author img

By

Published : Apr 10, 2019, 6:16 PM IST

ଫାଇଲ ଫଟୋ

ୱିଜଡେନ୍‌ ପକ୍ଷରୁ 2018 ବର୍ଷ ପାଇଁ କ୍ରିକେଟର ଅଫ ଦ ଇୟର ପୁରସ୍କାର ଘୋଷଣା ହୋଇଛି। କୋହଲିଙ୍କୁ 2018 ବର୍ଷ ପାଇଁ ଶ୍ରେଷ୍ଠ କ୍ରିକେଟର ଭାବେ ବଛାଯାଇଛି। 2016ରୁ ସେ ଏହି ପୁରସ୍କାର କ୍ରମାଗତ ଭାବେ ଜିତି ଆସୁଛନ୍ତି।

ନୂଆଦିଲ୍ଲୀ: ଲଗାତାର ତୃତୀୟ ବର୍ଷ ପାଇଁ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ୱିଜଡେନ୍‌ କ୍ରିକେଟର ଅଫ ଦି ଇୟର ବିବେଚିତ ହୋଇଛନ୍ତି । ପୂର୍ବରୁ 2016 ଓ 2017ରେ ଏହି ପୁରସ୍କାର ହାତେଇଥିବା କୋହଲି ହ୍ୟାଟ୍ରିକ୍‌ ମାରିଛନ୍ତି । ଏହାସହ ମହିଳା ବିଭାଗରେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମାନ୍ଧନା ପ୍ରଥମ ଥର ପାଇଁ ଏହି ପୁରସ୍କାର ପାଇଛନ୍ତି ।

  • ✴️ Leading Cricketer of the Year - Virat Kohli
    ✴️ Leading Women's Cricketer of the Year - Smriti Mandhana
    ✴️ Leading T20 Cricketer of the Year - Rashid Khan
    Wisden Awards for 2018 have been announced: https://t.co/JIF3Qze994 pic.twitter.com/uY6qlIsvGC

    — Cricbuzz (@cricbuzz) April 10, 2019 " class="align-text-top noRightClick twitterSection" data=" ">

ବୁଧବାର ୱିଜଡେନ୍‌ ପକ୍ଷରୁ ଏହି ପୁରସ୍କାର ଘୋଷିତ ହୋଇଥିବାବେଳେ କୋହଲିଙ୍କୁ 2018 ବର୍ଷ ପାଇଁ ଶ୍ରେଷ୍ଠ କ୍ରିକେଟର ଭାବେ ବଛାଯାଇଛି । 2016ରୁ ସେ ଏହି ପୁରସ୍କାର କ୍ରମାଗତ ଭାବେ ଜିତି ଆସୁଛନ୍ତି । ଗତବର୍ଷ କୋହଲି କ୍ରିକେଟ୍‌ର ସମସ୍ତ 3ଟି ଫର୍ମାଟ୍‌ରେ ମୋଟ 2735 ରନ ସଂଗ୍ରହ କରିଥିଲେ। ବିଶେଷ କରି ଇଂଲଣ୍ଡ ଟୁରରେ 5ଟି ଟେଷ୍ଟରୁ 59.30 ଆଭରେଜରେ ସେ 593 ରନ କରିଥିଲେ । ସେ ଗତବର୍ଷ ମୋଟ 5ଟି ଟେଷ୍ଟ ଶତକ ହାସଲ କରିଥିଲେ ।

ଏହି ପୁରସ୍କାର ପାଇବାରେ ସର୍ବାଗ୍ରେ ରହିଛନ୍ତି କ୍ରିକେଟ୍‌ କିମ୍ବଦନ୍ତୀ ସାର ଡନ ବ୍ରାଡମ୍ୟାନ । ସେ 10 ଥର ଏହି ପୁରସ୍କାର ହାତେଇଥିବାବେଳେ ଜାକ୍‌ ହୋବ୍ସ 8 ଥର ଜିତିଛନ୍ତି। ଏମାନଙ୍କ ପଛକୁ 3 ଥର ପୁରସ୍କାର ଜିତି କୋହଲି ଏବେ ତୃତୀୟ ସ୍ଥାନରେ। ସେହିପରି ମହିଳା କ୍ରିକେଟର ସ୍ମୃତି ମାନ୍ଧନା ପ୍ରଥମ ଥର ପାଇଁ ଏହି ପୁରସ୍କାର ହାତେଇଛନ୍ତି । ଗତବର୍ଷ ଦିନିକିଆରେ ସେ 669 ରନ ଏବଂ ଟି-20ରେ 662 ରନ ସଂଗ୍ରହ କରିଥିଲେ। ସେ ମଧ୍ୟ ମହିଳା ସୁପର ଲିଗ୍‌ରେ ଚତ୍ମକାର ପ୍ରଦର୍ଶନ କରି 174 ଷ୍ଟ୍ରାଇକ୍‌ ରେଟ୍‌ରେ ମୋଟ 421 ରନ କରିଥିଲେ।

ସେହିପରି ଏବର୍ଷର ଲିଡିଂ ଟି-20 କ୍ରିକେଟ ପୁରସ୍କାର ପାଇଛନ୍ତି ଆଫଗାନିସ୍ତାନର ରଶିଦ ଖାନ୍‌। ଗତବର୍ଷ ଆଇପିଏଲରେ ସେ 21ଟି ୱିକେଟ୍‌ ନେଇଥିଲେ। ଆଫଗାନିସ୍ତାନ ପାଇଁ ସେ 8.68 ଆଭରେଜରେ 22ଟି ୱିକେଟ୍‌ ହାସଲ କରିଥିଲେ। ସେହିପରି ବର୍ଷର 5 ୱିଜଡେନ୍‌ କ୍ରିକେଟର ଅଫ ଦି ଇୟର ହେଲେ ବିରାଟ କୋହଲି, ଇଂଲଣ୍ଡ ଓପନର ବ୍ୟୁମଣ୍ଟ, ବର୍ଣ୍ଣସ, କ୍ୟୁରାନ ଏବଂ ବଟଲର । ଇଂଲିସ କାଉଣ୍ଟି ଏବଂ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ଏହି 5 ଜଣିଆ ଟିମ ବଛାଯାଇଥାଏ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.